ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୌଦ୍ଧ ଜିଲ୍ଲାରେ ତାପମାତ୍ରା ବଢ଼ାଉଛି ମହାନଦୀର ବାଲୁକା ଶଯ୍ୟା

ହରଭଙ୍ଗା( ଚିତ୍ତରଞ୍ଜନ ସିଂହ )୩୧/୫ : ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ଅସ୍ତବ୍ୟସ୍ତ କରୁଛି ଜିଲ୍ଲାବାସୀଙ୍କୁ l ବର୍ତ୍ତମାନ ଜିଲ୍ଲାରେ ୪୨ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ ହେଉଥିବାବେଳେ ନଦୀ ନାଳ, ଗାଡ଼ିଆ, ପୋଖରୀ ପାଣି ଶୁଖିବାରେ ବସିଛି l ଗୋଟିଏ ପଟେ ପାଣି ପାଇଁ ଜିଲ୍ଲାବlସୀ ଓ ଜୀବ ଜଗତ ହାହା କlର ହେଉଥିବାବେଳେ ଅନ୍ୟପଟେ ତାପମାତ୍ରା ପ୍ରଭାବରେ ଜିଲ୍ଲାବlସୀ ଡହକ ବିକଳ ହେଉଛନ୍ତି l ପରିବେଶବିତଙ୍କ ମତରେ ଜିଲ୍ଲାରେ ପ୍ରବାହିତ ହେଉଥିବା ମହାନଦୀ ତାପମାତ୍ରା ବୃଦ୍ଧିରେ ସହାୟତା କରୁଛି l 

ଜିଲ୍ଲାର ଉତ୍ତର ଦିଗରେ ପଶ୍ଚିମରୁ ପୂର୍ବକୁ ୧୧୦କିଲୋମିଟର ମହାନଦୀ ଲମ୍ବି ରହିଛି  l ମହାନଦୀର ବାଲୁକା ଶଯ୍ୟା ଓ ପଥର ଅଧିକମାତ୍ରାରେ ତାପ ସୃଷ୍ଟି କରି ବାୟୁମଣ୍ଡଳର ଉଷ୍ଣତା ବୃଦ୍ଧି କରୁଛି  l ପୂର୍ବରୁ ମହାନଦୀରେ ବର୍ଷ ସାରା ପାଣି ଭରପୁର ରହୁଥିବାରୁ ବାଲି ଓ ପଥର ନଦୀର ଜଳ ଶଯ୍ୟାରେ ବୁଡି ରହୁଥିଲା । ଫଳରେ ତାପମାତ୍ରା ହ୍ରାସ ପାଉଥିଲା l ପରବର୍ତ୍ତି ସମୟରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼, ହୀରାକୁଦ ନଦୀ ବନ୍ଧ ଯୋଜନା ହେତୁ ଜଳସ୍ତର ମହାନଦୀରେ ହ୍ରାସ ପାଇଲା ଏବଂ ହଜାରହଜାର ହେକ୍ଟରର ବାଲୁକା ଶଯ୍ୟା ସୃଷ୍ଟି ସହ ପଥର ଗୁଡ଼ିକ ପ୍ରାୟ ୬ମାସ ଧରି ସୂର୍ଯ୍ୟ ଉତ୍ତାପରେ ଉତ୍ତପ୍ତ ହୋଇ ତାପମାତ୍ରା ବୃଦ୍ଧି କରୁଛି l 

ଅନ୍ୟ ଦିଗରେ ଜଙ୍ଗଲ ନଷ୍ଟ, ପକ୍କା ଘର, କଂକ୍ରିଟ ରାସ୍ତା ସହିତ ଜଙ୍ଗଲ ପୋଡି ଓ ବିଲ ଗୁଡିକରେ ଧାନ ଚାଷ ପରେ ନିଆଁ ଲଗାଯାଉ ଥିବାରୁ ତାପମାତ୍ରା ବୃଦ୍ଧି ପାଉଛି l ଯଦି ଆଗାମୀ ଦିନରେ ନୂତନ ଜଙ୍ଗଲ ସୃଷ୍ଟି ସହିତ ମାନବ ସମାଜ ସଚେତନତା ନ ହୁଏ ତା ହେଲା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ସହ ଜୀବ ଜଗତ ଓ ପରିବେଶ ଉପରେ ଗ୍ରୀଷ୍ମ ପ୍ରଭାବ ପଡ଼ିବ l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.