ନୂଆଦିଲ୍ଲୀ – ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ୪ର୍ଥ ଅଭିଯୁକ୍ତର ଚିହ୍ନଟ ହୋଇଛି। ସେ ପଞ୍ଜାବର ଜଳନ୍ଧର ଜିଲ୍ଲାର ଥିବା ଜଣା ପଡ଼ିଛି। ଜଳନ୍ଧର ଜିଲ୍ଲାର ନକୋଦରର ଶଙ୍କର ଗାଁରେ ରହୁଥିବା ଜିଶାନ ଅଖତର ଉପରେ ଦ୍ୱିତୀୟ ଅଭିଯୁକ୍ତକୁ ରହିବାର ବନ୍ଦୋବସ୍ତ କରିଥିବା ଅଭିଯୋଗ ରହିଛି। ଏହାସହ ସେ ୩ଜଣ ସୁଟରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲା। ସେ ଏବେ ଫେରାର ଅଛି। ମୁମ୍ୱାଇ ପୁଲିସ ତାର ତଲାସ କରୁଛି।

ବାବା ସୁଦ୍ଦିକିଙ୍କ ହତ୍ୟାକାଣ୍ଡରେ ପୁଲିସ ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଯିଏକି ହରିଆଣାର କାଥଲ ନିବାସୀ ଗୁରମେଲ ବଲଜିତ ସିଂହ ଓ ଉତ୍ତର ପ୍ରଦେଶ ନିବାସୀ ଧର୍ମରାଜ ରାଜେଷ କଶ୍ୟପ। ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯାଇ ଥିଲା। କୋର୍ଟ ଜଣକୁ ୭ଦିନର ପୁଲିସ ରିମାଣ୍ଡରେ ପଠାଇବା ସହ ଆଉ ଜଣେ ଅଭିଯୁକ୍ତ ଯିଏ ଧର୍ମରାଜ କଶ୍ୟପ ନିଜକୁ ନାବାଳକ ଥିବା କହୁଛି। କୋର୍ଟ ତାର ଜନ୍ମ ଓ ବୟସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟପଟେ ଚିହ୍ନଟ ହୋଇଥିବା ୪ର୍ଥ ଅପରାଧି ଜିଶାନ ଅଖତର ୨୦୨୨ରେ ଜଳନ୍ଧର ଗ୍ରାମୀଣ ପୁଲିସ ହତ୍ୟା, ଡକାୟତିର ମାମଲା ରୁଜୁ କରି ତାକୁ ପଟିଆଲା ଜେଲ ପଠାଇ ଥିଲା। ଜୁନରେ ସେ ଜେଲରୁ ବାହାରକୁ ଆସିଥିଲା। ପଟିଆଲା ଜେଲ୍‌ରେ ରହୁଥିବା ସମୟରେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଂପର୍କରେ ଆସିଥିଲା ଏବଂ ତାର ଗ୍ୟାଙ୍ଗରେ ସାମିଲ ହୋଇଗଲା। ଜେଲ୍‌ରୁ ବାହାରିବା ପରେ ଜିଶାନ ଅଖତର ବାବା ସିଦ୍ଦିକି ହତ୍ୟାକାଣ୍ଡର ଅଭିଯୁକ୍ତ କାଥଲ ନିବାସୀ ଗୁରମେଲର ଘରକୁ ଯାଇଥିଲା। ଦୁହେଁ ଏକାଠି ସେଠାରୁ ମୁମ୍ୱାଇ ବାହାରି ଥିଲେ ଏବଂ ମୁମ୍ୱାଇରେ ସବୁ ଅଭିଯୁକ୍ତଙ୍କ ସହ ରହୁଥିଲେ।