ଭୁବନେଶ୍ୱର,୩୧/୧୦ : ଚାକିରୀରୁ ବାହାର କରିଦେଲେ ବୋଲି ପ୍ରତିଶୋଧ ନେବାକୁ ଯୋଜନା କଲେ । ଗ୍ୟାଙ୍ଗସ ଅଫ ଗଞ୍ଜାମର କୁଖ୍ୟାତ ଅପରାଧୀଙ୍କ ସହାୟତାରେ ଏକ କେମିକାଲ ଫାକ୍ଟ୍ରିରେ ଧସେଇ ପଶିଲେ ଉ ବନ୍ଧୁକ ମୁନରେ ଡରେଇ ଅଢେଇ ଲକ୍ଷ ଲୁଟିନେଲେ ପୁରୁଣା ରାଗ ସୁଝାଇବାକୁ ଦୁଇ ଡ୍ରାଇଭରଙ୍କ ଡକାୟତିର ପର୍ଦ୍ଦାଫାଶ ହେଇଛି ।

ଜୋନ ସପି ବିଶ୍ବରଂଜନ ସେନାପତି କହିଛନ୍ତିରାଜଧାନୀରେ ଯେତେବେଳେ ଚାଲିଥିଲା ଦଶହରା ଭସାଣି ସେତେବେଳେ ଆଇଆରସି ଭିଲେଜ ଏନ୪/୧୮୪ର ଫର୍ଟିଜ୍ କେମିକାଲ ପ୍ରାଇଭେଟ୍ ଲିମିଟେଡ଼ ଅଫିସରେ ଏହି ଡକାୟତି ହେଇଥିଲା ।  ନୟାପଲ୍ଲୀ ଥାନା ପୁଲିସ ଡ୍ରାଇଭରଙ୍କ ସମେତ ଜଣଙ୍କୁ ଗିରଫ କରିଛି ପାଖାପାଖି ମାସ ବ୍ୟବଧାନ ପରେ ଉଭୟ ସ୍ପେଶଲ ସ୍କ୍ୱାର୍ଡ଼ ଏବଂ ନୟାପଲ୍ଲୀ ଥାନା ଏହି ଡକାୟତି ଗ୍ୟାଙ୍ଗକୁ କାବୁ କରିଛନ୍ତି ଅଭିଯୁକ୍ତମାନେ ହେଲେ ସାଗର କୁମାର ସାହୁ, ହର୍ସା ରାଉତ, ବିପିନ ବେହେରା, କାଳୁ ଚରଣ ପ୍ରଧାନ, ନିରଞ୍ଜନ ନନ୍ଦ, ରାଜେନ୍ଦ୍ର ରାଉତ, ରମାକାନ୍ତ ପାତ୍ର ଜଣେ ଫେରାର ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢଉ ଜାରି ରଖିଛି