PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା : ଜ୍ବାଇଁ ମୃତ,ଶାଶୁ ଗୁରୁତର

ତେଲକୋଇ,୨୯।୯ :  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳରେ  ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନ ପୁର ଛକରେ ଗୁରୁବାର ମଧ୍ୟାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜ୍ବାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି । ମୃତକ ହେଲେ   ତେଲକୋଇ ଥାନା ଅଂଚଳର କାଟେଣି ଗ୍ରାମର ବିକ୍ରମ ଦେହୁରୀ (୪୨) । ଗୁରୁତର ମହିଳା ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଜଙ୍କପାଣି ଗ୍ରାମର ମଲ୍ଲି ଦଣ୍ଡପାର୍ଟ (୬୦) ।

ବିକ୍ରମ  ଓ ତାଙ୍କ ଶାଶୁ ମଲ୍ଲି   ଏକ ମୋଟର ସାଇକେଲ ଯୋଗେ ଶ୍ଵଶୁର ଘର ଜଙ୍କପାଣି ଗ୍ରାମରୁ କାଟେଣି ସ୍ଥିତ ଘରକୁ ଯାଉଥିଲେ । ଜଗମୋହନ ପୁର ଛକରେ ସରୁଆଳି ଗ୍ରାମ ପଟୁ ୪୯ ନମ୍ବର ଜାତୀୟ ରାଜପଥ କୁ ଆସୁଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଟ୍ରକ୍ ଟି ମୋଟର ସାଇକେଲ ଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇ ଥିଲା । ଘଟଣା ସ୍ଥଳରେ ବାଇକ୍ ଆରୋହୀ ବିକ୍ରମଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ଏବଂ ମହିଳା ଜଣଙ୍କ ରାସ୍ତା କଡକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । ଅନ୍ୟପଟେ  ତେଲକୋଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।