ଭୁବନେଶ୍ବର,୨୧।୨ : ଉପାସରେ ରହିଲେ ଦୁଇ ଠାକୁର। ସେବାୟତଙ୍କ ବିବାଦ ପାଇଁ ପୁଣି ୨ ଠାକୁର ଉପାସ। ମହାପ୍ରଭୁ ଲିଙ୍ଗରାଜ ଓ କପିଳେଶ୍ବର ଖାଡା ଉପାସ। କପିଳେଶ୍ୱରଙ୍କ ସକାଳ ଧୂପ ପର ଠାରୁ ନୀତି ବନ୍ଦ ରହିଛି। ଦିନ ୨ଟା ପର ଠାରୁ ନୀତି ହୋଇ ନାହିଁ। ଏପଟେ ଲିଙ୍ଗରାଜ ମଧ୍ୟ ଉପାସରେ ରହିଲେ । ବୀର କିଶୋର ବଲବ ପର ଠାରୁ ନୀତି ବନ୍ଦ ରହିଛି।

ଲିଙ୍ଗରାଜଙ୍କ ସକାଳ ମଙ୍ଗଳ ଆଳତି ଠାରୁ ଭୋଗ ମଣ୍ଡପ ପର୍ଯ୍ୟନ୍ତ ସବୁ ନୀତି ଠିକ ଥିଲା । ହେଲେ ଦ୍ବିପ୍ରହରରେ ନୀତିକାନ୍ତି ବିଭ୍ରାଟ ଯୋଗୁଁ ଉପାସରେ ଲିଙ୍ଗରାଜ ରହିଛନ୍ତି ।  ସ୍ଵଭାବିକ ହୋଇପାରୁନି ଲିଙ୍ଗରାଜଙ୍କ ନୀତିକାନ୍ତି । ସୁଆର, ପୂଜା ପଣ୍ଡା ସହଯୋଗ କରିନଥିବା ଅଭିଯୋଗ ଆଣିଛନ୍ତି ବଡୁ ନିଯୋଗ କମିଟି । ଲିଙ୍ଗରାଜଙ୍କ ସ୍ନାନ ପରେ ତାଙ୍କୁ ବସ୍ତ୍ର ମଧ୍ୟ ପିନ୍ଧିବାକୁ ଦେଇ ନାହାନ୍ତି ପତ୍ରୀ ସେବାୟତ । ଜ଼ିଲ୍ଲାପାଳ କହିଥିଲେ ଯଦି ହାଣ୍ଡିଭଙ୍ଗା ଯାତ ନ ହୁଏ ତେବେ ନୀତିକାନ୍ତିରେ କୌଣସି ବିଭ୍ରାଟ ନ କରିବାକୁ ହେଲେ ତାକୁ ମାନିଲେନି ପୂଜା ପଣ୍ଡା ଓ ସୁଆର ସେବକ ବୋଲି ବଡୁ ନିଯୋଗ କମିଟି ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି ।