PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

କୁମ୍ଭ ମେଳାରେ ଯୋଗ ଦେଇଥିବା ଏହି ଭାରତୀୟ ସାଧୁ ଓ ବିଦେଶିନୀ ସାଧ୍ୱୀଙ୍କ ଅଦ୍ଭୁତ ପ୍ରେମ କାହାଣୀ…

source:m.dailyhunt.in

କୁହାଯାଏ ଲଭ୍ ଇଜ୍ ବ୍ଲାଇଣ୍ଡ ଅର୍ଥାତ୍ ପ୍ରେମ ଅନ୍ଧ । ଏହି କଥା ପଛର କାରଣ ହେଉଛି ପ୍ରେମ ବୟସ, ରଙ୍ଗ କିମ୍ବା ଜାତି ଧର୍ମ କିଛି ଦେଖେନି । ପ୍ରେମରେ କେହି ବି ପଡିପାରେ । ଆଧ୍ୟାତ୍ମିକ ରାସ୍ତାରେ ଚାଲୁଥିବା ୫୯ ବର୍ଷୀୟା ବିଦେଶୀ ସାଧ୍ୱୀ ୭୦ ବର୍ଷୀୟ ଭାରତୀୟ ସାଧୁଙ୍କ ପ୍ରେମରେ ପଡିଗଲେ । ଏହା ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଆଜି ଉଭୟ ମଧ୍ୟପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କଲେକ୍ଟର ଅଫିସରେ ବିବାହ ପଞ୍ଜୀକରଣ କରାଇବା ପାଇଁ ପହଞ୍ଚିଥିଲେ । ସମସ୍ତେ ଏହି ବିବାହକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ତେବେ ତାଙ୍କର ଏହି ପ୍ରେମ କାହାଣୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ଭାବୁକ ହୋଇପଡିବେ ।  

ଖରଗୋନ୍ ଜିଲ୍ଲାର କସରବଦ ତହସିଲ୍ ଅଞ୍ଚଳର ଖଲ ଗାଁରେ ରହିଛି ଏକ ଶନି ମନ୍ଦିର । ସେଠାରେ ଏକ ଆଶ୍ରମରେ ରୁହନ୍ତି ୭୦ ବର୍ଷୀୟ ସାଧୁ ମହନ୍ତ ଆନନ୍ଦପୁରୀ । ସାଧୁ ମହନ୍ତ ଓ ଫିନଲ୍ୟାଣ୍ଡର ୫୯ ବର୍ଷୀୟା ତାରଜା ଏନେଲି ପରସ୍ପରଙ୍କୁ ହୃଦୟ ଦେଇବସିଲେ । ତେବେ ଉଭୟଙ୍କ ଏହି ପ୍ରେମ କାହାଣୀ ହିମାଚଳରୁ ଆରମ୍ଭ ହୋଇଥିଲା ।

ଉଭୟଙ୍କ ଓକିଲ ମିଡିଆକୁ ସୂଚନା ଦେଇ କହିଛନ୍ତି ଯେ ଉଭୟଙ୍କ ସାକ୍ଷାତ ପ୍ରାୟ ୧୧ ବର୍ଷ ପୂର୍ବେ ହିମାଚଳରେ ହୋଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଲା । ଉଭୟ ଏକାଠି ରହିବାକୁ ଲାଗିଲେ । କହିରଖୁଛୁ ଉଭୟ ପରସ୍ପରର ଭାଷା ମଧ୍ୟ ଅତି ସହଜରେ ବୁଝିପାରୁଥିଲେ । ଏହାପରେ ସେମାନେ ବିବାହ ପାଇଁ ନିଷ୍ପତ୍ତି ନେଲେ ଏବଂ ଆଜି ବିବାହ ପଞ୍ଜୀକରଣ ପାଇଁ କୋର୍ଟରେ ପହଞ୍ଚିଥିଲେ ।

ଓକିଲ ଏହା ମଧ୍ୟ କହିଛନ୍ତି ଯେ ସେମାନେ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡିଯାଇଥିଲେ କିନ୍ତୁ କେହି କାହାକୁ ମନ କଥା କହିନଥିଲେ । ଏମିତି ୫ ବର୍ଷ ବିତିଗଲା ।  କିନ୍ତୁ ୨ୟ ଦେଖାରେ ଦୁହେଁ ଦୁହିଁଙ୍କୁ ନିଜ ମନ କଥା କହିଲେ  ଏବଂ ବାକି ସାରା ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଲେ । ସେମାନେ କୁହନ୍ତି ଯେ କେବଳ ମୃତ୍ୟୁ ହିଁ ସେମାନଙ୍କୁ ଅଲଗା କରିପାରିବ ।

ସମ୍ବନ୍ଧିତ ଖବର