ମୁମ୍ୱାଇ : ରାଜ୍ୟସଭାରେ ଏତେ ଚିତ୍କାର ଶୁଣିବାକୁ ମିଳେ ଯେ, ଏବେ ମୋତେ ଶୁଣିବାରେ ସମସ୍ୟା ହେଉଛି। ଏହିକଥା କହିଛନ୍ତି ,ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ। ସେ କହିଛନ୍ତି – ମୋତେ ଶୁଣିବାରେ କିଛି ମାତ୍ରାରେ ସମସ୍ୟା ହେଉଛି, କାରଣ ସଂସଦରେ ଆପଣଙ୍କୁ ଖୁବ୍ ହୋ ହାଲ୍ଲାର ଶବ୍ଦ ଶୁଣିବାକୁ ହୁଏ। ଭଗବାନଙ୍କୁ ଧନ୍ୟବାନ , ମୁଁ ମୋର ସ୍ମୃତିଶକ୍ତି ହରାଇ ନାହିଁ , କିନ୍ତୁ ଶ୍ରବଣ ଶକ୍ତି କିଛି ମାତ୍ରାରେ ହ୍ରାସ ପାଇଛି।
ମୁମ୍ୱାଇରେ ‘ୱି ଦ ୱିମେନ’ ଇଭେଣ୍ଟରେ ସାମ୍ୱାଦିକ ବର୍ଖା ଦତ୍ତଙ୍କ ସହ ଆଲୋଚନା କରିବା ବେଳେ, ଜୟା ସଂସଦରେ ହେଉଥିବା ଲଢେଇ ବ୍ୟତୀତ ଅନେକ ଗୁଡ଼ିଏ କଥା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ବିବାହ ପରେ ଆକ୍ଟିଂ କାହିଁକି ଛାଡ଼ି ଦେଇଥିଲେ। ଜୟା ବଚ୍ଚନ କହିଥିଲେ – ଯେବେ ମୁଁ ଏହି କଥା କହୁଛି ତ ମୋ ପୁଅ ଖୁବ୍ ଚିନ୍ତିତ ହୋଇ ଯାଉଛି , କିନ୍ତୁ ଏହା ସତ କଥା। ମୁଁ ଶ୍ୱେତାର ଜନ୍ମ ପରେ ଘରୁ ମେକଅପ୍ କରି ସୁଟ୍କୁ ଯାଉ ଥିଲି , ଯାହାକି ତାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇ ପାରିବି।ପୁଣି ଦିନେ ସେ ପଚାରିଲା, କଣ କରୁଛ ? ମୁଁ ତାଙ୍କୁ କହିଲି ଯେ, ମୁଁ ସୁଟ୍ ପାଇଁ ମେକଅପ୍ କରୁଛି। ସେ କହିଲା –ତୁମେ ଯାଅ ନାହିଁ , ପା ଙ୍କୁ ଯିବାକୁ ଦିଅ। ସେତେବେଳେ ମୁଁ ବୁଝିଲି, ଗୋଟିଏ ପିଲାର ଆଖପାଖରେ ଯେତେ ବି ଲୋକ ରୁହନ୍ତୁ , ତାକୁ ତାର ମାଆ ହିଁ ଦରକାର ହୋଇଥାଏ।
ଜୟା ଆହୁରି ମଧ୍ୟ କହିଛନ୍ତି , ମୋତେ ଲାଗିଲା ଯେ, ଏବେ ପଛକୁ ହଟିବାର ସମୟ ଆସି ଗଲା। ମୁଁ ଫିଲ୍ମ ଅଫର ଗୁଡ଼ିକୁ ମନା କରିବା ଆରମ୍ଭ କରି ଦେଲି। ଗୋଟେ କଥା ଏହା ମଧ୍ୟ ଥିଲା ଯେ, ମୁଁ ନିଜେ ମଧ୍ୟ ବିରକ୍ତ ହୋଇ ଯାଇ ଥିଲି , କାରଣ ମୋତେ ଗୋଟିଏ ପ୍ରକାରର ରୋଲ୍ ମିଳୁ ଥିଲା।