ଝାରସୁଗୁଡ଼ା ୨୪/୦୫: ସ୍ୱାସ୍ଥ୍ୟକର୍ମୀଙ୍କ ଚରମ ଅବହେଳା। ଅକାଳରେ ବଳି ପଡ଼ିଲା ନବଜାତଙ୍କ ଜୀବନ। ପ୍ରସବ ପରେ ନବଜାତ ଶିଶୁ କନ୍ୟା ହାତରୁ ଖସି ପଡ଼ି ମୃତ। ଏଭଳି ଅଭାବନୀୟ ଘଟଣା ଲଖନପୁର ବ୍ଲକ୍ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି। ମେଡିକାଲ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ହସ୍ପିଟାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାରଲୋକ। ଘଟଣାସ୍ଥଳରେ ରେଙ୍ଗାଲି ପୁଲିସର ପହଞ୍ଚି ପଚରାଉଚରା କରୁଥିବା ଜଣାପଡିଛି। ତେବେ ଏଭଳ ଅବହେଳା ପାଇଁ କିଏ ଦାୟୀ ତାକୁ ନେଇ ତଦନ୍ତ ଚାଲିଛି।
ଅଧିକ ପଢ଼ନ୍ତୁ :- ଆଠମଲ୍ଲିକ ମାଧପୁର ରେଞ୍ଜ ଲଣ୍ଡା ପାହାଡ଼ରେ ହାତୀର ମୃତ୍ୟୁ, 'ମାଖନା' ହାତୀ ଭାବରେ ଥିଲା ପରିଚିତ