ନୂଆଦିଲ୍ଲୀ : ଇରାନ ଓ ଆମେରିକା-ଇସ୍ରାଏଲର ଯୁଦ୍ଧ ପୂରା ବିଶ୍ୱକୁ ପ୍ରଭାବିତ କରିବା ଆରମ୍ଭ କରି ଦେଇଛି। ଭାରତର ସାମୁଦ୍ରିକ ସୀମାର କିଛି ମାଇଲ ଦୂର ଭାରତ ମହାସାଗରରେ ଇରାନୀ ଜାହାଜ IRIS Denaକୁ ଆମେରିକୀୟ ବୁଡ଼ା ଜାହାଜ ବୁଡ଼ାଇ ଦେଇଥିଲା। ବର୍ତ୍ତମାନ ସମୟରେ ଆଉ ଏକ ଇରାନୀ ଜାହାଜ IRIS Lavan ଏହି ସମୟରେ କୋଚ୍ଚିରେ ଠିଆ ହୋଇଛି। ଏହି ବଦଳୁ ଥିବା ବିଶ୍ୱ ପରିଦୃଶ୍ୟ ଉପରେ ଏବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କରଙ୍କର ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ,ଇରାନୀ ଜାହାଜ IRIS Lavanକୁ ମାନବୀୟ ଆଧାରରେ କୋଚ୍ଚିରେ ରହିବାକୁ ଅନୁମତି ଦିଆ ଯାଇଛି। ଜାହାଜ IRIS Dena ବୁଡ଼ିବାକୁ ନେଇ ସେ କହିଛନ୍ତି ଯେ, ଆମେ ଭାରତ ମହାସାଗରର ବାସ୍ତବିକତାକୁ ବୁଝିବା ଉଚିତ୍।
ରାୟସିନା ଡାୟଲଗ୍ସରେ କୋଚ୍ଚିରେ ରହିଥିବା ଇରାନୀ ଜାହାଜକୁ ନେଇ ନିଜର ପ୍ରତିକ୍ରିୟାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି – ମୁଁ ମଧ୍ୟ ସଂଯୁକ୍ତ ରାଷ୍ଟ୍ର ସାମୁଦ୍ରିକ ଆଇନଗତ ସନ୍ଧି (UNCLOS)ର ସମ୍ମାନ କରୁଛି। ଆମେ ଇରାନ ପକ୍ଷରୁ ସନ୍ଦେସ ପାଇ ଥିଲୁ ଯେ, ତାଙ୍କର ଗୋଟିଏ ଜାହାଜ, ଯାହା ସେହି ସମୟରେ ଆମ ସୀମାର ସବୁଠୁ ନିକଟତର ଥିଲା, ଆମର ବନ୍ଦରକୁ ଆସିବାକୁ ଚାହୁଁଛି , କାରଣ ଏଥିରେ ସମସ୍ୟା ଆସିଥିଲା।ମୋର ମନେଅଛି, ଏହା ୨୮ ତାରିଖରେ ହୋଇଥିଲା ଏବଂ ୧ ମାର୍ଚ୍ଚରେ ଆମେ କହିଥିଲୁ ଯେ,ଠିକ୍ ଅଛି, ଆପଣ ଆସି ପାରନ୍ତି। ସେମାନଙ୍କୁ ଏଠାରୁ ଆସିବାରେ କିଛି ଦିନ ଲାଗିଲା ଏବଂ ପୁଣି ସେ କୋଚ୍ଚିରେ ଜାହାଜ ଠିଆ କଲେ। ଯାହାରର ଅନେକ ଲୋକ ଯୁବ କ୍ୟାଡେଟ୍ ଥିଲେ। ସେମାନେ ଏବେ ଜାହାଜରୁ ଓହ୍ଲାଇ ସାରିଛନ୍ତି ଏବଂ ନିକଟବର୍ତ୍ତୀ ସୁବିଧାରେ ରହୁଛନ୍ତି। ଯେତେବେଳେ ସେ ଏଠାରୁ ଆସିବା ପାଇଁ ବାହାରି ଥିଲେ , ସେତେବେଳେ ସ୍ଥିତି ପୂରା ଭିନ୍ନ ଥିଲା।
ସେ ଆହୁରି କହିଥିଲେ , ସେ ଏଠାରୁ ଫ୍ଲିଟ୍ ରିଭ୍ୟୁରେ ଭାଗ ନେବାକୁ ଆସୁଥିଲେ , କିନ୍ତୁ ବିଭିନ୍ନ ଘଟଣା କାରଣରୁ ଭୁଲ ସମୟରେ ଫସି ଗଲେ। ଏହି ସ୍ଥିତିରେ ଯେବେ ଜାହାଜ ସାହାଯ୍ୟ ମାଗିଲା ଏବଂ ସେ ବି ମୁସ୍କିଲରେ ଥିଲା, ତ ଆମ ପାଇଁ ମାନବୀୟ ଦୃଷ୍ଟିକୋଣରେ ସାହାଯ୍ୟ କରିବା ସଠିକ୍ ଥିଲା। ଏଥିପାଇଁ ଆମେ ଏହି ନିଷ୍ପତ୍ତି ନେଇଥିଲୁ ଏବଂ ମୋତେ ଲାଗୁଛି ଯେ, ଆମେ ଠିକ୍ କାମ କଲୁ ।
ବୈଦେଶିକ ମନ୍ତ୍ରୀ ଜୟ ଶଙ୍କରଙ୍କୁ ଯେତେବେଳେ ଭାରତ ମହାସାଗରରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନୀ ଜାହାଜକୁ ବୁଡାଇ ଦେଲା ପଚରା ଗଲା , ଏହାର ଜବାବରେ ସେ କହିଥିଲେ , ଆମକୁ ଭାରତ ମହାସାଗରର ବାସ୍ତବିକତାକୁ ବୁଝିବାକୁ ହେବ। ଭାରତ ମହାସାଗରକୁ ଆପଣ କେବଳ କ୍ଷେତ୍ରର ଦେଶ ହିସାବରେ ବୁଝି ପାରିବେ ନାହିଁ। ଡିଏଗୋ ଗାର୍ସିୟା (ବ୍ରିଟିଶ ସାମରିକ ବେସ୍) ଏଠାରେ ପ୍ରାୟ ୫୦ ବର୍ଷରୁ ଉପସ୍ଥିତ ରହିଛି। ଜିବୁତିରେ ବିଦେଶୀ ବେସ୍ ୨୦୦୦ର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ତିଆରି ହୋଇଥିଲା। ହମ୍ୱନଟୋଟା ପୋର୍ଟ ମଧ୍ୟ ଏହି ସମୟରେ ବିକଶିତ ହୋଇ ଥିଲା।
ବୈଦେଶିକ ମନ୍ତ୍ରୀ କହିଥିଲେ , ଆମ କାମ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା। ଭାରତର ୯୦ ଲକ୍ଷରୁ ୧କୋଟି ଲୋକ ଉପସାଗରୀୟ ଦେଶରେ ରୁହନ୍ତି, ସାରା ବିଶ୍ୱର ଜାହାଜ ଗୁଡ଼ିକରେ ଆମ ଲୋକ କାମ କରନ୍ତି , କୌଣସି ବି ଜାହାଜ ଉପରେ ଆକ୍ରମଣ ଯଦି ହୁଏ , ଏଥିରେ କେହି ନା କେହି କ୍ରୁ ସଦସ୍ୟ ଭାରତୀୟ ହୋଇଥାନ୍ତି। ନିକଟବର୍ତ୍ତୀ ଦିନ ଗୁଡ଼ିକରେ କିଛି ଭାରତୀୟ ନାବିକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି ସମସ୍ତଙ୍କର ସୁରକ୍ଷା କରିବା ଭାରତର ନୀତିର ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ।
ଉଲ୍ଲେଖନୀୟ ଯେ, ବିଶାଖାପାଟନମରେ ଆୟୋଜିତ ଫ୍ଲିଟ୍ ରିଭ୍ୟୁ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସିଥିବା ଇରାନୀ ଜାହାଜ ଆଇଆରଆଇଏସ ଡେନାକୁ ଆମେରିକୀୟ ବୁଡ଼ାଜାହାଜ ଶ୍ରୀଲଙ୍କାର ଜଳକ୍ଷେତ୍ର ଠାରୁ କିଛି ଦୂରରେ , ଟାରପିଡୋରେ ଆକ୍ରମଣ କରି ବୁଡାଇ ଦେଇଥିଲା। ଉକ୍ତ ଆକ୍ରମଣରେ ୮୭ ଜଣ ଇରାନୀ ନୌସୈନିକଙ୍କ ମୃତ୍ୟୁ ହୋଇଥିଲା। ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଯେ,ଡେନା ଭାରତର ଅତିଥି ଥିଲା ଏବଂ ଆମେରିକା ଯେବେ ତା ଉପରେ ଆକ୍ରମଣ କଲା , ସେତେବେଳେ ସେ ନିରସ୍ତ୍ର ଥିଲା। ଭାରତରେ ମଧ୍ୟ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଜବରଦସ୍ତ ପ୍ରଶ୍ନ କରିଥିଲେ। ସରକାରଙ୍କ ସମର୍ଥନ କରୁଥିବା କିଛି ଲୋକ ମଧ୍ୟ ଏହି ମାମଲାରେ ସରକାରଙ୍କ ବିରୋଧରେ ଠିଆ ହେବାର ଦେଖିବାକୁ ମିଳିଥିଲା।