ମୁମ୍ବାଇ,୯/୭ : ସବୁ କଳ୍ପନା ଜଳ୍ପନାର ଅନ୍ତ । ତାମିଲ ଅଭିନେତା ଥଲାପତି ବିଜୟଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଜନ ନାୟଗନ’ ରିଲିଜ ଡେଟ୍ ଘୋଷଣା । ଖୁବଶୀଘ୍ର ଏହା ରିଲିଜ ହେବାକୁ ଯାଉଛି । ସିଏମ୍ ବିଜୟ ଜୋସେଫ ଗତ ୭ମାସ ହେବ ନିଜ ଅପକମିଂ ଫିଲ୍ମର ରିଲିଜ କାରଣରୁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ସେନ୍ସର ବୋର୍ଡ଼ରେ ଅଟକି ଥିଲା । ଏହାକୁ ୨୦୨୬ ଜାନୁଆରୀ ୧ରେ ରିଲିଜ କରାଯିବାରେ ଥିଲା । କିନ୍ତୁ ଏହାକୁ ସାର୍ଟିଫିକେଶନ ବୋର୍ଡ଼ରୁ ଗ୍ରୀନ ସିଗନାଲ୍ ମିଳିପାରିନଥିଲା । ଯାହାପରେ ଏବେ ଫ୍ୟାନ୍ସଙ୍କ ଏହି ୭ମାସ ଶେଷ ହୋଇଯାଇଛି ।
ତାମିଲନାଡ଼ୁ ସିଏମ୍ ଥଲାପତି ବିଜୟ ସିଏମ୍ ହେବା ପୂର୍ବରୁ କ୍ୟାରିୟରର ଶେଷ ଫିଲ୍ମ ଭାବେ ନିଜ ଫ୍ୟାନ୍ସଙ୍କୁ ଏହି ଫିଲ୍ମ ଏକ ଗିଫ୍ଟ ଭାବେ ଦେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ଏହି ସ୍ବପ୍ନ ପୂରା ହୋଇପାରିନଥିଲା । କିନ୍ତୁ ସିଏମ୍ ହେବା ପରେ ଏବେ ତାଙ୍କର ଏହି ଫିଲ୍ମକୁ ରିଲିଜ କରାଯିବ । ଫିଲ୍ମକୁ ସେନ୍ସର ବୋର୍ଡ଼ରୁ ଗ୍ରୀନ ସିଗନାଲ୍ ମିଳିଛି ଏବଂ ତାର ରିଲିଜ ଡେଟ ବି ନିଶ୍ଚିତ ହୋଇଯାଇଛି । ଥଲାପତି ବିଜୟଙ୍କ ଫିଲ୍ମକୁ A ସାର୍ଟିଫିକେଟ୍ ଦିଆଯାଇଛି ।
ପ୍ରକାଶ ଯେ, ସିଏମ୍ ବିଜୟ ଜୋସେଫଙ୍କ ଫିଲ୍ମ ‘ଜନ ନାୟଗନ’ର ସାର୍ଟିଫିକେଶନର ଲଢେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ମେକର୍ସ ପୂରା ବିବାଦକୁ ନେଇ ମାଡ୍ରାସ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଯେଉଁଥିରେ ସିଙ୍ଗଲ ଜଜଙ୍କ ବେଞ୍ଚରେ ଫିଲ୍ମକୁ ତୁରନ୍ତ ୟୁ/ଏ ୧୬+ ସାର୍ଟିଫିକେଟ ଦେବାକୁ ଘୋଷଣା କରାଯାଇଥିଲା । ମାତ୍ର ପରେ ଏହି ନିଷ୍ପତ୍ତିକୁ ବି ପରିବର୍ତ୍ତନ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ମେକର୍ସ ଫିଲ୍ମ ଉପରେ ଲାଗିଥିବା ରୋକକୁ ହଟାଇବାକୁ ଅପିଲ କରିଥିଲେ। ସୁପ୍ରିମ କୋର୍ଟ ମାଡ୍ରାସ ହାଇକୋର୍ଟକୁ ଏହି ମାମଲାକୁ ଖୁବଶୀଘ୍ର ସମାଧାନ କରିବାକୁ ଆଦେଶ ଦେଇଥିଲେ ।
ଯଦି ‘ଜନ ନାୟଗନ’ର ରିଲିଜ କଥା କହିବା ତେବେ ଫିଲ୍ମର ରିଲିଜ ଡେଟ ବି କନଫର୍ମ ହୋଇସାରିଛି । କନାଡ଼ାର ଡିଷ୍ଟ୍ରିବ୍ୟୁଟର ‘ୟର୍କ ସିନେମାଜ’ ବୁଧବାର ଏକ୍ସରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ରିଲିଜ ଡେଟର ଖୁଲାସା କରିଥିଲେ । ଏଥିରେ ସୂଚନା ଦିଆଯାଇଛି କି ଏହାକୁ ୨୪ଜୁଲାଇରେ ଫିଲ୍ମ ହଲରେ ରିଲିଜ କରାଯିବ । ଏହି ଫିଲ୍ମରେ ବିଜୟଙ୍କ ସହ ଅଭିନେତ୍ରୀ ପୂଜା ହେଗଡ଼େ ଲିଡ୍ ରୋଲରେ ଅଛନ୍ତି ।
ଆହୁରି ପଢନ୍ତୁ : Toxic ଲାଗି କିଆରା ଆଡଭାନୀଙ୍କୁ କେତେ ମିଳିଲା ଫିସ୍ ? ଇଣ୍ଟିମେଣ୍ଟ ସିନ୍ସ ଲାଗି ଟ୍ରୋଲ୍ ହେଉଛନ୍ତି ୟଶ