ପ୍ରମୂଖ ଖବର
  • ବଢିଲା ଟ୍ରମ୍ପ-ମସ୍କ ଫାଟ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

୩ ଦଫା ଦାବିରେ କର୍ଲାପାଟ ଅଭୟାରଣ୍ୟ ଖଣ୍ଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତିର ତହସିଲ ଘେରାଉ

Published By : Manash Sahoo | June 4, 2025 4:55 PM

ଥୁଆମୂଳ ରାମପୁର, ୦୪/୦୬ (କୈଳାସ ଚନ୍ଦ୍ର ଛତ୍ରିଆ): କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ଖଣ୍ଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ୩ ଦଫା ଦାବି । ତହସିଲ ଅଫିସ୍ ଘେରାଉ କଲେ ଖଣ୍ଡୁଆଲମାଲି ସୁରକ୍ଷା ସମିତିର ସ୍ଥାୟୀ ସଦସ୍ୟ । ଜିଲ୍ଲାପାଳଙ୍କ ଜରିଆରେ ଥୁଆମୂଳା ରାମପୁର ତହସିଲଦାରଙ୍କୁ ଲିଖିତ ଦାବି ଜଣାଇଛନ୍ତି । 

ସୂଚନା ଅନୁଯାୟୀ, ଖଣ୍ଡୁଆଳମାଲି ଅଞ୍ଚଳବାସୀର ଅଧିକାଂଶ ଆଦିବାସୀଙ୍କ ଜୀଵନ ଜୀବିକା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ କୈନ୍ଦ୍ରିକ । ସଂଘର୍ଷ ଓ ସଂକଳ୍ପ କରି ଆଦିବାସୀ ମାନେ ଜମି, ଜଳ, ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ଓଡିଶା ରାଜ୍ୟ ଜମି ବନ୍ଦୋବସ୍ତ ଆଇନ ୧୯୬୨ ସାଲ ୧୯୬୫ ଠାରୁ ଏହା କାର୍ଯ୍ୟକ୍ଷମ ରହିଛି । ଆଦିବାସୀଙ୍କୁ ଜମି ଓ ଜଙ୍ଗଲ ଉପରେ ନିୟନ୍ତ୍ରଣ ଓ ସ୍ଵାଧୀନତା ଦେବାକୁ ପଞ୍ଚାୟତ ବିସ୍ତାର ଆଇନ ୧୯୯୬ ବି ପ୍ରଚଳିତ ରହିଛି । ଏଥି ସହିତ ଖଣ୍ଡୁଆଲ ମାଳି ଅଞ୍ଚବାସୀ ଜଙ୍ଗଲ ଅଧିକାର ଆଇନ ୨୦୦୬(ଏଫଆରଏ)ର କାର୍ଯ୍ୟାନ୍ଵୟନର ବି ଅପେକ୍ଷାରେ ରହିଛନ୍ତି ।

ଏହାଛଡ଼ା ଆଦିବାସୀ ବହୁଳ ଓ ପଞ୍ଚମ ଅନୁସୂଚିତ ଅଞ୍ଚଳ ହୋଇଥିବା ଯୋଗୁଁ ଜଙ୍ଗଲ ଜମି ଉପରେ ଗୋଷ୍ଠୀଗତ ମାଲିକାନା ଓ ଗ୍ରାମସଭା ଅଧିକାର ଦିଆଯାଇଛି । ଦଖଲ ମୁତାବକ ୧୦ ଏକର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ ପାଇଁ ନ୍ୟାୟିକ ବ୍ୟବସ୍ଥା ରହିଛି । କିନ୍ତୁ ଆଦିବାସୀଙ୍କୁ ୧୦ ଏକର ଜାଗାରେ ମାତ୍ର ୫୦ରୁ ୯୦ ଡିସିମିଲ ପର୍ଯ୍ୟନ୍ତ ପତ୍ରା ଜମି ଓ ଅନାବାଦୀ ଜମି ପ୍ରଦାନ କରାଯାଇଛି । ଆଦିବାସୀଙ୍କ ଜମି ହଡ଼ପ ସମସ୍ୟାର ସମାଧାନ ପାଇଁ ବୋର୍ଡ ଅଫ୍ ରେଭେନ୍ୟୁ ମେମ୍ବର ମାନେ ଦାୟିତ୍ୱ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇପାରି ନାହିଁ । ଫଳସ୍ବରୂପ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବିକାଶ ନାଁରେ ଆଦବାସୀଙ୍କ ଜମିକୁ ବଡ଼ ବଡ଼ ବେସରକାରୀ କମ୍ପାନୀକୁ ହସ୍ତାନ୍ତର କରାଯାଉଛି । ଉଭୟ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ଜମି ଅଧିଗ୍ରହଣ ପୁନର୍ବାସ ଓ ପୁନଃ ଥଇଥାନରେ ନ୍ୟାୟସଙ୍ଗତ କ୍ଷତିପୂରଣ ଓ ସ୍ଵଛତା ଅଧିକାର ଅଧିନିୟମ ୨୦୧୩ ଅନୁସାରେ ଉକ୍ତ ଜମି ଉପରେ ରହୁଥିବା ଲୋକଙ୍କ ସହମତି ଗ୍ରାମସଭା ମାଧ୍ୟମରେ ହେବା ଆବଶ୍ୟକ । କିନ୍ତୁ ମାଇନିଂ କମ୍ପାନୀ ଗୁଡିକ ଏହି ସମସ୍ତ ଆଇନ ଉଲ୍ଲଂଘନ କରି ଖଣିଜ ସମ୍ପଦ ପରିପୂର୍ଣ୍ଣ ପାହାଡ଼ ସବୁକୁ ହଡ଼ପ କରିବାକୁ ଯୋଜନା ହେଉଥିବା ଅଭିଯୋଗ ହେଉଛି । ଯାହାକୁ ବିରୋଧ କରି ଖଣ୍ଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତି ଥୁଆମଳା ରାମପୁର ତହସିଲ କାର୍ଯ୍ୟାଳୟକୁ ଘେରାଉ କରି ତହସିଲଦାରଙ୍କୁ ଲିଖିତ ୩ ଦଫା ଦାବି ପ୍ରଦାନ କରିଛନ୍ତି ଏବଂ ଶୀଘ୍ର ସମସ୍ୟା ସମାଧାନ ପାଇଁ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.