ଲଖନପୁର,୧୫/୫ : କାଳବୈଶାଖୀ ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼, ବ୍ରଜରାଜନଗର, କଦେଲପିଟା, ପିପିଲିମାଲ, କଟୁଜୋର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ପବନ ବର୍ଷା, ବଜ୍ରପାତ ସହ ଝଡ଼ ତୋଫାନ ହୋଇଛି l କାଳବୈଶାଖୀ ପ୍ରଭାବରେ ଏହି ଅଞ୍ଚଳରେ ଅନେକ ଗଛ ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ଘର ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଯାଇଛି l
ଏହାସହ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ପିପିଲିମାଲ ଅଂଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି l କଟୁଜୋରର ବୁଧୁରାମ ପ୍ରଧାନ, ଖିରୋଦ ପ୍ରଧାନ, ଲମ୍ବୋଦର ପ୍ରଧାନ, ସାଗର ପ୍ରଧାନ, ପର୍ଶୁରାମ ପ୍ରଧାନ, ସନାତନ ମାଝୀ, ଅରୁଣ ମାଝି, ଅରୁଣ ରକ୍ସା, ପ୍ରଫୁଲ୍ଲ ରକ୍ସାଙ୍କ ଘର ତଥା ଗୁହାଳର ଆଜ ବେଷ୍ଟସ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି l ରାସ୍ତା ଏବଂ ଘର ଉପରେ ଭାଙ୍ଗି ପଡ଼ିଥିବା ଗଛ ଗୁଡ଼ିକୁ ଅଗ୍ନିଶମ ବିଭାଗ ପକ୍ଷରୁ କାଟି ସଫା କରାଯାଉଛି l ଅନ୍ୟପଟେ କାଳବୈଶାଖୀ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ କ୍ଷତିଗ୍ରସ୍ତ ଲୋକେ ଦାବି କରିଛନ୍ତି l