ନୂଆଦିଲ୍ଲୀ,୨୬/୦୩: AI ଦକ୍ଷତା କାର୍ଯ୍ୟକ୍ରମ ଆରମ୍ଭ କରିବାର ଘୋଷଣା କରିଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସାରା ଦେଶରେ ପ୍ରାୟ ୧୫ ହଜାର ବ୍ୟକ୍ତିଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI) କୌଶଳ ଶିଖାଇବା ଯାହା ଶିଳ୍ପରେ ସିଧାସଳଖ ବ୍ୟବହାର କରାଯାଇପାରିବ।
ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ ସୃଜନଶୀଳ ଏବଂ ଗଣମାଧ୍ୟମ କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଦ୍ଵାରା ସେମାନେ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ତାଳ ଦେଇପାରିବେ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ। ଏହି ପ୍ରୋଗ୍ରୋମ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍ (VFX), ଗେମିଂ, କମିକ୍ସ ଏବଂ ମିଡିଆ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ AI ତାଲିମ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜିସ୍ (IICT) ଦ୍ୱାରା ପରିଚାଳିତ ହେବ ଏବଂ ଗୁଗୁଲ୍ ଏବଂ YouTube ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ମିଳିତ ଭାବରେ, ଏହି ତିନିଜଣ ଏକ ପାଠ୍ୟକ୍ରମ ସୃଷ୍ଟି କରିଛନ୍ତି ଯାହା ଉନ୍ନତ AI ଉପକରଣ, ସୃଜନଶୀଳ କାର୍ଯ୍ୟପ୍ରବାହ ଏବଂ ପ୍ଲାଟଫର୍ମର ସଠିକ୍ ବ୍ୟବହାର ଶିକ୍ଷା ଦେବ, ଯାହା ନୂତନ ପିଢ଼ିର କ୍ରିଏଟର୍ସ ଏବଂ ବୃତ୍ତିଗତଙ୍କ ପାଇଁ ଉତ୍ତମ ସୁଯୋଗ ପ୍ରଦାନ କରିବ। ଏହି AI ଦକ୍ଷତା କାର୍ଯ୍ୟକ୍ରମ ୨୦୨୬ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ। ପ୍ରଥମ ପର୍ଯ୍ୟାୟରେ, ଲୋକମାନଙ୍କୁ AI ର ମୌଳିକ ଜ୍ଞାନ ଦିଆଯିବ ଯାହା ଦ୍ଵାରା ସେମାନେ ଏହାର ବୁଝାମଣା ବିକଶିତ କରିପାରିବେ।
ଆହୁରି ପଢନ୍ତୁ- ହରିୟାଣାରେ ବଡ଼ ବ୍ୟାଙ୍କ ଘୋଟାଲା: ନଗର ନିଗମ ଖାତାରୁ ୧୬୦ କୋଟି ଗାଏବ୍, ଜାଲ୍ ଏଫଡି ଦେଇ ଲୁଟିନେଲେ ବ୍ୟାଙ୍କ କର୍ମଚାରୀ !
ଏହି ପର୍ଯ୍ୟାୟରେୱ ୧୫ ହଜାର ଲୋକଙ୍କୁ Google କ୍ୟାରିଅର ସାର୍ଟିଫିକେଟ୍ ଏବଂ Google Cloud ର Generative AI ପାଠ୍ୟକ୍ରମ ପାଇଁ ସ୍କଲାରସିପ୍ ପ୍ରଦାନ କରାଯିବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଟିକାଲ ଟ୍ରେନିଂ ଦିଆଯିବ, ଯେଉଁଥିରେ ସେମାନେ ପ୍ରକୃତ ପ୍ରୋଜେକ୍ଟ ଉପରେ କାମ କରିବେ।ଏହି କାର୍ଯ୍ୟକ୍ରମରେ କାହାଣୀ କହିବା ଏବଂ Google ର ଉନ୍ନତ AI ଉପକରଣ, ଯେପରିକି Gemini, Veo, ଏବଂ Vertex AI ବ୍ୟବହାର ଶିଖାଯିବ। ଏହା YouTube ରେ କିପରି କଣ୍ଟେଣ୍ଟ କରିବେ, ଏହାକୁ ଉନ୍ନତ କରିବେ ଏବଂ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବେ ତାହା ମଧ୍ୟ ଶିଖାଯିବ।