PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ରିଲିଜ ହେଲା ‘କଲଙ୍କ’ର ଦମଦାର ଟ୍ରେଲର, ପୁଣି ହୃଦୟ ଜିତିଲେ ବରୁଣ-ଆଲିଆ

source:www.youtube.com

ମୁମ୍ବାଇ ୩/୪: କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମାଣ ହେଉଥିବା ୨୦୧୯ର ଏପର୍ଯ୍ଯନ୍ତ ସବୁଠାରୁ ବଡ ଫିଲ୍ମ ‘କଲଙ୍କ’ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମକୁ ଗତ ବର୍ଷରୁ ଅପେକ୍ଷା କରିଆସିଛନ୍ତି ଦର୍ଶକ । ଫିଲ୍ମର ମେଗା ଷ୍ଟାରକାଷ୍ଟର ଚର୍ଚ୍ଚା ମଧ୍ଯ ଜୋରସୋରରେ ଚାଲିଛି । ତେବେ ଫିଲ୍ମର ୧୪ ଦିନ ପୂର୍ବରୁ ମେକର୍ସ ଫିଲ୍ମର ଟ୍ରେଲର ଜାରି କରିଛନ୍ତି । ଫିଲ୍ମର ଟ୍ରେଲରରେ ପୁଣି ଥରେ ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।

ଫିଲ୍ମର କ୍ରେଜ୍ ଦେଖି ମେକର୍ସ ଏହାକୁ ଶୁକ୍ରବାର ପୂର୍ବରୁ ରିଲିଜ କରିବାପାଇଁ ଭାବିଛନ୍ତି । ଏହି ଫିଲ୍ମ ଶୁକ୍ରବାର ବଦଳରେ ବୁଧବାର ରିଲିଜ ହେବ । ବରୁଣ ଓ ଆଲିଆଙ୍କ ବ୍ଯତୀତ ଫିଲ୍ମରେ ବହୁ ବର୍ଷ ପରେ ମାଧୁରୀ ଦିକ୍ଷିତ ଓ ସଞ୍ଜୟ ଦତ୍ତଙ୍କ ଯୋଡି ଅନସ୍କ୍ରିନ୍ ଦେଖିବାକୁ ମିଳିବ । ଏହା ବ୍ୟତୀତ ଆଦିତ୍ଯ ରୟ କପୁର ଓ ସୋନାକ୍ଷୀ ସିହ୍ନା ମଧ୍ଯ ତ୍ରିକୋଣୀୟ ପ୍ରେମରେ ନଜର ଆସିବେ । ତେବେ ଏପ୍ରିଲ ୧୭ରେ ରିଲିଜ ହେବ କଲଙ୍କ ।

ସମ୍ବନ୍ଧିତ ଖବର