ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଳି କରି ହତ୍ୟା କରିବାକୁ ଚାହୁଁଛନ୍ତି ଏହି କଂଗ୍ରେସ ନେତା , ବିଜେପି ଦାବି କଲା କାର୍ଯ୍ୟାନୁଷ୍ଠାନ, ଭାଇରାଲ ହେଲା କଂଗ୍ରେସ ନେତାଙ୍କ ଭିଡିଓ

ନୂଆଦିଲ୍ଲୀ,୫।୩: କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ବେଲୁର ଗୋପାଳକ୍ରିଷ୍ଣା ଏକ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ମଙ୍ଗଳବାର ଦିନ ଗୋପାଳକ୍ରିଷ୍ଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା କଥା ସମାରୋହରେ ଉପସ୍ଥିତ ଥିବା ତାଙ୍କ ସମର୍ଥକଙ୍କ ସାମ୍ନାରେ କହିଛନ୍ତି।
କଂଗ୍ରେସ ନେତାଙ୍କ ଏହି ଭିଡିଓରେ ଶୁଣିବାକୁ ମିଳିଛି କି, ସେ ତାଙ୍କ ସମର୍ଥକଙ୍କୁ କହୁଛନ୍ତି, ବିଜେପି ଆଜି ବି ମାହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନଥୁରାମ୍ ଗଡସେର ପ୍ରଶଂସା କରୁଛି। ଏମିତି ଲୋକ ଦେଶର ରହିବା ଆବଶ୍ୟକ ନାହିଁ। ଆପଣଙ୍କ ଭିତରେ ଯଦି ସାହାସ ଅଛି ତେବେ ମୋଦିଙ୍କୁ ହତ୍ୟା କରି ଦେଖାନ୍ତୁ।
ଅଧିକ ପଢନ୍ତୁ କ୍ଷମା ମାଗିଲେ କଂଗ୍ରେସ ନେତା, ମୋଦିଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ