ପୁରୀ ୦୨/୦୯: ମହାପ୍ରଭୁ ଦେଲେ କି ବଡ଼ ସଂକେତ ? ଆଗକୁ ଆସୁଛି କି ମହାବିପତ୍ତି। ଏମିତି ଅନେକ ଚର୍ଚ୍ଚା ଏବେ ଶୁଣିବାକୁ ମିଳୁଛି । କାରଣ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ଉପରେ ବସିଛି ଚିଲ। ସେପଟେ ଚିଲ ବସିବା ନେଇ ଅନେକ କଳ୍ପନା ଜଳ୍ପନା ଶୁଣିବାକୁ ମିଳିଛି ।
ସୂଚନା ଅନୁୟାୟୀ, ଆଜି ମଧ୍ୟାହ୍ନରେ ଏକ ଚିଲ ଶ୍ରୀମନ୍ଦିର ଉପରେ ବୁଲିଥିଲା। କିଛି ସମୟ ବୁଲିବା ପରେ ପତିତପାବନ ବାନା ଉପରେ ବସିଥିଲା। ପ୍ରାୟ ୫ ମିନିଟ ଧରି ବସିବା ପରେ ପୁଣି ଉଡ଼ିଯାଇଥିଲା । ଶ୍ରୀମନ୍ଦିର ସେବାୟ, ଭକ୍ତ ଏହାକୁ ଦେଖି ଚକିତ ହୋଇପଡିଥିଲେ। ତେବେ ପତିତପାବନ ବାନା ଉପରେ ଶୁଭ କି ଅଶୁଭ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। କିଛି ସେବାୟ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶ ବିପର୍ଯ୍ୟୟ ଘଟିଥାଏ। ଭୂମ୍ପିକମ୍ପ, ଭୂସ୍କଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟ ସହ ଖାଦ୍ୟା ଅଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେବାୟତ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଚିଲ ନେଇଯାଇଥିଲା ପତିତପାବନ ବାନା । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି । ଚିଲଟିକୁ ଦେଖି ଏମିତି ଲାଗୁଥିଲା ସତେ ଯେମିତି ସବୁ ଖୁସି ଆଜି ତା'କୁ ମିଳିଯାଇଛି।