ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଘରକୁ ରଖନ୍ତୁ ସୁବାସିତ

Published By : Rasmita Pradhan | July 10, 2025 2:20 PM

ଭୁବନେଶ୍ଵର : ବର୍ଷାଦିନେ ପ୍ରାୟ ଲୋକଙ୍କ ଘରୁ ଭିନ୍ନ ଏକ ଗନ୍ଧ ବାହାରିଥାଏ, ଯାହା ମୁଡ୍‌ ଖରାପ କରି ଦେଇଥାଏ । ଘରୁ ସୁବାସିତ ବାସ୍ନା ବାହାରିବା ଦ୍ୱାରା ମନଖୁସି ହେବା ସହ କୌଣସି କାମ କରିବା ପାଇଁ ମୁଡ୍‌ ହୋଇଥାଏ । କେବଳ ଘରକୁ ସଫା ରଖିଲେ ଏହି ସମସ୍ୟା ହେବ ବୋଲି ଭାବିବା ଭୁଲ୍‌ । ଘରେ ପବନ ଯା’ଆସ କରିବାକୁ ସ୍କାଏଲାଇଟ୍‌ ବା ବଡ଼ ଝରକା ରହିବା ଦ୍ୱାରା ଦୁର୍ଗନ୍ଧ ରହି ନଥାଏ । ସେହିପରି ଘରର ଦୁର୍ଗନ୍ଧ ଦୂର କରିବା ପାଇଁ ଘରର ଭୂଇଁ, ଅଳିଆ ପାତ୍ର, ଫ୍ରିଜ୍‌ ଓ ମାଇକ୍ରୋୱେଭ୍‌ ଆଦି ମଧ୍ୟ ସଫା ରଖିବା ଦରକାର । ଏହାବ୍ୟତୀତ ପ୍ରାୟ ସବୁବେଳେ ବନ୍ଦ ରହୁଥିବା ଆଲମିରାକୁ ସଫା ନକଲେ ମଧ୍ୟ ଗନ୍ଧ ବାହାରିଥାଏ । ଘରର ଗନ୍ଧକୁ ସ୍ଥାୟୀ ଭାବେ ଦୂର କରିବାକୁ ହେଲେ ମାଇକ୍ରୋୱେଭର୍‌ର ସହାୟତା ନେଇପାରିବେ । 

-ମାଇକ୍ରୋୱେଭ୍‌ର ବେକିଂ ଟ୍ରେରେ ସାମାନ୍ୟ ଡାଳଚିନି ଗୁଣ୍ଡ ସହ ୨/୩ଟି ଲବଙ୍ଗ ପକାଇ ବେକ୍‌ କରି ନିଅନ୍ତୁ । ଏବେ ମାଇକ୍ରେୱେଭ୍‌କୁ ଖୋଲି ଦିଅନ୍ତୁ । ଏବେ ସମ୍ପୂର୍ଣ୍ଣ ଘର ମସଲା ବାସ୍ନାରେ ମହକି ଉଠିବ । 

-ଘରେ ଯଦି ଫୁଲ ରଖୁଥାନ୍ତି, ତେବେ ତା' ସହିତ କିଛି ହର୍ବ୍ସ ମଧ୍ୟ ରଖନ୍ତୁ । ଏହା ଘରକୁ ସୁବାସିତ କରି ରଖିବ । ଏହାଛଡା ଘରର ଝରକା ପାଖରେ ଲେମନ୍‌ ଗ୍ରାସ୍‌ ଗଛକୁ ରଖି ଦିଅନ୍ତୁ । ଏକ ହାଲ୍‌କା ଓ ଧୀମି ଧୀମି ବାସ୍ନା ଅନୁଭବ କରିପାରିବେ । 

-ଯଦି ରୋଷେଇ ଘରୁ କୌଣସି ଗନ୍ଧ ବାହାରୁଥାଏ, ତେବେ ଏହାକୁ ଡିପ୍‌ କ୍ଲିନ୍‌ କରି ନିଅନ୍ତୁ । ଗନ୍ଧ କମିଯିବ । ରୋଷେଇ ଘରେ ଥିବା ଏଗ୍‌ଜଷ୍ଟ, ଗ୍ୟାସ୍‌ ଚିମିନି, ଲାଇଟ୍‌, ବଲ୍‌ବ ଆଦିରେ ତେଲ ଜମିବା ଯୋଗୁ ସେଥିରୁ ଗନ୍ଧ ବାହାରିଥାଏ । ତେଣୁ ଏହାକୁ ସଫା କରିନେଲେ ଗନ୍ଧ ଆପେ ଆପେ ଦୂର ହୋଇଯିବ । 

-ଯଦି ଜୋତା ଷ୍ଟାଣ୍ଡ୍‌ରୁ ଗନ୍ଧ ବାହାରୁଥାଏ, ତେବେ ଏଥିରେ ଦୁଇ ଖଣ୍ଡ ସୁଭାଷିତ ସାବୁନ ରଖି ଦିଅନ୍ତୁ । ଫଳରେ ଜୋତା ଷ୍ଟାଣ୍ଡ୍‌ର ଗନ୍ଧ କମ ହେବା ସହ ବ୍ୟାକ୍ଟେରିଆ ମଧ୍ୟ କମ୍‌ ରହିଥାନ୍ତି । 

-ଯଦି ଫ୍ରିଜ୍‌ରୁ ଗନ୍ଧ ବାହାରୁଥାଏ, ତେବେ କଟନ୍‌ ବଲ୍‌ବରେ ଭାନିଲା ଏସେନ୍ସ ପକାଇ ଏହାକୁ ଥାକରେ ରଖିଦିଅନ୍ତୁ । ଫ୍ରିଜ୍‌ ଭିତରୁ ବାହାରୁଥିବା ଗନ୍ଧ ଦୂର ହୋଇଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.