ନୂଆଦିଲ୍ଲୀ,୨୦/୦୭; ଫିଫା ବିଶ୍ୱକପ ଫାଇନାଲ ସିରିଛି । ୧୬ ବର୍ଷ ପରେ ବିଶ୍ୱକପ ଦ୍ୱିତୀୟ ଥର ବିଶ୍ୱ ବିଜୟୀ ହୋଇଛି ସ୍ପେନ୍ । ଲିଓନେଲେ ମେସିଙ୍କ ଆର୍ଜେଣ୍ଟିନାକୁ ୧-୦ରେ ହରାଇ ଚାମ୍ପଅନ ହୋଇଛନ୍ତି ସ୍ପେନ୍ । ଫିଫି ବିଶ୍ୱକପ ବିଜୟ ଉତ୍ସବରେ ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ସମାରୋହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦର୍ଶକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ହଟହଟା ହୋଇଥିଲେ ରାଷ୍ଟ୍ରପତି ଟ୍ରମ୍ପ । ସ୍ପେନ୍ କ୍ୟାପ୍ଟେନ୍ ରୋଡ୍ରିଙ୍କୁ ଟ୍ରଫି ଦେବା ପରେ ଡୋନାଲ୍ଡ ଟ୍ରମ୍ପ ଖେଳାଳଙ୍କ ମଝିରେ ରହିଯାଇଥିଲା । ଫଳରେ ବିଜୟ ସେଲିବ୍ରେସନରେ ବାଧାଉପୁଜଥିଲା । ଏହାପରେ ଫିଫା ଅଧିକାରୀ ଟ୍ରମ୍ପଙ୍କ ହାତ ଧରି ମଞ୍ଚରୁ ହଟାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସ୍ପେନ୍ ଆର୍ଜେଣ୍ଟିନାକୁ ପରାସ୍ତ କରି ଚଳିତ ଫିଫା ବିଶ୍ୱକପ ଜିତିଛି । ଟ୍ରମ୍ପ ଏବଂ ଫିଫା ମୁଖ୍ୟ ଜିଆନି ଇନଫାଣ୍ଟିନୋ ଚାମ୍ପିଅନ ସ୍ପେନ୍ ଟିମକୁ ସମ୍ମାନିତ କରିବା ପାଇଁ ପଡିଆରେ ପ୍ରବେଶ କରିବା ମାତ୍ର ଦର୍ଶକମାନେ କ୍ରୋଧିତ ହୋଇ ନାରାବାଜି ଦେଇଥିଲେ । ଯେତେବେଳେ ଟ୍ରମ୍ପ ଏବଂ ଇନଫାଣ୍ଟିନୋ ଚାମ୍ପଅନ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ପଦକ ପ୍ରଦାନ କରିବା ଆରମ୍ଭ କଲେ, ସେତେବେଳ କ୍ରୋଧିତ ଦର୍ଶକ ଶାନ୍ତ ପଡିଥିଲେ । ଦୁଇ ଜଣ ବିଶ୍ୱବିଜୟୀ ଦଳକୁ ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ । ସ୍ପେନ୍ କ୍ୟାପ୍ଟେନ୍ ରୋଡ୍ରି ଟ୍ରଫି ଉଠାଇବା ପୂର୍ବରୁ ଟ୍ରମ୍ପ ମଞ୍ଚ ଉପରେ ଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଐତିହାସିକ ଫାଇନାଲ ଦେଖିବାକୁ ହେଲିକପ୍ଟର ଯୋଗେ ଷ୍ଟାଡିୟମରେ ପହଞ୍ଚିଥିଲେ । ମ୍ୟାଚ୍ ପରେ ସେ ସ୍ପାନିସ୍ ଖେଳାଳିଙ୍କ ସହିତ ପୋଡିୟମ୍ ଉପରେ ଠିଆ ହୋଇଥିଲେ । ଏହା ପରେ ସ୍ପେନ୍ ଅଧିନାୟକ ରୋଡ୍ରି ଶହ ଶହ ଫଟୋଗ୍ରାଫର ଏବଂ କ୍ୟାମେରା ସାମ୍ନାରେ ବିଶ୍ୱକପ ଟ୍ରଫି ଉଠାଇବାକୁ ଯାଉଥିଲେ । ସେତେବେଳେ ଫିଫା ମୁଖ୍ୟ ଟ୍ରମ୍ପଙ୍କୁ ମଞ୍ଚରୁ ବାହାର କରିଦେଇଥିଲେ ।
ଏହା ବି ପଢନ୍ତୁ...Rohit-Kohali: ଭାରତ ହାରିଲା...ଲର୍ଡ୍ସରେ ରେକର୍ଡ କଲେ ରୋହିତ-କୋହଲି; ଏମିତି କରିବାରେ ହେଲେ ପ୍ରଥମ ଯୋଡ଼ି
ଫିଫା ବିଶ୍ୱକପ ମ୍ୟାଚ୍ ବାବଦରେ କହିବାକୁ ଗଲେ, ଦୀର୍ଘ ଦେଢ଼ ମାସର ରୋମାଞ୍ଚ ମଧ୍ୟରେ ଶେଷ ହୋଇଛି ବିଶ୍ୱକପ୍ । ଆର୍ଜେଣ୍ଟିନାର ସବୁ ସ୍ୱପ୍ନକୁ ମଉଳାଇ ସ୍ପେନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ମେଟ୍ ଲାଇଫ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଦଳ ୧-୦ ଗୋଲ୍ରେ ବିଜୟ ହାସଲ କରିଥିଲା । ଦୀର୍ଘ ୧୬ ବର୍ଷ ପରେ ସ୍ପେନ ଦ୍ୱିତୀୟ ଟାଇଟଲ ହାସଲ କରିଛି ।
President Donald J. Trump presents the World Cup Trophy to Spain, the 2026 @FIFAWorldCup Champions! 🏆 pic.twitter.com/SHsoBhYm1b
— The White House (@WhiteHouse) July 19, 2026