PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଅଡୁଆରେ ଇମ୍ରାନ, ନିଜ ଝିଅ ଥିବା କଥା ଲୁଚାଇବା ଅଭିଯୋଗ

ଇସଲାମାବାଦ,୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଟଳମଳ ହେବାକୁ ଯାଉଛି।  କାରଣ ତାଙ୍କ ବିରୋଧରେ ଆସିଛି ଗମ୍ଭୀର ଅଭିଯୋଗ।    ଲାହୋର ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇ ଏଥିରେ  ଅଭିଯୋଗ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ। ଏହି ପିଟିସନରେ ଇମ୍ରାନ ଖାନଙ୍କ ଉପରେ ‘ବିଶ୍ବସ୍ଥ ଓ ଧର୍ମପରାୟଣ’ ହୋଇନଥିବାର ଅଭିଯୋଗ ହେବା ସହ ୨୦୧୮ରେ ସାଧାରଣ ନିର୍ବାଚନରେ ନାମାଙ୍କନ ପତ୍ରରେ ସେ ଏକ ଝିଅର ବାପା ବୋଲି ଲୁଚାଇଥିବାର ଅଭିଯୋଗ ହୋଇଛି। ଲାହୋର ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଯାଇଛନ୍ତି। ପାକିସ୍ତାନ କୋର୍ଟ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଆବେଦନ ଉପରେ ଆସନ୍ତା ସୋମବାର ଘୋଷଣା କରିବେ।

ପିଟିସନରେ ଅଭିଯୋଗ କରାଯାଇଛି ଯେ ଇମ୍ରାନ ପାକିସ୍ତାନ ସମ୍ବିଧାନର ଅନୁଚ୍ଛେଦ ୬୨ ଓ ୬୩ର ଉଲଂଘନ କରିଛନ୍ତି। ତେଣୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ।  ଏହା ସହ ବିଶ୍ବସ୍ଥ ଏବଂ ଧର୍ମପରାୟଣ ହେବା ପାଇଁ ତାଙ୍କ ନିକଟରେ ସର୍ତ୍ତ ରଖଯାଉ। ପାକିସ୍ତାନୀ ଖବର କାଗଜ ଅନୁସାରେ ଏହି ପିଟିସନରେ ଉଲ୍ଳେଖ କରାଯାଇଛି ଇମ୍ରାନଙ୍କ ପୂର୍ବତନ ସ୍ତ୍ରୀ ଅନା-ଲୁଇସା(ସିତା)ହ୍ବାଇଟ ଓ ଲର୍ଡ ଗାର୍ଡନ ହ୍ବାଇଟଙ୍କ ଝିଅ ଟାୟରିନ ଜେଡ ଖାନ୍ ହ୍ବାଇଟଙ୍କୁ ଇମ୍ରାନଙ୍କ ଝିଅ ବୋଲି କୁହାଯାଇଛି। ଇମ୍ରାନ ଖାନ ୨୦୧୮ରେ ସାଧାରଣ ନିର୍ବାଚନରେ ନିଜର ନାମାଙ୍କନ ପତ୍ରରେ ଟାୟରିୟନ ଜେଡ ଖାନ୍ ହ୍ବାଇଟ ତାଙ୍କ ଝିଅ ବୋଲି ଲୁଚାଇଥିଲେ।

ସମ୍ବନ୍ଧିତ ଖବର