PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

କିଙ୍ଗ୍‌ କୋହଲି ବି ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍, ସ୍କାଏଙ୍କ ବିସ୍ଫୋରକ ଶତକ ପରେ ଏମିତି କହିଲେ ବିରାଟ

ମାଉଣ୍ଟ ମାଉଙ୍ଗାନୁଇ ୨୦/ ୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଛି ୩ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମୁକାବିଲାରେ ଘରୋଇ ନ୍ୟୁଜିଲାଣ୍ଡକୁ ୬୫ ରନର ବଡ ବ୍ୟବଧାନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଦଳ ବିଜୟର ପ୍ରମୁଖ ସୂତ୍ରଧାର ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ (ଦ ସ୍କାଏ) । ମାତ୍ର ୫୧ ବଲରୁ ୧୧୧ ରନର ବିସ୍ଫୋରଟ ନଟଆଉଟ୍‌ ଇନିଂସ ଖେଳିଥିଲେ ସୂର୍ଯ୍ୟ । ବିଶାଳ ଇନିଂସରେ ୧୧ଟି ଚୌକା ଏବଂ ୭ଟି ଛକା ସାମିଲ ଥିଲା । ତେବେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଫ୍ୟାନ୍‌ କେବଳ କ୍ରିକେଟ୍‌ ପ୍ରଶଂସକ ନୁହଁନ୍ତି ବରଂ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବି ସ୍କାଏଙ୍କ ବ୍ୟାଟିଂ ଶୈଳୀର ଭରପୂର ମଜାଉଠାଉଛନ୍ତି ।

ସୂର୍ଯ୍ୟକୁମାରଙ୍କ ଶତକୀୟ ଇନିଂସ ପରେ ସୋସିଆଲ ମିଡିଆରେ ତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ଖୋଦ ବିରାଟ କୋହଲି ମଧ୍ୟ ପ୍ରଶଂସା ନକରି ରହିପାରିନାହାନ୍ତି । ଅନେକ ପୂର୍ବତନ କ୍ରିକେଟର ବି ସ୍କାଏଙ୍କ ବ୍ୟାଟିଂର ଦିଓ୍ବାନା । ମ୍ୟାଚ୍‌ ମଧ୍ୟରେ କୋହଲି ଟ୍ବିଟ୍‌ କରି କହିଛନ୍ତି, ‘ସୂର୍ଯ୍ୟକୁମାର ଯାଦବଙ୍କ ଆଜିର ଇନିଂସ ଭିଡିଓ ଗେମ୍‌ ଭଳି ଲାଗିଲା । ତାଙ୍କର ନମ୍ବର ହିଁ କହୁଛି ସେ ବିଶ୍ବର ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ୍‌ । ଅବଶ୍ୟ ଲାଇଭ୍‌ ଦେଖିବାର ସୁଯୋଗ ପାଇନଥିଲି ତଥାପି ସ୍କାଏଙ୍କ ଆଜିର ଇନିଂସ ଭିଡିଓ ଗେମ୍‌ ଭଳି ଲାଗିଲା’।

ଇରଫାନ୍‌ ପଠାନ ଟ୍ବିଟ୍‌ କରି ଲେଖିଛନ୍ତି, ‘ସୂର୍ଯ୍ୟକୁମାର ଯାଦବ ଯେକୌଣସି ଗ୍ରହରେ ବି ବ୍ୟାଟିଂ କରିପାରିବେ’। ସେହିଭଳି ମହମ୍ମଦ ସାମି କହିଛନ୍ତି, ‘ସୂର୍ଯ୍ୟକୁମାର ଯାଦବଙ୍କ ଇନିଂସ ଦେଖି ଖୁବ ଭଲ ଲାଗିଲା । ଅଭିନନ୍ଦନ’। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଓ୍ବନ୍‌ ଲେଖିଛନ୍ତି ଯେ, ସୂର୍ଯ୍ୟକୁମାର ଖୁବ ସୁନ୍ଦର । ବର୍ତ୍ତମାନ ସୂର୍ଯ୍ୟଙ୍କ ଠାରୁ ଭଲ ବିଶ୍ବରେ କେହି ନାହାନ୍ତି’।

ସମ୍ବନ୍ଧିତ ଖବର