ନୂଆଦିଲ୍ଲୀ ୦୫/୦୭: ନିତେଶ ତିୱାରୀଙ୍କ ‘ରାମାୟଣ ଭାଗ-୧’ରେ ମନ୍ଦୋଦରୀ ଭୂମିକାରେ ଅଛନ୍ତି କାଜଲ ଅଗ୍ରୱାଲ । ରାବଣ ଭୂମିକାରେ ଅଛନ୍ତି କେଜିଏଫ୍ ଷ୍ଟାର ୟଶ । ଫିଲ୍ମର ପ୍ରଥମ ଭାଗରେ କାଜଲଙ୍କର ସୀମିତ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପରଦାରେ ଏହି ଐତିହାସିକ ମହାକାବ୍ୟର ଅଂଶ ହେବା ଚମତ୍କାର ଅନୁଭବ ବୋଲି ସେ କହିଛନ୍ତି । ପ୍ରତିଟି ଭାରତୀୟଙ୍କ ହୃଦୟରେ ରହିଥିବା ଏହି ପୌରାଣିକ କଥାର ଅଂଶ ହୋଇ ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେକରୁଛନ୍ତି । ରାମାୟଣର କାହାଣୀ ଶୁଣି ଓ ଦେଖି ବଡ଼ ହୋଇଥିବାରୁ ଫିଲ୍ମରେ ନିଜ ଚରିତ୍ରକୁ ସେ ଅତି ଆପଣାର ମନେକରୁଛନ୍ତି । ଫିଲ୍ମରେ ରାବଣ ଚରିତ୍ର ଭାବେ ୟଶଙ୍କ ଅପୋଜିଟ କାମ କରିବା ତାଙ୍କ ପାଇଁ ଅତି ସୁନ୍ଦର ଅନୁଭବ । ୟଶଙ୍କୁ ସେ ଖୁବ୍ ପ୍ରଶଂସା କରିଛନ୍ତି ।
ଫିଲ୍ମରେ ରଣବୀର କପୁର ରାମ, ସାଈ ପଲ୍ଲବୀ ସୀତା, ରବି ଦୁବେ ଲକ୍ଷ୍ମଣ ଏବଂ ସନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିଛନ୍ତି । ଆସନ୍ତା ଦୀପାବଳି ଅବସରରେ ଫିଲ୍ମର ପ୍ରଥମ ଭାଗ ମୁକ୍ତିଲାଭ କରିବ । ଆସନ୍ତା ବର୍ଷ ଦୀପାବଳିରେ ୨ୟ ଭାଗ ବଡ଼ ପରଦାକୁ ଆସିବ । ଏବେ ସୁଦ୍ଧା କେବଳ ଭାଗ-୧ର ସୁଟିଂ ଶେଷ ହୋଇଥିବା କାଜଲ କହିଛନ୍ତି ।
ଆହୁରି ପଢ଼ନ୍ତୁ...Asia's Cleanest Village: ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ରବିବାର ପର୍ଯ୍ୟଟକଙ୍କ ପ୍ରବେଶ ମନା