ଭୁବନେଶ୍ୱର ୩୦/୦୬: ଖଣ୍ଡଗିରି କୋଳଥିଆ ଛକରେ କୃଷ୍ଣଚନ୍ଦ୍ର ପାଢୀ ହତ୍ୟା ମାମଲାରେ ବଡ଼ ଅପ୍‌ଡେଟ୍। ପ୍ରେମ ପାଇଁ ଡବଲ ମର୍ଡର ହୋଇଥିବା ଅଭିଯୋଗ । ପୁଅ କୃଷ୍ଣ ପାଢ଼ୀଙ୍କ ହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀଙ୍କ ମୃତ୍ୟୁ ହୋଇଛି।  ଏବେ ବି ଭଉଣୀ ଏମ୍‌ସରେ ମୃତ୍ୟୁ ସହ ସଂର୍ଘଷ କରୁଛି। ଅନ୍ୟପଟେ ଧରାପଡ଼ିଥିବା ୨ ଅଭିଯୁକ୍ତ ନାବାଳକ ବୋଲି ଜଣାପଡ଼ିଛି  । ୨ ନାବାଳକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି ସ୍ପେଶାଲ ସ୍କ୍ବାର୍ଡ଼ । 

ଅଧିକ ପଢ଼ନ୍ତୁ :-  Jharaphula Death Case Verdict: ପାଞ୍ଚ ବର୍ଷ ପରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ମିଳିଲା ନ୍ୟାୟ, ରାୟ ପ୍ରକାଶ ପରେ କାନ୍ଦିଲେ ବାପା-ମା’

ସୂଚନା ଅନୁଯାଇ, ଗତକାଲି  ରାତି ୨ଟାରେ କିଛି ଦୁର୍ବୃତ୍ତ ମୁଖା ପିନ୍ଧି ପାଚେରି  ଡେଇଁ ତାଙ୍କ ଘରକୁ ପଶିଥିଲେ । ସେମାନେ  କୃଷ୍ଣଙ୍କୁ ଘରୁ ଘୋଷାଡ଼ି ଆଣି ମୁଣ୍ଡକୁ ବାରମ୍ବାର  ଲୁହାରଡ୍‌ରେ ପିଟିଥିଲେ । ରକ୍ତ ଜୁଡୁବୁଡୁ  ହୋଇ କୃଷ୍ଣ ବିକଳ ଚିତ୍କାର କରିଥିଲେ ହେଁ  ଦୁର୍ବୃତ୍ତଙ୍କ ଆକ୍ରମଣ ଥମିନଥିଲା । ଉଦ୍ଧାର ପାଇଁ  ଯାଇଥିବା ବାପା ହିମାଂଶୁ ଓ ଭଉଣୀ  ତାପସୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ିଲେନି । ବାପାଙ୍କୁ ପିଟିପିଟି  ଦରମଲା ଦେଇଥିଲେ । ଦୁର୍ବୃତ୍ତଙ୍କ ବୀଭତ୍ସକାଣ୍ଡରୁ ଲାଗୁଥିଲା ଯେମିତି  ପୂରା ପରିବାରକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ସେମାନେ  ଆସିଥିଲେ । ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ଏମ୍‌ସକୁ ପଠାଇଥିଲା ସାଇଣ୍ଟିଫିକ୍‌ ଟିମ୍‌ ଓ  ଡଗ ସ୍କ୍ୱାଡ୍‌ ଘଟଣାସ୍ଥଳରେ ତନାଘନା କରିଥିଲା । ହେଲେ କିଛି  ସୁରାକ ମିଳିଲାନି । ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ  କରିବା ବେଳେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ପୁଲିସ୍‌   ରାତିରେ ୨ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ।