ନୂଆଦିଲ୍ଲୀ ୩୦/୦୬: ଯେବେଠୁ ବିଦ୍ୟାଳୟମାନଙ୍କରେ ପରୀକ୍ଷା ଆରମ୍ଭ ହୋଇଛି, ବିଦ୍ୟାର୍ଥୀ ନକଲର ବିଭିନ୍ନ ଉପାୟ ବାହାର କରିଛନ୍ତି । କିନ୍ତୁ ଟେକ୍ନୋଲୋଜିର ବିକାଶ ସମେତ ଶୀର୍ଷରେ ସ୍ଥାନ ପାଇବାର ଚାପ ଯୋଗୁ ବିଦ୍ୟାର୍ଥୀମାନେ ଏବେ ଏଆଇ-ପରିଚାଳିତ ସ୍ମାର୍ଟ ଚଷମାର ସାହାଯ୍ୟ ଲୋଡୁଛନ୍ତି । ପୂର୍ବ ଭାରତର ପରୀକ୍ଷା-ପାସନ୍ ସମାଜ, ଯେଉଁଠି ଗୋଟିଏ ପରୀକ୍ଷା ବିଦ୍ୟାର୍ଥୀଙ୍କ ଭବିଷ୍ୟତ କ୍ୟାରିଅର ଓ ସାମାଜିକ ସ୍ଥିତି ଉପରେ ପ୍ରଭାବ ପକାଇପାରେ । ଶିକ୍ଷାବିତ୍ମାନେ ଏହି ସମସ୍ୟାର ସମାଧାନ ଲାଗି ପ୍ରୟାସ କରୁଛନ୍ତି।

ଗତ ମାସ ଦୁଇଥର ଦକ୍ଷିଣ କୋରିଆରେ ଲୋକେ ଇଂରାଜୀ ଭାଷା ଦକ୍ଷତା ମୂଲ୍ୟାଙ୍କନ ଲାଗି ପରୀକ୍ଷା ଦେଉଥିଲେ । ନିଯୁକ୍ତି ନିଷ୍ପତ୍ତି ସମୟରେ ଏହାର ଫଳ କାମରେ ଆସେ । ପରୀକ୍ଷାରେ ସେମାନେ ସ୍ମାର୍ଟ ଚଷମା ବ୍ୟବହାର କରୁଥିବା ଧରାପଡ଼ିଥିଲେ । ଏହି ଦୁଇ ମାମଲା ଏଆଇ ଚଷମା ଜରିଆରେ ନକଲର ପ୍ରଥମ ମାମଲା ଥିଲା । ତାଇୱାନରେ ଜଣେ ବିଦ୍ୟାର୍ଥୀ ଏକ ଶୀର୍ଷ ମେଡିକାଲ ସ୍କୁଲ ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ବେଳେ ସ୍ମାର୍ଟ ଚଷମା ପିନ୍ଧିଥିଲେ । ପରୀକ୍ଷାରେ ଅଜବ ନଜରରେ ଦେଖୁଥିବା ନିରୀକ୍ଷକମାନେ ଲକ୍ଷ୍ୟ କଲେ । ଯାଞ୍ଚରୁ ଜଣାପଡ଼ିଲା, ତାଙ୍କ ଚଷମା ଫ୍ରେମ୍ ଉତ୍ତାପ ଉତ୍ପନ୍ନ କରୁଥିଲା ।

ସ୍ମାର୍ଟ ଚଷମା ଜରିଆରେ ପରୀକ୍ଷାରେ ଠକିବା ନୂଆ ନୁହେଁ । କିନ୍ତୁ ଏଆଇ-ପରିଚାଳିତ ପିନ୍ଧିବାଯୋଗ୍ୟ ଡିଭାଇସ୍ ସାଧାରଣ, ଶସ୍ତା ଓ ଉନ୍ନତ ହେଉଥିବାରୁ ଶିକ୍ଷାଦାନଠୁ ଆରମ୍ଭ କରି ମୂଲ୍ୟାଙ୍କନ ଭଳି ଶିକ୍ଷାର ପାରମ୍ପରିକ ଦିଗଗୁଡ଼ିକ ଉପରେ ପରିବର୍ତ୍ତନ ଜନିତ ଭୀଷଣ ଚାପ ପଡୁଛି । ଏଥିସହିତ ନକଲର ବିପଦ ବିରୋଧରେ ଶିକ୍ଷଣ ଦକ୍ଷତାରେ କିଭଳି ସନ୍ତୁଳନ ରକ୍ଷା କରାଯିବ, ସେ ଦିଗରେ ଏହି ଟେକ୍ନୋଲୋଜି ବିତର୍କ ମଧ୍ୟ ବଢ଼ାଇଛି ।

ଏହାର ମୁକାବିଲା ଲାଗି ଅନେକ ଦେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କ ଯାଞ୍ଚକୁ ଆହୁରି ବଢ଼ାଉଛନ୍ତି । ଚୀନ୍‌ରେ ପ୍ରତି ବର୍ଷ ୧ କୋଟିରୁ ଅଧିକ ବିଦ୍ୟାର୍ଥୀ ବାର୍ଷିକ କଲେଜ ପ୍ରବେଶିକା ପରୀକ୍ଷା ଦେଉଥିବା ବେଳେ ଚଳିତ ମାସ କର୍ତ୍ତୃପକ୍ଷମାନେ ସମସ୍ତ ଚଷମାର ଯାଞ୍ଚ କରିଥିଲେ । ବ୍ରିଟେନରେ ଚଳିତ ମାସ ଆରମ୍ଭରେ ଇଂଲଣ୍ଡର ପରୀକ୍ଷା ଯାଞ୍ଚକର୍ତ୍ତା ଟିମ୍‌ର ମୁଖ୍ୟ ଚେତାବନୀ ଦେଇଥିଲେ ଯେ ଏଆଇ ଚଷମା ଓ କାନରେ ପିନ୍ଧିବା ଯୋଗ୍ୟ ସ୍ମାର୍ଟ ଡିଭାଇସ୍ ପରୀକ୍ଷାରେ ନକଲକୁ ଖୁବ୍ ବଢ଼ାଇପାରେ ।

ଦକ୍ଷିଣ କୋରିଆର କଲେଜ ପ୍ରବେଶିକା ପରୀକ୍ଷା ପ୍ରଶାସକ କହିଛନ୍ତି, ଏଆଇ ଚଷମା ଜରିଆରେ ପରୀକ୍ଷା ନକଲକୁ ରୋକିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଓ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ମାମଲାକୁ ଦୃଷ୍ଟିରେ ରଖି ପରୀକ୍ଷା ହଲ୍ରେ ପ୍ରବେଶ ପୂର୍ବରୁ ସମସ୍ତ ବୈଦ୍ୟୁତିକ ଉପକରଣକୁ ବ୍ୟାନ୍ କରାଯାଇଛି । କିନ୍ତୁ ଏହି ବ୍ୟକ୍ତିଗତ ମାମଲା ଅଧିକ ବ୍ୟାପକ ସମସ୍ୟାକୁ ଇଙ୍ଗିତ କରୁଛି ବୋଲି ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଏଆଇ ଟେକ୍ନୋଲୋଜିର ଦ୍ରୁତ ବିକାଶ ସହିତ ସ୍ମାର୍ଟ ଚଷମାଗୁଡ଼ିକ ଅଧିକ ପତଳା ଓ କମ୍ ଦୃଷ୍ଟିଗୋଚର ହେଉଛି । ଏଥିସହ ସ୍ୱତନ୍ତ୍ର ରୂପେ କାମ କରୁଥିବା ଏଆଇ ମଡେଲ ସାମିଲ କରିବା ଦ୍ୱାରା ପରୀକ୍ଷାର ନିରପେକ୍ଷତା ସହିତ ବ୍ୟାପକ ଗୋପନୀୟତା ବିପଦକୁ ନେଇ ମଧ୍ୟ ଚିନ୍ତା ବଢୁଛି ।

 

ଆହୁରି ପଢ଼ନ୍ତୁ...Donald Trump AI photo: ଆମେରିକା ରାଷ୍ଟ୍ରପତିଙ୍କ ଏଆଇ ଫଟୋ ଭାଇରାଲ୍, ପୃଥିବୀକୁ ନିଜ କାନ୍ଧରେ ବୋହିଲେ ଡୋନାଲ୍ଡ ଟ୍ରମ୍ପ୍

ଏହି ପିନ୍ଧିବାଯୋଗ୍ୟ ଡିଭାଇସ୍‌ଗୁଡ଼ିକ ଦ୍ରୁତ ବେଗରେ ନବସୃଜନରୁ ମୁଖ୍ୟସ୍ରୋତକୁ ଆସୁଛନ୍ତି । ଆମେରିକାର ପ୍ରମୁଖ ଟେକ୍ କମ୍ପାନି ମେଟା ୨୦୨୩ ଶେଷ ଭାଗରେ ରେ-ବ୍ୟାନ୍ ସହିତ ନିଜର ପ୍ରଥମ ଏଆଇ-ସକ୍ଷମ ଚଷମା ଲଞ୍ଚ କରିଥିଲା । ସେବେଠୁ ଅନେକ ନୂଆ ସଂସ୍କରଣ ଜାରି କରିଛି । ଗତ ବର୍ଷ ଏହାର ୭୦ ଲକ୍ଷରୁ ଅଧିକ ହଳ ବିକ୍ରି ହୋଇଥିଲା ।