ଭୁବନେଶ୍ୱର,୧୧/୦୪: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫିଲ୍ମ ନିର୍ମାତା ସନ୍ତୋଷ ପଣ୍ଡାଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏବଂ ଦ ପ୍ରିମିୟର୍ ମିଡିଆ ବ୍ୟାନରେ  ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର "ଜଙ୍ଗଲକନ୍ୟା’କୁ ମିଳିଛି ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ।

ମହିଳାମାନଙ୍କ ଦ୍ୱାରା ଜଙ୍ଗଲ ସଂରକ୍ଷଣ ଉପରେ ଆଧାରିତ ୨୩ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ର ଚଣ୍ଡିଗଡ଼ଠାରେ ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ "ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍'ରେ ଦେଶ ବିଦେଶରୁ ଆସିଥିବା ଅନେକ ଗୁଡ଼ିଏ ଚଳଚ୍ଚିତ୍ର ମଧ୍ୟରୁ ଜୁରି ସଦସ୍ୟଗଣଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛି । ରାଜା କିଶୋର ମହାରଣା ଏହାର ଚିତ୍ର ଉତ୍ତୋଳନ କରିଥିବା ବେଳେ କରନ ଦୁବେ ସମ୍ପାଦନା ଏବଂ ଅଭିଷେକ ପାଣିଗ୍ରାହୀ ପ୍ରଚ୍ଛଦପଟ୍ଟ ସଙ୍ଗୀତ ଭାର ନିର୍ବାହ କରିଛନ୍ତି । ଆମେରିକାର ଗାୟିକା ଆଡ୍ରେଲା ମୋଷକୁ ଅପେରା ଗାୟିକି କରିଛନ୍ତି । ଏହି ପ୍ରାମାଣିକ ଚଳଚ୍ଚିତ୍ର କାନାଡ଼ାର ଟରୋଣ୍ଟ ଫିଲ୍ମ ଆୱାର୍ଡ, ବେଟର୍ ଆର୍ଥ ଫିଲ୍ମ ଫେଷ୍ଟିଭାଲ୍, ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍କୁ ମନୋନୀତ ହୋଇ ପୁରସ୍କୃତ ହୋଇସାରିଛି ।

ଅଧିକ ପଢ଼ନ୍ତୁ :-  'ଧୁରନ୍ଧର' ଭିଲେନଙ୍କୁ ସାହାଯ୍ୟ ମାଗୁଛନ୍ତି ଲୋକେ; ଗୁଜବରେ ଅତିଷ୍ଠ ହୋଇ ସତ କହିଲେ ଅଭିନେତା