ଗାଜିଆବାଦ : ଅନେକ ସମୟରେ କୌଣସି ବଡ଼ ସମସ୍ୟାକୁ ସବୁଠୁ ପ୍ରଭାବୀ ଢଙ୍ଗରେ ଗୋଟିଏ ନିରୀହ କୋମଳ ସ୍ୱର ହିଁ ସାମ୍ନାକୁ ଆଣି ଥାଏ।। ଗାଜିଆବାଦରେ ଲଗାତାର ହେଉଥିବା ବର୍ଷା ମଧ୍ୟରେ ପଟେଲ ନଗର ସେକେଣ୍ଡର ଜଣେ କୁନି ଝିଅ ଅମ୍ୱିକାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସ୍କୁଲ ଯିବା ସମୟରେ ସେ ଜିଲ୍ଲା ଅଧିକାରୀ ଓ ନଗର ନିଗମକୁ ନିଜ ଅଞ୍ଚଳରେ ଡ୍ରେନ୍ ତିଆରି କରିବାକୁ ଅପିଲ କରିଛନ୍ତି। ତାଙ୍କର ନିରୀହ ଅନୁରୋଧ କେବଳ ଲୋକଙ୍କ ହୃଦୟକୁ ଛୁଇଁ ନାହିଁ , ବରଂ ସହରରେ ପ୍ରତି ମୌସୁମୀ ବର୍ଷା ବେଳେ ହେବାକୁ ଥିବା ଜଳବନ୍ଦୀର ଗମ୍ଭୀର ସମସ୍ୟାକୁ ମଧ୍ୟ ଉଜାଗର କରୁଛି।
ଭାଇରାଲ ଭିଡିଓରେ, ଅମ୍ବିକା ସ୍କୁଲ ଯିବା ପାଇଁ ଏକ କାରରେ ବସି ଥିବାର ଦେଖା ଯାଉଛି। ସେ କହୁଛନ୍ତି, ଯେତେବେଳେ ବର୍ଷା ହୁଏ, ଆମ ଘରେ ପାଣି ପଶି ଯାଏ। ଏହା ମୋର ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଡିଏମ୍ ଅଙ୍କଲ ଏବଂ ମ୍ୟୁନିସିପାଲ କର୍ପୋରେସନ, ଦୟାକରି ଏଠାରେ ଏକ ଡ୍ରେନ୍ ନିର୍ମାଣ କରନ୍ତୁ। ନିଷ୍ପାପ କୁନି ଝିଅର ଏହି ଆବେଦନ କେବଳ ତାଙ୍କର ବ୍ୟକ୍ତିଗତ ସମସ୍ୟା ନୁହେଁ, ବରଂ ପଟେଲ ନଗର ସେକେଣ୍ଡ ସମେତ ସେହି ଅଞ୍ଚଳଗୁଡ଼ିକର ବାସ୍ତବତା ମଧ୍ୟ ବର୍ଣ୍ଣନା କରେ, ଯେଉଁଠାରେ ପ୍ରତ୍ୟେକ ବର୍ଷାରେ ଲୋକଙ୍କୁ ଜଳବନ୍ଦୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ବୁଧବାର ସନ୍ଧ୍ୟାରେ ହେଉ ଥିବା ଲଗାତାର ବର୍ଷା କାରଣରୁ ଗାଜିଆବାଦର ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ମୁଖ୍ୟ ରାସ୍ତା ଗୁଡ଼ିକ ବ୍ୟତୀତ କଲୋନୀ ଗୁଡ଼ିକ ଓ ଆବାସୀୟ ଅଞ୍ଚଳରେ ମଧ୍ୟ ଜଳାର୍ଣ୍ଣବ ସ୍ଥିତି। ଏଥିରେ ଲୋକଙ୍କ ଯାତାୟାତ ପ୍ରଭାବିତ ହେଉଛି ଏବଂ ଅନେକ ପରିବାରକୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପଟେଲ ନଗର ସେକେଣ୍ଡର ସ୍ଥାନୀୟ ଲୋକଙ୍କ କହିବାନୁସାରେ , ସଂପୃକ୍ତ ଅଞ୍ଚଳରେ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ। ବର୍ଷା ସମୟରେ ବହୁତ ପାଣି ଜମିଯାଏ। ଜଳ ନିଷ୍କାସନ ହୋଇ ପାରେ ନାହିଁ, ଯାହା ଫଳରେ ଅନେକ ଘରେ ପାଣି ପଶି ଯାଏ। ସସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ , ଏହି ସମସ୍ୟା ନୂଆ ନୁହେଁ, ବରଂ ପ୍ରତ୍ୟେକ ବର୍ଷାରେ ଏହି ସମସ୍ୟାର ପୁନରାବୃତ୍ତି ଘଟେ।
ଅମ୍ୱିକାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ସେୟାର କରାଯାଉଛି। ଲୋକେ କୁନି ଝିଅର ଅନୁରୋଧକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଜଳବନ୍ଦୀର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରୁଛନ୍ତି। ଅନେକ ୟୁଜରଙ୍କ କହିବାନୁସାରେ, ଯଦି ସମୟ ପୂର୍ବରୁ ଡ୍ରେନେଜ୍ ବ୍ୟବସ୍ଥାର ବିକଶିତ କରାଯାଏ ତ ହେଉଥିବା ଏହି ସମସ୍ୟାରୁ ଶହ ଶହ ପରିବାରକୁ ଆଶ୍ୱସ୍ତି ମିଳି ପାରେ।
ସ୍ଥାନୀୟ ନାଗରିକଙ୍କ କହିବାନୁସାରେ, ବର୍ଷା ଆରମ୍ଭ ହେବା ପୂର୍ବରୁ ଡ୍ରେନର ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ କରିବା ଉଚିତ୍। ତାଙ୍କ କହିବାନୁସାରେ,ଯଦି ପ୍ରଶାସନ ସମୟ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନିଏ, ତ ବର୍ଷା ପାଗରେ ଲୋକଙ୍କୁ ବାରମ୍ୱାର ଜଳବନ୍ଦୀ ଓ ଏଥିରେ ହେବାକୁ ଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ି ନପାରେ।
ଆହୁରି ମଧ୍ୟ ପଢନ୍ତୁ : BSNL satellite phone : BSNL ଲଞ୍ଚ କଲା ଦେଢ ଲକ୍ଷ ଟଙ୍କିଆ ସାଟେଲାଇଟ୍ ଫୋନ୍, ନେଟୱର୍କ ନଥିଲେ ବି ଚିନ୍ତା ନାହିଁ