ନୂଆଦିଲ୍ଲୀ,୧୬/୦୬: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ସ୍ଥାନ ହରାଇଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ । ଓରାକଲର ଲାରି ଏଲିସନ ବେଜୋସଙ୍କୁ ଟପି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି । 

ଫୋର୍ବସ ୱାର୍ଲଡ ବିଲିୟନେୟାର  ତାଲିକା ମୁତାବକ, ଏଲିସନଙ୍କ ନେଟୱର୍ଟ ୨୬ ବିଲିୟନ  ବୃଦ୍ଧି ହେବା ଯୋଗୁ ଏହା ୨୪୩ ବିଲିୟନ ଡଲାର  ଛୁଇଁଛି । କୌଣସି ଅରବପତିଙ୍କ ଗୋଟିଏ ଦିନରେ ଏହା  ସର୍ବାଧିକ ସମ୍ପତ୍ତି ବୃଦ୍ଧି । ଏହି ବୃଦ୍ଧି ଯୋଗୁ ଏଲିସନ  ଜେଫ୍‌ ବେଜୋସ (୨୨୭ ବିଲିୟନ ଡଲାର) ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ (୨୩୯ ବିଲିୟନ ଡଲାର)ଙ୍କୁ  ପଛରେ ପକାଇ ଦେଇଛନ୍ତି ।

ଏହି ତାଲିକାର ପ୍ରଥମ  ସ୍ଥାନରେ ଟେସଲା ସିଇଓ ଏଲନ ମସ୍କ ରହିଛନ୍ତି । ତାଙ୍କ ନିକଟରେ ୪୦୭.୩ ବିଲିୟନ ଡଲାରର ସମ୍ପତ୍ତି  ରହିଛି । ଓରାକଲର ଲାଭରେ ଆଖିଦୃଶିଆ ବୃଦ୍ଧି ଯୋଗୁ  ଏଲିସନଙ୍କ ସମ୍ପତ୍ତି ଏଭଳି ବୃଦ୍ଧି ହୋଇଛି । କମ୍ପାନିର  ଷ୍ଟକ ମୂଲ୍ୟ ପ୍ରଥମ ଥର ଲାଗି ୨୦୦ ଡଲାର ଟପିଛି ।