ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ବାଲୁଖଣ୍ଡରେ କୃଷ୍ଣସାର ମୃଗ ବଂଶ ବୃଦ୍ଧି ମିଶନ ଫେଲ୍‌ ଆଶଙ୍କା,୨ ମାସରେ ମଲେଣି ୯ ମୃଗ

Published By : Prameya | January 25, 2025 1:23 PM

ରାମଚଣ୍ଡୀ/କୋଣାର୍କ,୨୫/୦୧: ପୁରୀ ବନଖଣ୍ଡ ଦ୍ୱାରା ବିରଳ କୃଷ୍ଣସାର ମୃଗଙ୍କ ବଂଶ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟରେ କୋଣାର୍କ ବନଖଣ୍ଡ ଅଧୀନ ଅଭୟାରଣ୍ୟ ମଧ୍ୟରେ ୨ ଗୋଟି ସ୍ୱତନ୍ତ୍ର ଏନ୍‌କ୍ଲୋଜର ନିର୍ମାଣ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସିଥିବା ସମୁଦାୟ ୨୮ଟି କୃଷ୍ଣସାର ମୃଗଙ୍କୁ ଏହି ଏନକ୍ଲୋଜରରେ  କିଛି ଦିନ ରଖିବା ପରେ ଅଭୟାରଣ୍ୟରେ ସ୍ୱାଧୀନ  ଭାବେ ବଂଶ ବୃଦ୍ଧି ପାଇ ଛଡ଼ାଯାଇଥିଲା । ସେମାନଙ୍କ  ମଧ୍ୟରୁ ୪ ଗୋଟି ଛୁଆ ଜନ୍ମ ଦେଇଥିଲେ । ମାତ୍ର  ବନବିଭାଗ ବିଭିନ୍ନ ଉପାୟ ଅବଲମ୍ବନ କରିବା  ସତ୍ତେ୍ୱ କୃଷ୍ଣସାର ମୃଗ କୋଣାର୍କ ଅଭୟାରଣ୍ୟ  ପରିବେଶରେ ନିଜକୁ ଖାପ ଖୁଆଇ ପାରୁନାହାନ୍ତି ।  ଫଳରେ ଗତ ନଭେମ୍ବର ଓ ଡିସେମ୍ବର ମାସରେ ପର୍ଯ୍ୟାୟକ୍ରମେ ୭ଟି ବଡ଼ ଓ ୨ଟି ଶାବକ ମରିଗଲେଣି ।   

ମୃତ କୃଷ୍ଣସାର ମୃଗଗୁଡିକଙ୍କର ମୃତଦେହକୁ  ବନବିଭାଗ ପକ୍ଷରୁ କୋଣାର୍କ ପଶୁ ଡାକ୍ତର ଶୁଭସ୍ମିତା  ଗଡନାୟକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି ।  ଏନେଇ କୋଣାର୍କ ବନଖଣ୍ଡ ଅଧିକାରୀ ସୁଦର୍ଶନ  ଦେଉରୀଙ୍କୁ ପଚାରିବାରେ ସେ ଏକଥାକୁ ସ୍ୱୀକାର  କରିଛନ୍ତି । କୃଷ୍ଣସାର ମୃଗଙ୍କ ମୃତ୍ୟୁର କାରଣଖୋଜି  ବାହାର କରିବା ପାଇଁ ଚେଷ୍ଟା ଚାଲିଛି । ଏଥିପାଇଁ  ଭୁବନେଶ୍ୱର ଓୟୁଏଟିକୁ ତର୍ଜମା କରି ରିପୋର୍ଟ ଦେବା ପାଇଁ ସମସ୍ତ ରିପୋର୍ଟ ସହ ମୃତଶରୀର ବିଭିନ୍ନ  ଅଂଶ ନମୁନା ପଠା ଯାଇଛି । ସେଠାରୁ ଏପର୍ଯ୍ୟନ୍ତ  କୌଣସି ରିପୋର୍ଟ ଆସିନଥିବା ସେ ପ୍ରକାଶ କରିଛନ୍ତି ।  

ବିଶେଷ ଭାବେ ବନବିଭାଗର ପ୍ରଶିକ୍ଷିତ  କର୍ମଚାରୀଙ୍କ ଅଭାବ ଓ ପରିଚାଳନାଗତ ତ୍ରୁଟିକୁ  ନେଇ ଏହି ବିରଳ କୃଷ୍ଣସାର ମୃଗ ଗୁଡିକ  ନିମୋନିଆ ପରି ରୋଗରେ ଆକ୍ରାନ୍ତ ହୋଇ ମରି  ଯାଇଥିବା ଚାଞ୍ଚଲ୍ୟକର ଖବର ମିଳିଛି । ଦୀର୍ଘ ଦିନ  ହେବ ଅଭୟାରଣ୍ୟରେ ଏହି ବିରଳ କୃଷ୍ଣସାର  ମୃଗ ଗୁଡିକ ନିଜର ବଂଶ ବୃଦ୍ଧି କରିବା ପୂର୍ବରୁ  ଆଖି ବୁଜିଦେଇଥିବା ଦୁଃଖଦ ଖବର ମିଳିଛି ।  

ବନବିଭାଗ ଉଚ୍ଚ ଅଧିକାରୀମାନେ ଏହି ଖବରକୁ ଲୁଚାଇ ରଖିଥିବା ଘଟଣାକୁ ନେଇ  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି କୃଷ୍ଣସାର ମୃଗଙ୍କ ବଂଶ ବୃଦ୍ଧି ଯୋଜନା ଫେଲ୍‌ ହେବାକୁ ବସିଛି । ଏନେଇ ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ  ବିବେକ କୁମାରଙ୍କୁ ପଚାରିବାରେ ସେ କୁହନ୍ତି  ବିଭିନ୍ନ କାରଣକୁ ନେଇ ଏହି ମୃତ୍ୟୁ ଘଟିଛି । ଏଥିରେ କୌଣସି ପରିବେଶର କୁ-ପ୍ରଭାବ  ପଡ଼ିନାହିଁ । ତଦନ୍ତ ଚାଲିଛି ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି । ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ।  

ସୂଚନାଥାଉକି ବନବିଭାଗ ଦ୍ୱାରା ଗତ  ୨୦୨୪ ଜୁନ ୧୮ ତାରିଖରେ କୃଷ୍ଣସାର ମୃଗଙ୍କ  ବଂଶ ବୃଦ୍ଧି ପାଇଁ ପରୀକ୍ଷାମୂଳକ ଭାବେ ପ୍ରାଥମିକ  ସ୍ତରରେ କୋଣାର୍କ ବାଲୁଖଣ୍ଡ ବନାଞ୍ଚଳକୁ ପୂର୍ବପ୍ରସ୍ତୁତି  ଅନୁଯାୟୀ ନନ୍ଦନକାନନରୁ ୬ଟି ମାଈ ଓ ୪ଟି  ଅଣ୍ଡିରା ସମେତ ୧୦ ଟି ବିରଳ କୃଷ୍ଣସାର ମୃଗ  ଅଣାଯାଇଥିଲା । କୋଣାର୍କ କାକଟପୁର ମୁଖ୍ୟରାସ୍ତା  ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଜଙ୍ଗଲର ପ୍ରାୟ ୩ କିମିରୁ  ଊଦ୍ଧ୍ୱର୍ କୁରୁଜଙ୍ଗ ପଞ୍ଚାୟତ ଅଧୀନ ଖଣ୍ଡିଆ ନଈ ନିକଟ  ଅଭୟାରଣ୍ୟ ମଧ୍ୟରେ ଥିବା ୧୦ ଏକର ପରିମିତ  ଜାଗାରେ ନିର୍ମିତ ପ୍ରଥମ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଗଲା । କିଛି ଦିନ ସେଠାରେ ରଖାଯାଇ  କୋଣାର୍କ ଅଭୟାରଣ୍ୟରେ ସ୍ୱାଧୀନ ଭାବେ ବିଚରଣ  ନିମନ୍ତେ ଏମାନଙ୍କୁ ସବୁଦିନ ପାଇଁ ଛଡ଼ାଯାଇଥିଲା ।   

ପ୍ରଥମ ପର୍ଯ୍ୟାୟରେ ସଫଳତା ପାଇବା  ପରେ ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାଗର  ମୃଗଙ୍କ ବଂଶ ବୃଦ୍ଧି ନିମନ୍ତେ ପୁଣି ଗତ ୨୦୨୪  ସେପ୍ଟେମ୍ବର ୧୯ ତାରିଖ ବୁଧବାର ବିଳମ୍ବିତ ରାତ୍ରିରେ  ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ଅଣ୍ଡିରା ଓ ୬ ଟି  ମାଈ ସମେତ ସମୁଦାୟ ୧୩ଟି ବିରଳ କୃଷ୍ଣସାର  ମୃଗ ନନ୍ଦନକାନନରୁ ଅଣାଯାଇ ଛଡ଼ାଯାଇଥିଲା ।  

ଶେଷରେ ୨୦୨୪ ମସିହା ସେପ୍ଟେମ୍ବର  ୨୭ ତାରିଖ ତୃତୀୟ ପର୍ଯ୍ୟାୟରେ ନନ୍ଦନକାନନ  ଚିଡ଼ିଆଖାନାରୁ ଆହୁରି ୨ଟି କୃଷ୍ଣସାର ଅଣାଯାଇ  ସମୁଦାୟ ୨୫ଟି ଛଡ଼ା ଯାଇ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ  ନଜର ରଖାଯାଇଛି । ଅନରୂପ ଭାବେ ବନବିଭାଗ  ଦ୍ୱାରା ଚିତରେଶ୍ୱରୀ ଅଭୟାରଣ୍ୟରେ ନିର୍ମିତ ଦ୍ୱିତୀୟ  ଏନକ୍ଲୋଜରରେ ଗତ ଜାନୁଆରୀ ପ୍ରଥମ ସପ୍ତାହରେ  ଗଂଜାମ ଜିଲ୍ଲାର ଜଙ୍ଗଲରୁ ୨ଟି ମାଈ ଓ ଗୋଟିଏ  ଅଣ୍ଡିରା ସମେତ ୩ ଟି ଜଙ୍ଗଲୀ କୃଷ୍ଣସାର ମୃଗ  ଛଡ଼ାଯାଇଛି । ତେବେ ଏମାନେ ଏଠାରେ ତିଷ୍ଠି  ପାରୁଛନ୍ତି କି ନା ତାହା ଦେଖିବା ବାକି ରହିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.