ପ୍ରମୂଖ ଖବର
  • କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ
  • ||
  • ନିମାପଡ଼ା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଗଞ୍ଜାମ : ୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ
  • ||
  • ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
  • ||
  • ପୁରୀରେ ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
  • ||
  • ପୁରୀ : କୁମ୍ଭକାର ଶାଳରେ କୁରାଳ ପଞ୍ଚମୀ ପୂଜାର୍ଚ୍ଚନା
  • ||
  • ସଂସଦରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୧୨ଟା ଯାଏ ଲୋକସଭା ମୁଲତବୀ
  • ||
  • 'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...
  • ||
  • ଚଣ୍ଡିଖୋଲ : ଦୋକାନ ଉପରେ ମାଡ଼ି ଗଲା ଟ୍ରକ୍‌, ୨ ଆହତ
  • ||
  • ଝାରସୁଗୁଡ଼ା : ବାପାକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲା ପୁଅ, ୨ ଅଟକ
  • ||
  • ସମ୍ବଲପୁର: ଭିଜିଲାନ୍ସ ଜାଲରେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍
  • ||
  • ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
  • ||
  • ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ
  • ||
  • ପୁରୀ: ଶନିବାର ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ: ଘୋଡ଼ ପ୍ରସ୍ତୁତି ଶେଷ, ଆଜି ଅଧିବାସ ନୀତି
  • ||
  • ଶିମିଳିପାଳରୁ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୨ ଅଭିଯୁକ୍ତ ଗିରଫ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଫେରିଛି ଶୀତ, ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଉଛନ୍ତି ଲୋକେ
  • ||
  • ବଡ଼ଧରଣର ଭୂକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଆଲର୍ଟ
  • ||
  • ଆସନ୍ତା ୧୧ ଯାଏ ରାଜ୍ୟରେ ଶୀତ କମ୍‌,୧୨ରୁ ସାମାନ୍ୟ ବଢ଼ିବ ଜାଡ଼: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା
  • ||

ଶ୍ରୀଜଗନ୍ନାଥଙ୍କୁ ୩୬ ଘଣ୍ଟା ତାଲା ପକାଇ ଉପାସରେ ରଖିଲେ ସେବାୟତ, ସରକାରୀ ମହଲରୁ ଚାପ ପଡିବା ପରେ ଖୋଲିଲା ତାଲା

ଭୁବନେଶ୍ୱର,୧୫/୧୧ : ଶ୍ରୀଲିଙ୍ଗରାଜ ମନ୍ଦିର ବେଢାରେ ପାର୍ଶ୍ୱ ଦେବତା ଶ୍ରୀଜଗନ୍ନାଥଙ୍କୁ ତାଲା ପକାଇ ପ୍ରାୟ ୩୬ ଘଣ୍ଟା ସେବାୟତମାନେ ଉପାସରେ ରଖିଥିଲେ। ଗୁରୁବାର ବିଭିନ୍ନ ସରକାରୀ ମହଲରୁ ଚାପ ପଡିବା ପରେ ସେବାୟତମାନେ ନିଜ ଆଡୁ ପକାଇଥିବା ୨ଟି ଯାକ ତାଲା ଖୋଲିଲେ। ଫଳରେ ଦିଅଁଙ୍କ ନୀତି ସ୍ୱାଭାବିକ ହେଲା। ପୂର୍ବାହ୍ନରେ ଖବରକାଗଜରୁ ସୂଚନା ପାଇ ସହକାରୀ ଦେବୋତ୍ତର କମିସନର ଶିଶିର କୁମାର ସାହୁ ପ୍ରଥମେ ମନ୍ଦିର ପହଞ୍ଚି ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ତାଲା ଖୋଲିବା ଲାଗି କହିଥିଲେ। ଏହାପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଉକ୍ତ ବିବାଦର ଆଲୋଚନା କରାଯାଇଥିଲା। 

ବୈଠକରେ ନିଷ୍ପତ୍ତି ମୁତାବକ, ଝଗଡ଼ା କରିଥିବା ୨ ସେବାୟତ ଏବେ ଦିଅଁଙ୍କ ସେବା କରିବେ ନାହିଁ । ନିରପେକ୍ଷ ଭାବେ ଅନ୍ୟ ଜଣେ ସେବାୟତ ସେବା ପାଳି ଚୂଡାନ୍ତ ହେବା ପର୍ଯ୍ୟନ୍ତ ନୀତି କରିବେ। ଶ୍ରୀଜିଉଙ୍କ ସେବା କରିବା ଲାଗି ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ସମସ୍ତ ସେବା ଅଂଶଧାରୀମାନେ ଅତୀତ ସେବା କାର୍ଯ୍ୟର ନିଜ ପାଖରେ ଥିବା ନଥିପତ୍ର ମନ୍ଦିର କାର୍ଯ୍ୟାଳୟରେ ଦାଖଲ କରିବେ। ପରେ ସେମାନଙ୍କୁ ଚିଠି କରି ଆଲୋଚନା ନିମନ୍ତେ ଡକାଇ ପାଳି ଚୁଡାନ୍ତ ହେବ। ଏହି ନିଷ୍ପତ୍ତିରେ ରାଜି ହୋଇ ସେବାୟତମାନେ ତାଲା ଖୋଲିଥିଲେ। 

ସୂଚନାଯୋଗ୍ୟ, ବ୍ରାହ୍ମଣ ନିଯୋଗର ୨ ସେବାୟତ ମଙ୍ଗଳବାର ସେବା ଅଧିକାର ନିମନ୍ତେ ପରସ୍ପର ମଧ୍ୟରେ ଝଗଡ଼ା କରିଥିଲେ। ଶେଷରେ ବୁଧବାର ରାତିରେ ମନ୍ଦିର ପହୁଡ ପଡିବା ପରେ ପାର୍ଶ୍ୱ ଦେବତା ଜଗନ୍ନାଥଙ୍କ କବାଟରେ ଉଭୟ ଗୋଟାଏ ଲେଖାଏ ତାଲା ପକାଇଥିଲେ। ପରବର୍ତ୍ତୀ ଦିନ ଅର୍ଥାତ ବୁଧବାର ଦିନ ତମାମ ମନ୍ଦିର କବାଟ ଖୋଲାଗଲା ନାହିଁ। ଠାକୁର ସାରା ଦିନ ଅପୂଜା ଓ ଉପାସରେ ରହିଥିଲେ। ଶୁକ୍ରବାର ମଧ୍ୟାହ୍ନରେ ବୈଠକରେ ନିଷ୍ପତ୍ତି ପରେ ନୀତି ସ୍ୱାଭାବିକ ହୋଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.