କୋଣାର୍କପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି ହୋଇ ଉଠିଛି ଚଳଚଞ୍ଚଳ। ପ୍ରାକୃତିକ ପରିବେଶରେ ତମ୍ୱୁଘର ଭିତରେ ଶୁକ୍ରବାରରୁ ଆରମ୍ଭ ହେଉଛି କୋଣାର୍କ ଇକୋ ରିଟ୍ରିଟ। ଏହାକୁ ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଗୁରୁବାର ସଂଧ୍ୟାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରି ଥିଲେ।

ବେଳାଭୂମିରେ ୭୦ଟିମ୍ୱୁଘର ଓ ବିଚ୍ବାର ଖୋଲା ଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ତମ୍ବୁ ଘରେ ରାତ୍ରିଯାପନ ପାଇଁ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିବ। ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡା,ବିଚ୍ସାକ,ପାରାସେଲିଙ୍ଗ,ସାଇକେଲ ଚାଳନା,ସଂଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି। 

ଏହା ଆସନ୍ତା ୩ମାସ ଧରି ଚାଲିବ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା,ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,ପର୍ଯ୍ୟଟନ ସହ ନିର୍ଦେଶକ ସରୋଜକାନ୍ତ ପ୍ରଧାନ,କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।