ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘୮ ଲକ୍ଷ ହିନ୍ଦୁଙ୍କୁ ଦେଶରୁ ବାହାର କରାଯାଉ’, କାନାଡାରେ ଖଲିସ୍ତାନୀଙ୍କ ବିଶାଳ ପରେଡ୍

Published By : Harapriya Biswal | May 5, 2025 1:50 PM

ନୂଆଦିଲ୍ଲୀ,୫।୫: ହିନ୍ଦୁଙ୍କ ବାହାର କର। ଏଭଳି କିଛି ଦାବି କରି କାନାଡାର ଟରୋଣ୍ଟୋରେ ଖଲିସ୍ତାନୀଙ୍କ ପରେଡ୍।   ଦାବି ଏଭଳି ସେହି ସମୟରେ ହୋଇଛି ଯେତେବେଳେ ମାର୍କ କାର୍ନି ନିର୍ବାଚନରେ ଜିତି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ଜଷ୍ଟିନ୍ ଟ୍ରୁଡୋଙ୍କ କାର୍ଯ୍ୟକାଳରେ ଭାରତ ସହ କାନାଡାର ସମ୍ପର୍କ ବିବାଦୀୟ ଥିଲା। ଏବେ ଏହି ପରେଡ୍ ନୂତନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛି।   ଖଲିସ୍ତାନୀ ସମର୍ଥକ ଭାରତ ସରକାରଙ୍କ ବିରୋଧରେ ନାରାବାଜି  କରିଥିଲେ।ଏହି ପ୍ରଦର୍ଶନ ପଞ୍ଜାବର ସ୍ବାଧିନତା ପାଇଁ କରାଯାଇଛି ବୋଲି  କହିଛନ୍ତି ଖଲିସ୍ତାନୀ। 

କାନାଡୀୟ ସାମ୍ବାଦିକ ଡାନିୟଲ ବୋର୍ଡମ୍ୟାନ୍  ରବିବାର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଟରୋଣ୍ଟୋର ମଲଟନ୍ ଗୁରୁଦ୍ବାର‌ରେ ହୋଇଥିବା କଥିତ ‘ହିନ୍ଦୁ ବିରୋଧି ପରେଡ୍’ ଦେଖିବାକୁ ମିଳିଛି। ଭିଡିଓ ବାହାନାରେ ବୋର୍ଡମ୍ୟାନ୍ କାନାଡାର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଭଳି ଖଲିସ୍ତାନୀଙ୍କ ପ୍ରତି ନରମ  କି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିବେ ?

ଏକ୍ସରେ ପୋଷ୍ଟ ସେୟାର କରି ବୋର୍ଡମ୍ୟାନ୍ ଲେଖିଛନ୍ତି, ଆମର ରାସ୍ତାରେ ଆତଙ୍କ ସୃଷ୍ଟି କରାଯାଇଛି, ଯାହାକି ଆମକୁ ସାମାଜିକ ସ୍ତରରେ କ୍ଷତି କରୁଛି। ଜିହୁଦୀଙ୍କୁ ଖୋଲାଖୋଲି ଭାବରେ ଧମକ ଦେଉଛି। କିନ୍ତୁ ଖଲିସ୍ତାନୀ ମଧ୍ୟ ଘୃଣା ସୃଷ୍ଟି କରିବାରେ ପଛରେ କାହିଁକି ରହିବେ। କ’ଣ ମାର୍କ କାର୍ନିଙ୍କ କାନାଡା ଜଷ୍ଟିନ୍ ଟ୍ରୁଡୋଙ୍କ କାନାଡାଠାରୁ ଅଲଗା କି ? ବୋର୍ଡମ୍ୟାନ୍‌ଙ୍କ ଏହି ପୋଷ୍ଟ ପରେ ଶାନ୍ ବିନ୍ଦା ନାମକ ଜଣେ ୟୁଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମଲଟନ୍‌ ଗୁରୁଦ୍ବାରାରେ ଖଲିସ୍ତାନୀମାନେ କାନାଡାରେ ରହୁଥିବା ୮ ଲକ୍ଷ ହିନ୍ଦୁଙ୍କୁ ଭାରତ ଫେରିଯିବାକୁ ଦାବି କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.