ମୁମ୍ୱାଇ : କଙ୍ଗନା ରଣାୱତ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। କଙ୍ଗନା ସାଧାରଣତଃ ସେଲିବ୍ରିଟି କିମ୍ବା ଇଣ୍ଡଷ୍ଟ୍ରିକୁ ନେଇ ଅଧିକ ପଜିଟିଭ୍ କଥା କୁହନ୍ତି ନାହିଁ, କିନ୍ତୁ ଏବେ ସେ ସଲମାନ ଖାନଙ୍କ ବିଷୟରେ ଏପରି କିଛି କହିଛନ୍ତି , ଯାହା ତାଙ୍କ ପ୍ରଶଂସକମାନେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କଙ୍ଗନା କହିଛନ୍ତି, ତାଙ୍କ କ୍ୟାରିୟରର ଆରମ୍ଭରେ ସଲମାନ ଖାନ ତାଙ୍କୁ ଏମିତି କିଛି କହି ଥିଲେ , ଯାହାକୁ ସେ ଆଜିସୁଦ୍ଧା ଭୁଲି ନାହାଁନ୍ତି। କେବଳ ଏତିକି ନୁହେଁ, ସଞ୍ଜୟ ଲୀଲା ବଂସାଲୀ ଆଜି ପର୍ଯ୍ୟନ୍ତ ତାଙ୍କ ସହିତ କାମ ନକରିବାକୁ ନେଇ ଅନୁତାପ କରୁଛନ୍ତି।
ANI ସହିତ କଥାବାର୍ତ୍ତା ବେଳେ ସଲମାନଙ୍କ ଠାରୁ ମିଳି ଥିବା ବଡ଼ କମ୍ପ୍ଲିମେଣ୍ଟକୁ ନେଇ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ସଲମାନଙ୍କୁ ଭେଟି ଥିଲି। ସେତେବେଳେ ମୋର ବୟସ ୧୬-୧୭ ବର୍ଷ ଥିଲା। ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ ରିଲିଜ୍ ମଧ୍ୟ ହୋଇ ନଥିଲା। ଯେତେବେଳେ ସଲମାନ ମୋତେ ଦେଖିଲେ, ସେ କହିଲେ, ' ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ନାୟିକା।
କଙ୍ଗନା କହିଥିଲେ ଯେ, ସେ ତା'ପରେ ସଞ୍ଜୟ ଲୀଲା ଭଂସାଲୀଙ୍କୁ ଭେଟିଥିଲେ। ସେ କହିଥିଲେ,ମୁଁ ମୋର ପୋର୍ଟଫୋଲିଓ ନେଇ ସଞ୍ଜୟ ସାରଙ୍କ ପାଖକୁ ଯାଇଥିଲି। ତାଙ୍କ ମାଆ ମଧ୍ୟ ସେଠାରେ ଥିଲେ, ଏବଂ ମୁଁ ତାଙ୍କୁ କହି ଥିଲି ଯେ ସଲମାନ ସାର୍ ମୋତେ ପଠାଇଛନ୍ତି। କଙ୍ଗନା ପୁଣି କହିଥିଲେ –ଭଂସାଲୀ ସାର ମୋତେ ସାଇନ୍ କରି ନଥିଲେ। କିନ୍ତୁ ଏବେ ଯେତେବେଳେ ସଞ୍ଜୟ ସାର୍ ମୋତେ ଭେଟିଥା’ନ୍ତି, ତ ସେ ସବୁବେଳେ କୁହନ୍ତି ଯେ, ସେ ସେଦିନ ସଲମାନଙ୍କ କଥା ଶୁଣିଥାନ୍ତେ କି।
କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ, ଭଂସାଲୀ ପୁଣି ତାଙ୍କୁ ଗୋଲିୟୋ କି ରାସଲୀଲା –ରାମ ଲୀଲାରେ ଗୀତର ଅଫର ଦେଇଥିଲେ , କିନ୍ତୁ ସେ ରିଜେକ୍ଟ କରିଦେଇ ଥିଲେ , କାରଣ ସେ ଆଇଟମ୍ ସଙ୍ଗ୍ କରିବାକୁ ଚାହୁଁ ନଥିଲେ।
କଙ୍ଗନାଙ୍କ ପ୍ରଫେସନାଲ ଲାଇଫ୍ କଥା କହିବା , ତ ସେ ଲାଷ୍ଟ ଫିଲ୍ମ ‘ ଏମର୍ଜେନ୍ସି ’ରେ ନଜର ଆସି ଥିଲେ , ଯେଉଁଥିରେ ସେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସେ ନିଜେ ଡାଇରେକ୍ଟ ମଧ୍ୟ କହିଥିଲେ। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର , ସତୀଶ କୌଶିକ , ମହିମା ଚୌଧୁରୀ , ଶ୍ରେୟସ ତଲପଡେଙ୍କ ସମେତ ଅନେକ ଆକ୍ଟର ଥିଲେ। ହେଲେ ଫିଲ୍ମଟି ଚାଲି ନଥିଲା।
କଙ୍ଗନା ଏବେ ଆର. ମାଧବନଙ୍କ ସହ ଫିଲ୍ମ ସର୍କଲରେ ନଜର ଆସିବେ। ଦୁହେଁ ତନୁ ୱେଡ୍ସ ମନୁ ରିଟର୍ଣ୍ଣସ୍ ପରେ ଏକାଠି କାମ କରିବେ। ପ୍ରଶଂସକମାନେ ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବା ପାଇଁ ଖୁବ୍ ଉତ୍ସାହିତ।