ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଜେଡ୍ ପ୍ଲସ ସୁରକ୍ଷାକୁ ହଟାଇଛନ୍ତି ବିହାର ସରକାର । ଏହାସହ ତାଙ୍କ ବଡ଼ ପୁଅ ତେଜ୍ ପ୍ରତାପଙ୍କୁ ମାତ୍ର ଜଣେ ଅଙ୍ଗରକ୍ଷୀ ଦିଆଯାଇଛି । ଯାହାକୁ ନେଇ ବର୍ଷିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ସେ ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଏହା ସରକାରଙ୍କ ରାଜନୈତିକ ପ୍ରତିଶୋଧର ଗନ୍ଧ । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପଛରେ କିଛି ଗୁପ୍ତ ଉଦ୍ଦେଶ୍ୟ ରହିଛି ।
लालू जी और राबड़ी देवी जी की सुरक्षा में कटौती के सम्राट सरकार के फैसले से राजनीतिक प्रतिशोध की बू आती है l ऐसा प्रतीत होता है कि नरसंहार के आरोपी मुख्यमंत्री के द्वारा लिए गए इस निर्णय के पीछे कोई गंदी मंशा है ! बेवजह राजनीतिक विरोधियों की सुरक्षा घटाना शासन नहीं, प्रतिशोध की… pic.twitter.com/5mzhQ7NZhZ
— Rohini Acharya (@RohiniAcharya2) June 5, 2026
ରୋହିଣୀ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି କି, ରାଜନୈତିକ ବିରୋଧୀଙ୍କ ସୁରକ୍ଷା କମାଇବା ଶାସନ ନୁହେଁ ବରଂ ଏହା ପ୍ରତିଶୋଧ ରାଜନୀତିର ଏକ ଲକ୍ଷଣ । ରୋହିଣୀ ନିଜର ଦାବିରେ ପ୍ରକାଶ କରିଛନ୍ତି କି, ଜାତୀୟ ରାଜନୀତି ଏବଂ ଗଣତନ୍ତ୍ର ବଜାୟ ରଖିବାରେ ଉଭୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ତାଙ୍କ ସୁରକ୍ଷା ହଟାଇବା ଗଣତନ୍ତ୍ର ଉପରେ ପ୍ରଶ୍ନବାଚୀ ବୋଲି ମଧ୍ୟ କହିଛନ୍ତି ।
ସେପଟେ ଏହାକୁ ନେଇ ବିଜେପି ମୁଖପାତ୍ର କୁନ୍ତଲ କହିଛନ୍ତି କି, ଲାଲୁଙ୍କ ପରିବାର ସରକାରୀ ସୁବିଧାର ଲାଭ ଉଠାଉଛନ୍ତି । ସେମାନେ କ୍ଷମତାକୁ ନିଜର ଉତ୍ତରାଧିକାରୀ ବୋଲି ଭାବୁଛନ୍ତି । ସେମାନେ ସମସ୍ତ ପ୍ରକାର ସରକାରୀ ସୁବିଧା ଚାହାନ୍ତି, କିନ୍ତୁ ସେମାନଙ୍କୁ କିଏ ବୁଝାଇବ ଯେ, କ୍ଷମତା କାହାର ଉତ୍ତରାଧିାକରୀ ନୁହେଁ । ଏହା ଜନ ସାଧାରଣଙ୍କ ହିତ ଏବଂ ସୁଶାସନ ପାଇଁ ।