ହାତୀ ବ୍ରିଜ୍ ନିକଟରେ ୨ ବାଇକ୍ ମୁହାଁମୁଁହି ଧକ୍କା, ୨ ଗୁରୁତର, ଜଣେ ଆହତ

କୋକସରା, ୨୬/୦୫ : କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ବାଇକ୍ ମୁହାଁମୁଁହି ଧକ୍କା ଫଳରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଥିବା ବେଳେ ଜଣେ ଆହତ ହୋଇଛନ୍ତି। ୨ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତିରିତ କରିଛନ୍ତି।
ସୂଚନା ଅନୁଯାୟୀ, ଘେନୁଗୁଡା ଗ୍ରାମର ରାମ ନାଏକ (୩୫ ବର୍ଷ) ଓ ଦୁର୍ଜନ ନାଏକ (୩୦ ବର୍ଷ) ମୁଖୀଗୁଡା ପଟୁ ଜୟପାଟଣାକୁ ଡିଜେଲ ଆଣି ଆସୁଥିବା ବେଳେ ଧର୍ମଗଡ଼ ଫୁଣ୍ଡା ଫରମ ଗ୍ରାମର ଆକାଶ ଘି (୩୬ ବର୍ଷ) ଜୟପାଟଣା ପଟୁ ମୁଖୀଗୁଡାକୁ ଯାଉଥିଲେ। ହାତୀ ବ୍ରିଜ୍ ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ରାମ ନାଏକ ଓ ଆକାଶ ଘିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁର୍ଜନ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।