ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦାବବଣିଆ ଗାଁର ବିକାଶରେ ବାଧକ ସାଜିଛି ଲକ୍ଷ୍ମୀ ନାଳ

 ହରଭଙ୍ଗା, ୧୭।୩  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ କୀଟଙ୍ଗପଡା ଦାବବଣିଆ ସାହିକୁ ଯାତାୟାତ କରିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ରାସ୍ତା ନ ଥିବାରୁ ଗ୍ରାମର ବିକାଶ ମଧ୍ୟ ହୋଇପାରୁ ନାହିଁ। ଗାଁକୁ ରାସ୍ତା ନିର୍ମାଣରେ ବାଧକ ସାଜିଛି  ଲକ୍ଷ୍ମୀ ନାଳ। 

 ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜକୁ ତିନି ପୁରୁଷ ହୋଇଗଲା ଏଠାରେ  ରହି ଆସିଛୁ l କିନ୍ତୁ ଆମ ପାଇଁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବାସିନ୍ଦା ହିସାବରେ ଜମି ପଟ୍ଟା ଖଣ୍ଡିଏ ମିଳିପାରିଲା ନାଇଁ l ଗାଁ କୁ ଭଲ ରାସ୍ତା ଖଣ୍ଡିଏ ନାହିଁ, ବାଧକ ସାଜିଛି ଲକ୍ଷ୍ମୀ ନାଳ।  ବର୍ଷା ଦିନେ ନାହିଁ ନଥିବା ଅସୁବିଧା ପାଉଛୁ ବୋଲି ଗ୍ରାମବାସୀ କହିଥିଲେ।

ଏପଟେ ଆଜି ପର୍ଯ୍ୟନ୍ତ ଗ୍ରାମରେ ମିନି ଅଙ୍ଗନବାଡି କେନ୍ଦ୍ର ଟିଏ ମଧ୍ୟ ନାହିଁ l ଏପଟେ ଜମି ପଟ୍ଟା ଖଣ୍ଡିଏ ନଥିବାରୁ କୌଣସି ସରକାରୀ ସହାୟତା ରୁ ବାଦ ପଡୁଥିବା ବେଳେ ଶିକ୍ଷା କ୍ଷେତ୍ର ରେ ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ବୋଲି ଗ୍ରାମର ପୁରୁଷ ମହିଳା ମତ ରଖିଥିଲେ l ଅନ୍ୟପଟେ ଉକ୍ତ ପଞ୍ଚାୟତ ର କେବଳ ଦାବବଣିଆ ନାହିଁ ପର୍ବତ ଆର ପଟରେ ଥିବା ଡିଗୀପଦର ଗ୍ରାମବାସୀ ଙ୍କ ଦୁଃଖ ନକହିବା ଆହୁରି ଭଲ l ସେଠାକୁ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ପାଦ ଚଲା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। 

ଆହୁରି ପଢନ୍ତୁ : ଖେଳୁଥିବା ବେଳେ ଝରକା ବନ୍ଧ ପଡ଼ି ଶିଶୁ ପୁତ୍ର ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.