ଜହାନାବାଦ ( ବିହାର) –ବିହାର ସ୍ଥିତ ଜହାନାବାଦ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ପହଞ୍ଚି ଥିଲେ। ହେଲେ , ତାଙ୍କର ଏହି ଯୋଜନା ସଫଳ ହୋଇ ପାରି ନଥିଲା।ସ୍ଥାନୀୟ ଲୋକେ ତାଙ୍କର ସନ୍ଦେହଜନକ କାର୍ଯ୍ୟକଳାପକୁ ଦେଖି ତାଙ୍କୁ ଅଟକାଇବା ସହ ପଚରାଉଚରା କରି ଥିଲେ। ଯେତେବେଳେ ତାଙ୍କ ମୁହଁରୁ ବୁର୍ଖା ହଟେଇ ଦିଆଯାଇ ଥିଲା, ଲୋକମାନେ ତା ଭିତରେ ଜଣେ ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। ତା'ପରେ ଭିଡ଼ ଯୁବକଙ୍କୁ ନିଷ୍ଠୁର ଭାବରେ ପିଟି ଥିଲେ। ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଭିଡ଼ରୁ ଉଦ୍ଧାର କରି ଥାନାକୁ ନେଇ ଯାଇ ଥିଲା।

ଏହାପରେ ଲୋକଙ୍କ ଭିଡ଼ ଖୁବ୍‌ ମାଡ଼ ମାରି ଥିଲେ। ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଭିଡ଼ ଭିତରୁ ଉଦ୍ଧାର କରି ଥାନାକୁ ନେଇ ଥିଲା।

ଉକ୍ତ ଘଟଣା ନଗର ଥାନା ଅଞ୍ଚଳର ଫିଦା ହୁସୈନ ରୋଡର। ପୁଲିସ ଅନୁସାରେ , ଧରାପଡ଼ି ଥିଲା ଯୁବକ ଜଣଙ୍କ ପଶ୍ଚିମବଙ୍ଗ ନିବାସୀ କିଶୋର ରାଠୋର। କୁହାଯାଉଛି ଯେ, କିଶୋର କିଛି ଦିନ ପୂର୍ବେ ଜହାନାବାଦରେ ରହି ଟାଇଲ୍ସ ଲଗାଇବାର କାମ କରୁ ଥିଲେ। ଏହି ସମୟରେ ତାଙ୍କର ପରିଚୟ ଫିଦା ହୁସେନ ରୋଡରେ ରହୁ ଥିବା ଜଣେ ମୁସଲିମ ଯୁବତୀଙ୍କ ସହ ହୋଇ ଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଲା। ଦୁହେଁ ଅନେକ ଦିନ ହେବ ପରସ୍ପର ସହ ସଂପର୍କରେ ଥିଲେ।

ଗୁରୁବାର କିଶୋର ତାଙ୍କ ପ୍ରେମିକାଙ୍କୁ ସରପ୍ରାଇଜ୍ ଦେବା ଉଦ୍ଦେଶ୍ୟରେ ଜହାନାବାଦରେ ପହଞ୍ଚି ଥିଲେ। ପରିଚୟ ଲୁଚାଇବା ଓ ସ୍ଥାନୀୟ ଲୋକଙ୍କ ନଜରରୁ ନିଜକୁ ରକ୍ଷା କରିବା ପାଇଁ ସେ କଳା ରଙ୍ଗର ବୁର୍ଖା ପିନ୍ଧି ଥିଲେ , କିନ୍ତୁ ତାଙ୍କର ଚାଲିଚଳନ ଓ ଭାବଭଙ୍ଗି ଦେଖି ସ୍ଥାନୀୟ ଲୋକେ ସନ୍ଦେହ କଲେ। କିଛି ଯୁବକ ତାଙ୍କୁ ଅଟକାଇ ପଚରାପଚରି କଲେ। ତାଙ୍କର ଛାନିଆ ହେବା ଦେଖି ଲୋକଙ୍କ ସନ୍ଦେହ ଆହୁରି ବଢି ଗଲା। ଏହାପରେ ଯେତେବେଳେ ତାଙ୍କର ମୁହଁରୁ କପଡ଼ାକୁ ହଟେଇ ଦିଆଗଲା ତ ସେ ଜଣେ ପୁରୁଷ ବୋଲି ଦେଖିଲେ। ତୁରନ୍ତ ସେଠାରେ ଲୋକଙ୍କ ଭିଡ଼ ଲାଗି ଗଲା।

ଯୁବକଙ୍କ ବିଷୟରେ ଜଣାପଡ଼ିବା ପରେ କିଛି ଲୋକ ଉତ୍ତ୍ୟକ୍ତ ହୋଉ ଉଠିଲେ ଏବଂ ତାଙ୍କୁ ଚାପୁଡ଼ା, ଗୋଇଠା ଓ ବାଡି଼ରେ ବାଡ଼େଇବାକୁ ଲାଗିଲେ। ସ୍ଥିତି ବିଗିଡ଼ିବା ଦେଖି ସ୍ଥାନୀୟ ଲୋକେ ୧୧୨ ପୁଲିସକୁ ସୂଚନା ଦେଲେ। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପ୍ରେମୀ ଯୁବକଙ୍କୁ ଭିଡ଼ କବଳରୁ ସୁରକ୍ଷିତ ଉଦ୍ଧାର କରି ଥାନାକୁ ନେଇ ଗଲେ।

ନଗର ଥାନା ପୁଲିସର କହିବାନୁସାରେ ,ଯୁବକଙ୍କୁ ପଚରାପଚରି କରାଯାଉଛି। ପୁଲିସ ତାଙ୍କର ବୁର୍ଖା ପିନ୍ଧି ଆସିବାର କାରଣ , ତାଙ୍କର ବାସ୍ତବିକ ଉଦ୍ଦେଶ୍ୟ ଓ ପୂରା ଘଟଣାକ୍ରମର ଯାଞ୍ଚ କରୁଛି। ଅଧିକାରୀଙ୍କ କହିବାନୁସାରେ, ସବୁ ତଥ୍ୟର ସତ୍ୟାପନ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ , ବର୍ତ୍ତମାନ ଏହି ଘଟଣା ପୂରା  ଅଞ୍ଚଳରେ ଆଲୋଚନାର ବିଷୟରେ ପାଲଟିଛି।

ଆହୁରି ମଧ୍ୟ ପଢନ୍ତୁ - ଘରେ ପାଣି ପଶି ଯାଉଛି, ପାଠ ପଢି ପାରୁନି ...ଡିଏମ୍ ଅଙ୍କଲ , ପ୍ଲିଜ୍‌ ଡ୍ରେନ୍‌ ତିଆରି କରାନ୍ତୁ