PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଲେଡି ଡନ୍‌ଙ୍କ ଦବଙ୍ଗଗିରି, ପୋଲିସ୍ ଓ ଅବକାରୀ ବିଭାଗର ମଦ ଚଢ଼ାଉ ବେଳେ ପନିକି ଧରି ଧମକ ଦେଲେ ମହିଳା

ମୋହନା ୨୪/୦୯: ଓଡିଶାର ନୂଆ ଲେଡି ଡନ୍ । ସାମ୍ନାକୁ ଆସିଛି ତାର ଭୟଙ୍କର ବ୍ୟବହାର । ଗାଁରେ ଖୋଲିଛି ତାର ମଦ ନିଶାର ସାମ୍ରାଜ୍ୟ । ପୋଲିସ୍ ଉପରକୁ ପନିକି ଧରି ମାରିବାକୁ ଧାଇଁ ଆସୁଛନ୍ତି । କାଳ ନାଗୁଣି ଠାରୁ ମଧ୍ୟ କମ୍ ନୁହେଁ ତାର ନଖରାମି । ଜଣେ ନାରୀ କେତେ ଯେ ଭୟଙ୍କର ହୋଇପାରେ ୟେ ହେଉଛି ତାର ଉଦାହରଣ । ଏଭଳି ଦୃଶ୍ୟ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଶବର ସାହିରେ ଦେଖିବାକୁ ମିଳିଛି।

ସୂଚନା ମୁତାବିକ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଶବର ସାହିରେ ରହୁଥିବା ଭାନୁମତୀ ଶବର ନାମକ ଏହି ମହିଳା ଜଣକ ଗାଁରେ ଚୋରା ମଦ କାରବାର କରୁଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ୍ ଓ ଅବକାରୀ ବିଭାଗର ଟିମ୍ ଚଢ଼ାଉ ପାଇଁ ଯାଇଥିଲେ । ମହିଳାଙ୍କ ଘର ଦୁଆର ମୁହଁରେ ପୋଲିସ୍ ଓ ଅବକାରୀ ବିଭାଗର ଟିମ୍ ଠିଆହୋଇ ଗେଟ୍ ଖୋଲିବାକୁ କହୁଥିବା ବେଳେ, ଗେଟ୍ ଭିତରେ ରହି ହାତରେ ପନିକି ଧରି ଜୋର ଦେଖାଉଛନ୍ତି ଲେଡି ଡନ୍ ଜଣକ। ଭିତର ପଟୁ କବାଟ ବନ୍ଦ କରି ପୋଲିସ୍ ସହିତ ଯୁକ୍ତି କରିବା ସହ, ଯୋର୍ ଜବରଦସ୍ତ ଘରେ ପ୍ରବେଶ କଲେ ଆତ୍ମହତ୍ୟା କରିବାର ଧମକ ଦେଇଥିଲା । ଫଳରେ, ପୋଲିସ୍ ଓ ଅବକାରୀ ବିଭାଗର ଟିମ୍ ଶିଶୁପାଳ ଭଳି ସେଠାରୁ ଚାଲି ଯାଇଥିଲେ ।

ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ,କାହା ସାହସରେ ଏହି ମହିଳା ଜଣକ ଦେଖାଇଥିଲେ ଏତେ ଯୋର୍ । ଯଦିଓ ସେ ଚୋରା ମଦ ବେପାର କରୁନାହାନ୍ତି, ତାହେଲେ ପୋଲିସ୍ କୁ ଘର ଭିତରକୁ ଛାଡିଲେନି କାହିଁକି । ଘର ଭିତରେ ଏମିତି କଣ ଥିଲା ଯେ ପୋଲିସକୁ ପନିକି ଦେଖାଇବା ସହ ଆତ୍ମହତ୍ୟା ର ଧମକ ଦେଇଥିଲେ ମହିଳା ଜଣକ ।