କୋଲାକାତା ,୧୩/୧୨; ୧୪ ବର୍ଷ ପରେ ଭାରତରେ ଆର୍ଜେଣ୍ଟିନା ଷ୍ଟାର ଫୁଟବଲ୍ ପ୍ଲେୟାର ଲିଓନେଲ ମେସି । ତାଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି । ପ୍ରଥମ ଦିନ କୋଲାକାତା ଗସ୍ତ କରିଛନ୍ତି ମେସି । କୋଲକାତାର ଲେକ୍ ଟାଉନରେ ମେସିଙ୍କର ୭୦ ଫୁଟର ଷ୍ଟାଚ୍ୟୁ ଉନ୍ମୋଚିତ ହୋଇଛି । ସଲ୍ଟ ଲେକ୍ ଷ୍ଟାଡିୟମରେ ମେସି ୧୦ ମିନିଟ୍ ପାଇଁ ଆସିବାକୁ ଉତ୍ତେଜନା ସୃଷ୍ଟି ହୋଇଛି । ମେସିଙ୍କୁ ନ ଦେଖିବାକୁ ହଙ୍ଗମା କରିଛନ୍ତି ସମର୍ଥକ । ଷ୍ଟାଡିୟମରେ ଭଙ୍ଗାରୁଜା କରିବା ସହିତ ବୋତ ମାଡ଼ କରିଛନ୍ତି । ୧୨ ହଜାର ଟିକେଟ୍ କରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ନେଇ ହଙ୍ଗାମା କରିଛନ୍ତି ଫ୍ୟାନ୍ସ । ତ୍ରୁଟିପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ଅଭିଯୋଗ ଆଣିଛନ୍ତି । ଲିଓନେଲ ମେସିଙ୍କ ଗୋଟ୍. ଟୁର୍ ଇଭେଣ୍ଟ ଅଧିକାଂଶ ପ୍ରଶଂସକଙ୍କୁ କ୍ରୋଧିତ କରିଛି । ଆର୍ଜେଣ୍ଟିନାର ଏହି ମହାନ ଫୁଟବଲ୍ ଖେଳାଳିଙ୍କ ଝଲକ ଟିକେ ଦେଖିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ଜଣେ ପ୍ରଶଂସକ କହିଛନ୍ତି, "ଏକଦମ ଭୟଙ୍କର ଘଟଣା । ସେ ମାତ୍ର ୧୦ ମିନିଟ୍ ପାଇଁ ଆସିଥିଲେ । ସମସ୍ତ ନେତା ଏବଂ ମନ୍ତ୍ରୀ ତାଙ୍କୁ ଘେରି ରହିଥିଲେ । ଆମେ କିଛି ଦେଖିପାରିଲୁ ନାହିଁ। ସେ ଗୋଟିଏ କିକ୍ କିମ୍ବା ଗୋଟିଏ ପେନାଲ୍ଟି ମଧ୍ୟ ନେଇ ନଥିଲେ । ସେ ୧୦ ମିନିଟ୍ ପାଇଁ ଆସିଥିଲେ ଏବଂ ଚାଲିଗଲେ। ଏତେ ଟଙ୍କା, ଉତ୍ସାହ ଏବଂ ସମୟ ନଷ୍ଟ ହୋଇଗଲା । ଆମେ କିଛି ଦେଖିପାରିଲୁ ନାହିଁ । "
Kolkata, West Bengal: Angry fans vandalise the Salt Lake Stadium in Kolkata, alleging poor management of the event
— ANI (@ANI) December 13, 2025
A fan of star footballer Lionel Messi said, "Absolutely terrible event. He came for just 10 minutes. All the leaders and ministers surrounded him. We couldn't see… pic.twitter.com/a3RsbEFmTi
କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା- ଷ୍ଟାଡିୟମରେ ଏପରି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଲିଓନେଲ୍ ମେସିଙ୍କ ସମେତ କ୍ରୀଡାପ୍ରେମୀ ଏବଂ ମେସିଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ଅବସରପ୍ରାପ୍ତ ବିଚାରପତି ଅଶୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସଦସ୍ୟତାରେ ଏକ ତଦନ୍ତ କମିଟି ଗଠନ କରୁଛି । ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ, ଦାୟିତ୍ୱ ନିର୍ଣ୍ଣୟ କରିବ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ନେଇ ସୁପାରିଶ କରିବ।"
West Bengal CM Mamata Banerjee tweets, "...I sincerely apologise to Lionel Messi, as well as to all sports lovers and his fans, for the unfortunate incident. I am constituting an enquiry committee under the chairmanship of Justice (Retd.) Ashim Kumar Ray, with the Chief Secretary… pic.twitter.com/jv0kG1lPXH
— ANI (@ANI) December 13, 2025
କୋଲକାତା ପରେ ମେସି ହାଇଦ୍ରାବାଦରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଖେଳିବେ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ଏହି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣରେ ମେସି ଫଲକନାମା ପ୍ୟାଲେସ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତାକାଲି (ରବିବାର) ହାଇଦ୍ରାବାଦରୁ ମୁମ୍ବାଇ ଯାତ୍ରା କରିବେ ମେସି । ସେଠାରେ ସେ ଏକ ଫେସନ ଶୋ’ରେ ଯୋଗ ଦେବେ । ଏହି ଅବସରରେ ମେସିଙ୍କ ୨୦୨୨ ବିଶ୍ୱକପ ଚାମ୍ପିଅନ୍ ସ୍ମରଣିକାର ନିଲାମ କରାଯିବ । ଏହାପରେ ମୁମ୍ବାଇରେ ମେସି ସିସିଆଇରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ସହ ଏହି ମ୍ୟାଚ ଖେଳିବେ ।
୧୫ ତାରିଖରେ ମେସି ନୂଆଦିଲ୍ଲୀ ଯାତ୍ରା କରିବେ । ଅରୁଣ ଜେଟଲୀ ଷ୍ଟଡ଼ିୟମ୍ରେ ଏକ କାର୍ଯ୍ୟକ୍ରମ ଜରିଆରେ ୟୁରୋପୀୟ ୟୁଥ୍ ଟ୍ରଫି ଜିତିଥିବା ମିନର୍ମା ଏକାଡେମୀକୁ ସମ୍ମାନିତ କରାଯିବ । ମେସି ଅତିଥି ଭାବେ ଯୋଗ ଦେବେ । ଶେଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।