ବୌଦ୍ଧ,୧୪/୧୨(ଆପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରାମଚନ୍ଦ୍ରପୁର ଠାରେ ଏକ ଧାନ ଖରୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।

ଗ୍ରାମର ଗୁଲେଖ ବେହେରା ଓ ସ୍ୱାଧିନ ବାଙ୍କ ନିଜ ନିଜ ଜମିରୁ ଧାନ କାଟି ରାସ୍ତାକଡରେ ଗଦା କରି ରଖିଥିଲେ । ହେଲେ ଆଜି ହଠାତ ସେହି ଧାନ ଖରିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଖରିରେ ଥିବା ସମସ୍ତ ଧାନ ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲା । କ୍ଷତିଗ୍ରସ୍ତ ଉଭୟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।