ପ୍ରମୂଖ ଖବର
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୫ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଲରେନ୍ସ ବିଷ୍ନୋଇ ପାଇଁ ଅଷ୍ଟ୍ରେଲିଆରୁ କିଏ ପଠାଇଲା ଦାମୀ ଉପହାର ? ଜେଲ୍ ପହଁଞ୍ଚିବା ମାତ୍ରେ ଖୋଲିଲା ରାଜ୍

Published By : Harapriya Biswal | June 2, 2025 5:30 PM

ନୂଆଦିଲ୍ଲୀ,୨।୬: ଗୁଜୁରାଟର ସାବରମତୀ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ  ପାଇଁ ଅଷ୍ଟ୍ରେଲିଆରୁ ଏକ ରହସ୍ୟମୟ କୋରିଅର ଆସିଛି, ଯାହା ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଚକିତ କରିଦେଇଛି। ଏହି କୋରିଅର ଗୁଜୁରାଟର ଫରେନ୍ ପୋଷ୍ଟ ଅଫିସରୁ ଆସିଛି।  ଯାହା ରାଜ୍ୟକୁ ଏବଂ ରାଜ୍ୟରୁ ଆନ୍ତର୍ଜାତୀୟ ସିପମେଣ୍ଟ  ପରିଚାଳନା କରେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

CNBC ରିପୋର୍ଟ ଅନୁଯାୟୀ, ଏହି ପାର୍ସଲଟି ବନ୍ଦନା ଗୌରଙ୍କ ନାମରେ ପଠାଯାଇଥିବା ଅଭିଯୋଗ ହୋଇଛି, ଯାହାଙ୍କ ଠିକଣା ଅଷ୍ଟ୍ରେଲିଆ ଥିଲା। କିନ୍ତୁ ତଦନ୍ତ ସମୟରେ ଏହା ନକଲି ବୋଲି ଜଣାପଡିଥିଲା। ପାର୍ସଲରେ କେବଳ ଏକ ଗାମୁଛା ଏବଂ ଏକ ପାଓ୍ବାରଫୁଲ ସେଭର ଥିଲା। ଏହି ଜିନିଷଗୁଡ଼ିକ ପାଇଁ ବିଦେଶରୁ ପାର୍ସଲ ପଠାଯାଇଥିବାରୁ ଅଧିକାରୀଙ୍କ ସନ୍ଦେହ ଆହୁରି ବଢିଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଜେଲରେ ବିଷ୍ନୋଇକୁ କୌଣସି ଡେଲିଭରି କରିବାରେ ସମସ୍ୟା ଅଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା ଭାବରେ ଏହି ପାର୍ସଲ ପଠାଯାଇପାରେ।

ଏହି କୋରିଅର ପାଇଁ ଅନ୍ତର୍ଜାତୀୟ ଡାକ ଶୁକ୍ଲ ରୂପରେ ପ୍ରାୟ ୭୦୦୦ ଟଙ୍କା ଦିଆଯାଇଛି। ଯାହାକି ବର୍ତ୍ତମାନ ସାଧାରଣ ଜିନିଷ ତୁଳନାରେ ବହୁ ଅଧିକ। ଏହି କାରଣରୁ ଅଧିକାରୀଙ୍କୁ ସନ୍ଦେହ ରହିଛି ଏହା ପଛରେ କୌଣସି ବଡ଼ ଉଦେଶ୍ୟ ରହିପାରେ। ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଜେଲ୍‌ରେ ଏଭଳି ଜିନିଷ ପଠାଇବା ପାଇଁ ଚେଷ୍ଟା କରାଯାଇଛି। ଏହା ପୂର୍ବରୁ ମଧ୍ୟ ବହୁ ରାଜ୍ୟରେ ଏଭଳି ଘଟଣା ସାମନାକୁ ଆସିସାରିଛି। 

ଏହି ସମୟରେ, ଲରେନ୍ସ ବିଷ୍ନୋଇ ଏବଂ ବିନ୍ନି ଗୁଜ୍ଜର ଗ୍ୟାଙ୍ଗ ସହିତ ଜଡିତ ଥିବା ଜଣେ ହିଷ୍ଟ୍ରି-ସିଟରକୁ ପୋଲିସ ମହାରାଷ୍ଟ୍ରର ୟବତମାଲରେ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଗତ ଦୁଇ ବର୍ଷ ଧରି ୟବତମାଲର ଜାମ୍ବ ରୋଡ ଅଞ୍ଚଳରେ ଲୁଚି ରହିଥିଲା। ୨୦୨୩ ରୁ ରାଜସ୍ଥାନର ବାରମେର ଜିଲ୍ଲାରେ ଏକ ହତ୍ୟା ମାମଲାରେ ତା’ର ନାଁ ଆସିବା ପରେ ଫେରାର୍ ଥିଲା। ତା ଉପରେ ୨୫ ହଜାର ଟଙ୍କାର ପୁରସ୍କାର ଥିଲା। ସେ ପଞ୍ଜାବରେ ଏକ ବଟି ଆଦାୟ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତା ବିରୁଦ୍ଧରେ ପଞ୍ଜାବ ଏବଂ ରାଜସ୍ଥାନରେ ୧୬ ଟି ମାମଲା ରୁଜୁ ହୋଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.