PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କ୍ଷତିପୂରଣ ଦାବିରେ ଦାଦନ ଶ୍ରମିକଙ୍କ ମୃତଦେହ ରଖି ଏନ୍‌ଏଚ୍ ଅବରୋଧ କଲେ ଗ୍ରାମବାସୀ,୩ ଦିନ ତଳେ ମିଳିଥିଲା ଝୁଲନ୍ତା ମୃତଦେହ

କୋକସରା:୨୮/୦୩: ମହାଜନଗୁଡା ଛକରେ କ୍ଷତିପୂରଣ ଦାବିରେ ଦାଦନ ଶ୍ରମିକଙ୍କ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ ଗ୍ରାମବାସୀ। ତାମିଲନାଡୁ ରାଜ୍ୟର କୋଏମ୍ବାଟୁରରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁର ୩ ଦିନ ପରେ ଆମ୍ବୁଲାନ୍ସରେ ମଙ୍ଗଳବାର ମୃତଦେହ ଗାଁକୁ ପହଞ୍ଚିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ ଜାତୀୟ ରାଜପଥ ୨୬ ଅବରୋଧ କଲେ ପରିବାର ଓ ଗ୍ରାମବାସୀ।

ସୂଚନା ମୁତାବକ, ଆଜିକୁ ୩ ମାସ ତଳେ ମହାଜନଗୁଡାର ଯୁବକ ମହେନ୍ଦ୍ର ବେଶ୍ରା ତାମିଲନାଡୁ ରାଜ୍ୟର କୋଏମ୍ବାଟୁରର କାଦୁବାଟି ପାଦିୟମ ଜଗନ୍ନାଥ ଟେକ୍ସ ଟାଇଲରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ଶନିବାର ତାଙ୍କର ଝୁଲନ୍ତା ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଠାବ ହୋଇଥିଲା।ପରେ ଠିକାସଂସ୍ଥା ପକ୍ଷରୁ ମୃତକ ଯୁବକଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଗାଁକୁ ପଠାଇଥିବା ବେଳେ ଶବ ଆସିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଆମପାଣି ଓ କୋକସରା ପୁଲିସ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।