ନୂଆଦିଲ୍ଲୀ, ୧୮/୦୧: ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସେମି  ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ମହିଳା ଦଳ ୧୦୯-୧୬ରେ  ବାଂଲାଦେଶକୁ ପରାଜିତ କରିଥିଲା ।  

ପ୍ରିୟଙ୍କା ଇଙ୍ଗଲେଙ୍କ ନେତୃତ୍ୱରେ  ଭାରତୀୟ ଦଳର ପ୍ରଦର୍ଶନ ଅତି ଉନ୍ନତ  ରହିଥିଲା । ୪ଟି ଯାକ ଟର୍ଣ୍ଣରେ ଦଳ  ପ୍ରଭାବବିସ୍ତାର କରି ଖେଳିଥିଲା । ଫଳରେ  ଦଳ ୧୦୦ରୁ ଊଦ୍ଧ୍ୱର୍ ସ୍କୋର କରିବାରେ  ସଫଳ ରହିଥିଲା ।

ଶନିବାର ଦଳ ସେମି ଫାଇନାଲ ଖେଳିବ । ଅନ୍ୟ  କ୍ୱାର୍ଟର ମ୍ୟାଚ୍‌ରେ ଉଗାଣ୍ଡା ୭୧-୨୬ରେ  ନ୍ୟୁଜିଲାଣ୍ଡକୁ, ଦକ୍ଷିଣ ଆଫ୍ରିକା ୫୧- ୪୬ରେ କେନିଆକୁ ଏବଂ ନେପାଳ ୧୦୩- ୮ରେ ଇରାନକୁ ପରାଜିତ କରିଥିଲା । ପୁରୁଷ କ୍ୱାର୍ଟରରେ ଭାରତ ୧୦୦- ୪୦ରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା ।  

ସେହିପରି ଇରାନ ୮୬-୧୮ରେ କେନିଆକୁ,  ଦକ୍ଷିଣ ଆଫ୍ରିକା ୫୮-୩୮ରେ ଇଂଲଣ୍ଡକୁ  ଏବଂ ନେପାଳ ୬୭-୧୮ରେ ବାଂଲାଦେଶକୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା ।