ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଅଞ୍ଚଳବାସୀଙ୍କ ଦାବି ପୂରଣ ପାଇଁ କେସିଙ୍ଗା ସଚେତନ ନାଗରିକ ମଞ୍ଚର ଦିଲ୍ଲୀ ଗସ୍ତ

Published By : Prameya | March 19, 2025 9:19 PM

କେସିଙ୍ଗା,୧୯|୩(ଆପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ବିକାଶ ଯେଉଁ ଭଳି ଭାବେ ଅଗ୍ରଗତି ହେବା କଥା ତାହା ହୋଇପାରି ନାହିଁ ।‌ କେସିଙ୍ଗା ସହରରେ କଳାହାଣ୍ଡି ଜିଲ୍ଲାର ଏକ ସର୍ବପୁରାତନ ରେଲୱେ ଷ୍ଟେସନ ହୋଇଥିଲେ ମଧ୍ୟ ସିଧାସଳଖ ଭାବେ ରାଜଧାନୀ ଭୁବନେଶ୍ୱରକୁ ଯିବା ପାଇଁ ରେଳ ସୁବିଧା ନାହିଁ।  ଏହି  ଅଞ୍ଚଳର ଲୋକେ ରାଜଧାନୀ ଭୁବନେଶ୍ୱରକୁ ଟ୍ରେନ ଯୋଗେ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ସେହିପରି କେସିଙ୍ଗା ସହରରେ ରେଲୱେ ଓଭର ବ୍ରିଜ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହେଉଛି । 

ଦୁଇ ଗୋଟି ମୁଖ୍ୟ ପ୍ରସଙ୍ଗ କେସିଙ୍ଗା ରୁ ସିଧାସଳଖ ଭୁବନେଶ୍ୱର ପର୍ଯ୍ୟନ୍ତ ରେଳ ସେବା ସୁବିଧା ଓ କେସିଙ୍ଗା ରେ ବାଇପାସ୍ ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୀର୍ଘ ଦିନ ହେଲା ସରକାରଙ୍କ ଠାରେ ଦାବି ଉପସ୍ଥାପନ ହୋଇଆସୁଛି । ହେଲେ ଅଞ୍ଚଳବାସୀଙ୍କ ଦାବି ପୂରଣ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଉପରୋକ୍ତ ଦାବିକୁ ନେଇ କଳାହାଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ମାଳବିକା କେଶରୀ ଦେଓ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ଜରିଆରେ କେନ୍ଦ୍ର ସରକାରଙ୍କର ଠାରେ ଦାବି ଉପସ୍ଥାପନ କରିବେ। କେସିଙ୍ଗା ସଚେତନ ନାଗରିକ ମଞ୍ଚର ଏକ ୭ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ଉଭୟ ସାଂସଦ ଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଆଲୋଚନା କରିବା ସହିତ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି । 

ସଚେତନ ନାଗରିକ ମଞ୍ଚର ସଭାପତି ଉତ୍ତର ମହଲାଙ୍କ ନେତୃତ୍ବରେ ମଞ୍ଚର ଉପସଭାପତି ତଥା ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର,ସାଧାରଣ ସଂପାଦକ ଟିକେମନ ଦୀପ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାମୀ,ବରିଷ୍ଠ ସାମ୍ବାଦିକ ଗଜିନ୍ଦ୍ର ସାହୁ ଓ ମଞ୍ଚର ସଦସ୍ୟ ବସନ୍ତ ନାଏକ ଦିଲ୍ଲୀ ଗସ୍ତ କରିଛନ୍ତି।  ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ସେଠାରେ ଚାରି ଦଫା ଦାବୀ ଉପରେ ସାଂସଦ ସୁଜିତ କୁମାର ଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରାଯାଇ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ର ବ୍ୟବସ୍ଥା ପାଇଁ ସ୍ଥିରୀକୃତ କରାଯାଇଥିଲା। 

  ସେହିପରି ମଞ୍ଚର ପ୍ରତିନିଧି ଦଳ ଲୋକସଭା ସାଂସଦ ମାଳବିକା କେଶରୀ ଦେଓ ଙ୍କୁ ମଧ୍ୟ ସାକ୍ଷାତ କରି ଉପରୋକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରି ଦାବି ଉପସ୍ଥାପନ କରିଛନ୍ତି । ସାଂସଦ ଶ୍ରୀମତି ଦେଓ ଉପରୋକ୍ତ ଦାବି ଗୁଡ଼ିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ଏବଂ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ମଞ୍ଚର ସଦସ୍ୟ ମାନଙ୍କୁ ନେଇ ଆଲୋଚନା କରାଯିବା ପାଇଁ  ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.