ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଖୋ ଖୋ ବିଶ୍ୱକପ୍‌: ସେମି ଫାଇନାଲରେ ଭାରତ ଉଭୟ ପୁରୁଷ ଓ ମହିଳା ଟିମ୍

Published By : Prameya | January 18, 2025 12:11 PM

ନୂଆଦିଲ୍ଲୀ, ୧୮/୦୧: ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସେମି  ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ମହିଳା ଦଳ ୧୦୯-୧୬ରେ  ବାଂଲାଦେଶକୁ ପରାଜିତ କରିଥିଲା ।  

ପ୍ରିୟଙ୍କା ଇଙ୍ଗଲେଙ୍କ ନେତୃତ୍ୱରେ  ଭାରତୀୟ ଦଳର ପ୍ରଦର୍ଶନ ଅତି ଉନ୍ନତ  ରହିଥିଲା । ୪ଟି ଯାକ ଟର୍ଣ୍ଣରେ ଦଳ  ପ୍ରଭାବବିସ୍ତାର କରି ଖେଳିଥିଲା । ଫଳରେ  ଦଳ ୧୦୦ରୁ ଊଦ୍ଧ୍ୱର୍ ସ୍କୋର କରିବାରେ  ସଫଳ ରହିଥିଲା ।

ଶନିବାର ଦଳ ସେମି ଫାଇନାଲ ଖେଳିବ । ଅନ୍ୟ  କ୍ୱାର୍ଟର ମ୍ୟାଚ୍‌ରେ ଉଗାଣ୍ଡା ୭୧-୨୬ରେ  ନ୍ୟୁଜିଲାଣ୍ଡକୁ, ଦକ୍ଷିଣ ଆଫ୍ରିକା ୫୧- ୪୬ରେ କେନିଆକୁ ଏବଂ ନେପାଳ ୧୦୩- ୮ରେ ଇରାନକୁ ପରାଜିତ କରିଥିଲା । ପୁରୁଷ କ୍ୱାର୍ଟରରେ ଭାରତ ୧୦୦- ୪୦ରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା ।  

ସେହିପରି ଇରାନ ୮୬-୧୮ରେ କେନିଆକୁ,  ଦକ୍ଷିଣ ଆଫ୍ରିକା ୫୮-୩୮ରେ ଇଂଲଣ୍ଡକୁ  ଏବଂ ନେପାଳ ୬୭-୧୮ରେ ବାଂଲାଦେଶକୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.