PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

‘ଜଜ୍‌ମେଣ୍ଟାଲ ହେ କ୍ୟା’ରେ ବଲାଙ୍ଗୀରର ଦେବତୋଷ;୪ ବଲିଉଡ଼ ଫିଲ୍ମ, ୩ସର୍ଟ ଫିଲ୍ମ ସଫଳ ଅଭିନେତା

ବଲାଙ୍ଗୀର, ୨୯/୦୭ (ଆ.ପ୍ର): ଗତ ୨୬ତାରିଖରେ ରିଲିଜ ହୋଇଛି ଏକତା କପୁରଙ୍କ ନିର୍ମିତ ଏବଂ ପ୍ରକାଶ କେଭୋଲମୁଡ଼ିଙ୍କ ନିର୍ଦ୍ଦେଶିତ ‘ଜଜମେଣ୍ଟାଲ ହେ କ୍ୟା’ । ଏହି ବଲିଉଡ଼ ଫିଲ୍ମରେ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ରାଜକୁମାର ରାଓଙ୍କ ଭଳି ଖ୍ୟାତନାମା କଳାକାରଙ୍କ ସହ ବଲାଙ୍ଗୀର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଅନେକ ଦୃଶ୍ୟ ଲଣ୍ଡନରେ ସୁଟିଂ ହୋଇଥିବା ବେଳେ ଆଉ କିଛି ମୁମ୍ବାଇରେ ହୋଇଛି । ଫିଲ୍ମଟିରେ ଦେବତୋଷ ହନୁମାନ ଏବଂ ମେଣ୍ଟାଲ ହସ୍ପିଟାଲର ୱାର୍ଡ଼ ବୟ ଭଳି ୨ଟି ଚରିିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ଧ୍ୟାନ ଆଗର୍କଣ କରିପାରିଛନ୍ତି । ଥିଏଟର କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ଦେବତୋଷଙ୍କ ଏହି ସଫଳତା ଜିଲ୍ଲାବାସୀଙ୍କ ପାଇଁ ଯେତେ ଗୌରବମୟ ବଲାଙ୍ଗୀରରୁ ବଲିଉଡ଼ ପର୍ଯ୍ୟନ୍ତ କରିଥିବା ସଂଘର୍ଷମୟ ଯାତ୍ରା ସେତିକି ସ୍ମରଣୀୟ ।
ବଲାଙ୍ଗୀର ରାଧାରାଣୀପଡ଼ାର ନବକିଶୋର ଦର୍ଜୀ ଏବଂ ପଦ୍ମାଳୟାଙ୍କ ପୁଅ ଦେବତୋଷ ପିଲାଟି ଦିନରୁ ମଞ୍ଚ ନାଟକ ପ୍ରତି ଆକର୍ଷିତ ଥିଲେ ।

ଚତୁର୍ଥ ଶ୍ରେଣୀରୁ ସେ ସ୍କୁଲସ୍ତରରେ ହେଉଥିବା ନାଟକରେ ବ୍ୟଙ୍ଗ ଚରିତ୍ରରେ ଅଭିନୟ କରୁଥିଲେ । କଲେଜ ସମୟରେ ସେ ଏକଦା ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟ୍ୟ କର୍ମଶାଳାରେ ଯୋଗଦେଇଥିଲେ । ପରେ ଉଭୟ ଭୂମିକା ଏବଂ ଏନଏସଡିଆନ୍‌ ରାମଚନ୍ଦ୍ର ସାହୁଙ୍କଠାରୁ ପ୍ରେରଣା କ୍ରମେ ଅଭିନୟକୁ କ୍ୟାରିଅର କରିବା ପାଇଁ ମନସ୍ଥ କରିଥିଲେ । ରାଜେନ୍ଦ୍ର କଲେଜରୁ ପାଠପଢ଼ା ଶେଷ କରି ସେ ୨୦୦୭ ମସିହାରେ ମୁମ୍ବାଇ ଚାଲିଗଲେ । ଦୀର୍ଘଦିନ ପର୍ଯ୍ୟନ୍ତ ସେ ଏକ ସୁଯୋଗ ଆଶାରେ ଘୂରିବୁଲିଥିଲେ । ତେବେ ଥିଏଟର କ୍ଷେତ୍ରରେ ଅଭିଜ୍ଞତା ଥିବାରୁ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ନିରାଶ ହୋଇଥିଲେ । ଶେଷରେ କେତେକ ସ୍ଥାନୀୟ ସହକର୍ମୀଙ୍କ ଜରିଆରେ ସେ ଶିବାନୀ ଟାନସ୍ଲେଙ୍କ ନାଟକ ‘ଦ ସେହେନ୍ସା ଅଫ ଅର୍ଜିମୋ’ର ଏକ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଲେ ।

ସେହିଠାରୁ ମୁମ୍ବାଇ ଯାତ୍ରାର ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ସେ ପୃଥ୍ୱୀ ଥିଏଟର, ଏନସିପିଏ, ରଙ୍ଗ ସାରଦା, ସେଣ୍ଟ ଆଡ୍ର‌୍ୟୁସ, ସନମୁଖାନନ୍ଦ ଭଳି ଅନେକ ପ୍ରତିଷ୍ଠିତ ଥିଏଟରର ମଞ୍ଚରେ ସେ ଅଭିନୟ କରିସାରିଲେଣି । ସେହିପରି ଏକେ ଭାରିଏସ ପ୍ରଡ଼କ୍ସନ, ଆର୍ଯ୍ୟନ ଥିଏଟର, ଅର୍ପଣ, ରେଜ ପ୍ରଡ଼କ୍ସନ, ତମାସା ଭଳି ଥିଏଟର ସଂସ୍ଥା ସହ ଜଡ଼ିତ ରହିଛନ୍ତି । ଇତିମଧ୍ୟରେ ତାଙ୍କର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିସାରିଛି । ସେଥିମଧ୍ୟରେ ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ ‘ପ୍ରଣାମ ମାଲେକୁମ’, ବିଜୟ ନାମ୍ବିଆରଙ୍କ ‘ଫଟାକ’, ଶେଖର ଘୋଷଙ୍କ ‘ସୁପର ସେ ଉପର’ ଏବଂ ବର୍ତ୍ତମାନ ମୁକ୍ତିଲାଭ କରିଥିବା ‘ଜଜେମଣ୍ଟାଲ ହେ କ୍ୟା’ ଅନ୍ୟତମ । ତାଙ୍କର ଏହି ସଫଳତା ପାଇଁ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଆକାଶ ଖୁରାନା, ସୁନୀଲ ସାନଦାଗ, ରଜିତ କପୁର, ଶିବାନୀ ତଙ୍ଗସାଲେ, ସୁମିତ ବ୍ୟାସଙ୍କ ସହିତ ବିତାଇଥିବା ମୁହୂର୍ତ୍ତକୁ ଶ୍ରେୟ ଦେଇଛନ୍ତି ।

ଏଥିସହିତ କାକା ରାଜକିଶୋର ଦର୍ଜୀ ଏବଂ ଜେଜେବାପା ଉଦୟନାରାୟଣ ଦର୍ଜୀଙ୍କ ପାଇଁ ତାଙ୍କ ଭିତରେ ଏହି କଳା ଆସିପାରିଥିବାରୁ ତାଙ୍କୁ ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ‘ସର୍କସ’କୁ ସେ ବଲାଙ୍ଗୀରରେ ସ୍କ୍ରିନିଂ କରିବାକୁ ଯୋଜନା ରଖିଛନ୍ତି । ଏହା ଏକମାତ୍ର ଫିଲ୍ମ ଯାହା ମସ୍କୋଠାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲକୁ ଯିବା ପାଇଁ ମନୋନୀତ ହୋଇଥିଲା । ତାଙ୍କର ଏହି ବଲିଉଡ଼ ଯାତ୍ରା ପାଇଁ ଦେବତୋଷଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି ।