ଭୁବନେଶ୍ଵର : ବର୍ଷାଦିନେ ପ୍ରାୟ ଲୋକଙ୍କ ଘରୁ ଭିନ୍ନ ଏକ ଗନ୍ଧ ବାହାରିଥାଏ, ଯାହା ମୁଡ୍‌ ଖରାପ କରି ଦେଇଥାଏ । ଘରୁ ସୁବାସିତ ବାସ୍ନା ବାହାରିବା ଦ୍ୱାରା ମନଖୁସି ହେବା ସହ କୌଣସି କାମ କରିବା ପାଇଁ ମୁଡ୍‌ ହୋଇଥାଏ । କେବଳ ଘରକୁ ସଫା ରଖିଲେ ଏହି ସମସ୍ୟା ହେବ ବୋଲି ଭାବିବା ଭୁଲ୍‌ । ଘରେ ପବନ ଯା’ଆସ କରିବାକୁ ସ୍କାଏଲାଇଟ୍‌ ବା ବଡ଼ ଝରକା ରହିବା ଦ୍ୱାରା ଦୁର୍ଗନ୍ଧ ରହି ନଥାଏ । ସେହିପରି ଘରର ଦୁର୍ଗନ୍ଧ ଦୂର କରିବା ପାଇଁ ଘରର ଭୂଇଁ, ଅଳିଆ ପାତ୍ର, ଫ୍ରିଜ୍‌ ଓ ମାଇକ୍ରୋୱେଭ୍‌ ଆଦି ମଧ୍ୟ ସଫା ରଖିବା ଦରକାର । ଏହାବ୍ୟତୀତ ପ୍ରାୟ ସବୁବେଳେ ବନ୍ଦ ରହୁଥିବା ଆଲମିରାକୁ ସଫା ନକଲେ ମଧ୍ୟ ଗନ୍ଧ ବାହାରିଥାଏ । ଘରର ଗନ୍ଧକୁ ସ୍ଥାୟୀ ଭାବେ ଦୂର କରିବାକୁ ହେଲେ ମାଇକ୍ରୋୱେଭର୍‌ର ସହାୟତା ନେଇପାରିବେ । 

-ମାଇକ୍ରୋୱେଭ୍‌ର ବେକିଂ ଟ୍ରେରେ ସାମାନ୍ୟ ଡାଳଚିନି ଗୁଣ୍ଡ ସହ ୨/୩ଟି ଲବଙ୍ଗ ପକାଇ ବେକ୍‌ କରି ନିଅନ୍ତୁ । ଏବେ ମାଇକ୍ରେୱେଭ୍‌କୁ ଖୋଲି ଦିଅନ୍ତୁ । ଏବେ ସମ୍ପୂର୍ଣ୍ଣ ଘର ମସଲା ବାସ୍ନାରେ ମହକି ଉଠିବ । 

-ଘରେ ଯଦି ଫୁଲ ରଖୁଥାନ୍ତି, ତେବେ ତା' ସହିତ କିଛି ହର୍ବ୍ସ ମଧ୍ୟ ରଖନ୍ତୁ । ଏହା ଘରକୁ ସୁବାସିତ କରି ରଖିବ । ଏହାଛଡା ଘରର ଝରକା ପାଖରେ ଲେମନ୍‌ ଗ୍ରାସ୍‌ ଗଛକୁ ରଖି ଦିଅନ୍ତୁ । ଏକ ହାଲ୍‌କା ଓ ଧୀମି ଧୀମି ବାସ୍ନା ଅନୁଭବ କରିପାରିବେ । 

-ଯଦି ରୋଷେଇ ଘରୁ କୌଣସି ଗନ୍ଧ ବାହାରୁଥାଏ, ତେବେ ଏହାକୁ ଡିପ୍‌ କ୍ଲିନ୍‌ କରି ନିଅନ୍ତୁ । ଗନ୍ଧ କମିଯିବ । ରୋଷେଇ ଘରେ ଥିବା ଏଗ୍‌ଜଷ୍ଟ, ଗ୍ୟାସ୍‌ ଚିମିନି, ଲାଇଟ୍‌, ବଲ୍‌ବ ଆଦିରେ ତେଲ ଜମିବା ଯୋଗୁ ସେଥିରୁ ଗନ୍ଧ ବାହାରିଥାଏ । ତେଣୁ ଏହାକୁ ସଫା କରିନେଲେ ଗନ୍ଧ ଆପେ ଆପେ ଦୂର ହୋଇଯିବ । 

-ଯଦି ଜୋତା ଷ୍ଟାଣ୍ଡ୍‌ରୁ ଗନ୍ଧ ବାହାରୁଥାଏ, ତେବେ ଏଥିରେ ଦୁଇ ଖଣ୍ଡ ସୁଭାଷିତ ସାବୁନ ରଖି ଦିଅନ୍ତୁ । ଫଳରେ ଜୋତା ଷ୍ଟାଣ୍ଡ୍‌ର ଗନ୍ଧ କମ ହେବା ସହ ବ୍ୟାକ୍ଟେରିଆ ମଧ୍ୟ କମ୍‌ ରହିଥାନ୍ତି । 

-ଯଦି ଫ୍ରିଜ୍‌ରୁ ଗନ୍ଧ ବାହାରୁଥାଏ, ତେବେ କଟନ୍‌ ବଲ୍‌ବରେ ଭାନିଲା ଏସେନ୍ସ ପକାଇ ଏହାକୁ ଥାକରେ ରଖିଦିଅନ୍ତୁ । ଫ୍ରିଜ୍‌ ଭିତରୁ ବାହାରୁଥିବା ଗନ୍ଧ ଦୂର ହୋଇଯିବ ।