ଲେହ୍: ଲଦାଖରେ ପ୍ରବଳ ବର୍ଷା ଯୋଗୁଁ ଲେହ୍ର କୁଶୋକ ବାକୁଲା ରିମ୍ପୋଚେ ବିମାନ ବନ୍ଦରର ରନୱେ ବନ୍ଦ ହୋଇଛି। ଫଳରେ ସମସ୍ତ ଉଡାଣ ବାତିଲ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ଯୋଗୁଁ ରନୱେରେ ଜଳମଗ୍ନ ଅବସ୍ଥା ଓ ନିମ୍ନ ଦୃଶ୍ୟମାନତା ହେତୁ ବିମାନ ଚଳାଚଳ ଅସୁରକ୍ଷିତ ହୋଇପଡ଼ିଛି।
ଏହି ବିମାନ ବନ୍ଦର ପର୍ଯ୍ୟଟକ ଓ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ବନ୍ଦ କରାଯାଇଛି। ଯାତ୍ରୀମାନଙ୍କୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖି ନିଜ ଯାତ୍ରା ଯୋଜନା ଅପଡେଟ୍ କରିବାକୁ ବିମାନ ବନ୍ଦର ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
ପାଗ ସ୍ଥିତି ସୁଧୁରିଲେ ବିମାନ ବନ୍ଦର ପୁନଃଚାଲୁ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଧିକ ଅପଡେଟ୍ ପାଇଁ ଯାତ୍ରୀମାନେ ସରକାରୀ ସୂଚନା ଓ ବିମାନ ସଂସ୍ଥାଙ୍କ ୱେବସାଇଟ୍ ଦେଖିବାକୁ ଅନୁରୋଧ କରାଯାଇଛି।