ନୂଆଦିଲ୍ଲୀ: ଚଳିତ ଆଇପିଏଲର ଅନ୍ତିମ ଲିଗ୍ ଲିଗ୍ ମ୍ୟାଚ୍ । ପ୍ଲେ ଅଫ୍ ପାଇଁ କଡ଼ା ଟକ୍କର କରିବ କୋଲକାତା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା । ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।
ଗତ ୮ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । କୋଲକାତା ୩୪ଟି ବଲ୍ ବାକି ଥାଇ ୮ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । ଆସନ୍ତା କାଲି ଦିଲ୍ଲୀ ଏହି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଉଭୟ ଦଳ ନିଜ ନିଜର ଶେଷ ୨ଟି ଲେଖାଏଁ ମ୍ୟାଚ ଜିତି ମନୋବଳ ବୃଦ୍ଧି କରିଥିବାରୁ ବିଜୟ ପାଇଁ ସବୁ ଶକ୍ତ ଖଟାଇବେ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।