ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜେଏମଏମ- କଂଗ୍ରେସ ମଧ୍ୟରେ ଛିଣ୍ଡିଲା ସିଟ୍ ସେୟାରିଂର ଫର୍ମୁଲା, ଜାଣନ୍ତୁ କିଏ କେତେ ସିଟରେ ଲଢିବେ ନିର୍ବାଚନ

Published By : Gurupada Nath | October 19, 2024 6:08 PM

ନୂଆଦିଲ୍ଲୀ,୧୯/୧୦ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଇଣ୍ଡିଆ ଗଠବନ୍ଧନର ସହଯୋଗୀ ପାର୍ଟି ମଧ୍ୟରେ ସିଟର ଭାଗବଣ୍ଟା ହୋଇଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଝାଡ଼ଖଣ୍ଡର ୮୧ବିଧାନସଭା ସିଟରୁ ୭୦ସିଟରେ ଜେଏମଏମ ଏବଂ କଂଗ୍ରେସ ନିର୍ବାଚନ ଲଢିବେ । ଏହା ବ୍ୟତୀତ ବାକି ରହିଯାଇଥିବା ସିଟରେ ଆରଜେଡି, ସିପିଏମ ମାଲେ ଏବଂ ତାଙ୍କର ଅନ୍ୟ ସହଯୋଗୀ ନିର୍ବାଚନ ଲଢିବେ । ସିଏମ୍ ସୋରେନ ଏହି ସିଟରେ କିଏ କେଉଁଠୁ ନିର୍ବାଚନ ଲଢିବେ ସେ ସୁନିଶ୍ଚିତ କରିବେ । 

ମାତ୍ର ଜେଏମଏମ ଏବଂ କଂଗ୍ରେସ କେତେ ସିଟରେ ନିର୍ବାଚନ ଲଢିବ, ଏହାର ଖୁଲାସା ଏବେ ମୁଖ୍ୟମନ୍ତ୍ରୀ କରି ନାହାନ୍ତି । ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଂଗ୍ରେସର ଝାଡ଼ଖଣ୍ଡ ପ୍ରଭାରୀ ଗୁଲାମ ଅହମଦ ମୀରଙ୍କ ଉପସ୍ଥିତିରେ ସିଟ ସେୟାରିଂର ଘୋଷଣା କରିଛନ୍ତି । ମାତ୍ର ଏହି ଅବସରରେ ଆରଜେଡି ଏବଂ ବାମ ଦଳର ପ୍ରତିନିଧି ଉପସ୍ଥିତ ନ ଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏବେ ଗଠବନ୍ଧନରେ ସାମିଲ ସହଯୋଗୀ ଦଳର ନେତାଙ୍କ ସହ କଥାବାର୍ତ୍ତା ହେଉଛି । ହେମନ୍ତ ସୋରେନ କହିଛନ୍ତି କି ଆରଜେଡି ଏବଂ ସିପିଆଇଏଲ ସହ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି କି କଂଗ୍ରେସ ଏବଂ ଜେଏମଏମ କେଉଁ କେଉଁ ସିଟରେ ନିର୍ବାଚନ ଲଢିବେ। ପ୍ରକାଶ ଯେ, ଝାଡ଼ଖଣ୍ଡରେ ଦୁଇ ପର୍ଯ୍ୟାୟରେ ୧୩ ଏବଂ ୨୦ନଭେମ୍ବରରେ ଭୋଟିଂ ହେବ । ସେହିଭଳି ୨୩ନଭେମ୍ବରରେ ଭୋଟିଂର ଗଣାଯିବ । ସେହିଭଳି ଝାଡ଼ଖଣ୍ଡରେ ଏନଡିଏ ପ୍ରଥମ ସିଟର ଭାଗ କରି ନେଇଛନ୍ତି।  ରାଜ୍ୟର ୮୧ସିଟରୁ ବିଜେପି ୬୮ସିଟରେ, ଆଜସୁ ୧୦ସିଟରେ ଏବଂ ଜେଡିୟୁ ୨ଏବଂ ଲୋଜପା ଗୋଟିଏ ସିଟରେ ନିର୍ବାଚନ ଲଢିବେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.