ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହ୍ୱାଟସ୍ ଆପ୍ ଗ୍ରୁପ୍‌କୁ ନେଇ ଥମିନି ବିବାଦ ,୨ ଆଇଏଏସ୍ ଅଧିକାରୀ ନିଲମ୍ବିତ

Published By : Anindita Ratha | November 12, 2024 2:31 PM

ନୂଆଦିଲ୍ଲୀ,୧୨/୧୧:କେରଳର ଜଣେ ଆଇଏଏସ୍ ଅଧିକାରୀଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଏକ ସମ୍ପ୍ରଦାୟର ଅଧିକାରୀଙ୍କ ପାଇଁ ସୃଷ୍ଟି ହୋଇଥିବା ହ୍ୱାଟସ୍ ଆପ୍ ଗ୍ରୁପ୍‌କୁ ନେଇ ଥମିନି ବିବାଦ । ଯାହାକୁ ନେଇ  କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ତେବେ ଏହି ମାମଲାରେ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ମୁତାବକ, କେରଳ ଇଣ୍ଡଷ୍ଟ୍ରିଜ୍ ଏବଂ ବାଣିଜ୍ୟ ନିର୍ଦ୍ଦେଶକ କେ ଗୋପାଳକୃଷ୍ଣନ୍ ତାଙ୍କ ମୋବାଇଲ୍ ହ୍ୟାକ୍ କରାଯାଇ  ତାଙ୍କ ନମ୍ବରକୁ ବ୍ୟବହାର କରି 'ମଲ୍ଲୁ ହିନ୍ଦୁ ଅଧିକାରୀ' ନାମକ ଏକ ହ୍ୱାଟସ୍ ଆପ୍ ଗ୍ରୁପ୍‌ ଗଠନ କରାଯାଇଥିଲା। ଯାହାକୁ ନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ତଦନ୍ତ ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏଥି ସହିତ ଗତ ତିନି ଦିନ ମଧ୍ୟରେ ସୋଶାଲ ମିଡିଆରେ ଅନ୍ୟ ଜଣେ ଆଇଏଏସ୍ ଅଧିକାରୀ, ଅତିରିକ୍ତ ମୁଖ୍ୟ ସଚିବ ଏ ଜୟତିଲକଙ୍କ ବିରୋଧରେ ଅନେକ ପୋଷ୍ଟ କରି ଉତ୍ତେଜନା ସୃଷ୍ଟି କରିଥିବାରୁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏନ ପ୍ରଶାନ୍ତଙ୍କୁ ନିଲମ୍ବିତ କରାଯାଇଛି।ମୁଖ୍ୟ ଶାସନ ସଚିବ ଶାରଦା ମୁରଲିଧରନଙ୍କ ରିପୋର୍ଟକୁ ଆଧାର କରି ସୋମବାର ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ରାଜସ୍ୱ ମନ୍ତ୍ରୀ କେ ରାଜନ କହିଥିଲେ ଯେ,ସରକାର ଅଧିକାରୀମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାମ କରିବାକୁ ଦେବେ ନାହିଁ। ଅଧିକାରୀମାନଙ୍କୁ ଆଦର୍ଶ ଏବଂ ପଦ୍ଧତି ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ।ସୂଚନା ମୁତାବକ, ଗୋପାଳକୃଷ୍ଣନ୍‌ ହିଁ 'ମଲ୍ଲୁ ହିନ୍ଦୁ ଅଧିକାରୀ' ନାମକ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ ତିଆରି କରିଥିଲେ। ଏହା ବ୍ୟତୀତ ସେ ପୁଲିସକୁ କହିଥିଲେ ଯେ ତାଙ୍କ ଫୋନ୍ ହ୍ୟାକ୍ ହୋଇଛି। ସେ ଏହି ଗ୍ରୁପ ତିଆରି କରିନାହାଁନ୍ତି। ଏଥି ସହିତ ଏନ ପ୍ରଶାନ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ଜୟତିଲକଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ କରିବା ସହ ବହୁ ଅଧିକାରୀଙ୍କୁ ସେମାନଙ୍କ କ୍ୟାରିୟର ନଷ୍ଟ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଏନେଇ ତାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।ଅଭିଯୋଗ ଅନୁସାରେ , ଗୋପାଳକୃଷ୍ଣ ମଲ୍ଲୁ ହିନ୍ଦୁ ଅଧିକାରୀ ଏବଂ ମଲ୍ଲୁ ମୁସଲିମ ଅଫିସର ନାମକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ତିଆରି କରିଥିଲେ। ତେବେ ପୁଲିସ ଆଗରେ ଏହାକୁ ଖଣ୍ଡନ କରିଥିଲେ ଗୋପାଳକୃଷ୍ଣ। ଗୋପାଳ କୃଷ୍ଣ ମିଥ୍ୟା ଅଭିଯୋଗ ଦାଖଲ କରିବା ସହ ପ୍ରମାଣ ସହ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.