ନୂଆଦିଲ୍ଲୀ, ୧/୭ : ଲକ୍ ଅପ୍ ସିଜିନ୍-୨ରେ ସୁନୀତା ଆହୁଜାଙ୍କ ବଡ଼ ଖୁଲାସା। ସ୍ଵାମୀ ଗୋବିନ୍ଦାଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଲ୍ୟାଟେଷ୍ଟ ଏପିସୋଡରେ ସୁନୀତା ସୁପରଷ୍ଟାର ଗୋବିନ୍ଦାଙ୍କ ଅଫେୟାର, ଧୋକା ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଛନ୍ତି। ଅନ୍ୟ କାହା ସହ ପୁଣି ଥରେ ନୂଆ ସମ୍ପର୍କ ଗଢିବାରେ କୌଣସି ଇଚ୍ଛା ନାହିଁ ବୋଲି ସୁନୀତା ସଫା ସଫା ମନା କରି ଦେଇଛନ୍ତି।
ଲକ୍ ଅପ୍ ସିଜିନ୍-୨ର ଲ୍ୟାଟେଷ୍ଟ ଏପିସୋଡରେ ଜଣେ ପ୍ରତିଯୋଗୀ ଶ୍ରେୟା କାଲରା ସୁନୀତାଙ୍କୁ ଗୋବିନ୍ଦାଙ୍କୁ ନେଇ ପ୍ରଶ୍ନ କରିଥିଲେ। ଏନେଇ ସୁନୀତା ଆହୁଜା କହିଥିଲେ ଯେ, ଯାହା ଘଟି ସାରିଲାଣି ତାକୁ ନେଇ ଆଉ କଣ ବା କରିପାରିବା। ଆରମ୍ଭରୁ ଏଭଳି ହୋଇ ଆସୁଛି... ସ୍ଵାମୀ ହିରୋ ହେଲେ ଆପଣ କିଛି କହିପାରିବେନି। ଏଇ ବୟସରେ ଏ ବିଷୟରେ ଅଧିକ ଭାବିଲେ ମୋର ଡାଏବେଟିସ୍ ବଢିଯିବ। ଯେମିତି ଚାଲିଛି, ଚାଲିବାକୁ ଦିଅ...
ଏହାପରେ ଶ୍ରେୟା ପ୍ରଶ୍ନ କରିଥିଲେ ଯେ, ଏଥିପାଇଁ ତାଙ୍କୁ ଦୁଃଖ ଲାଗୁନି...। ଏହାର ଉତ୍ତରରେ ସୁନୀତା କହିଥିଲେ ଯେ, ସେ ତାଙ୍କ ପିଲାମାନଙ୍କ ପାଇଁ ବଞ୍ଚିଛନ୍ତି। ଗୋବିନ୍ଦାଙ୍କ ଅଫେୟାରକୁ ନେଇ ସେ କହିଛନ୍ତି ଯେ, ଆମେ କଣ କାହାକୁ ରୋକି ପାରିବା ? ମୁଁ ଯଦି ୨୪ ଘଣ୍ଟା ତାଙ୍କ ଆଗରେ ରହିବି ତାହେଲେ ସାମ୍ନା ବାଲା ଚିଡିଚିଡା ହୋଇଯିବ। ତେଣୁ ମୁଁ ଏନେଇ ଅଧିକ ଭାବୁନି। ଆମ ପାଖରେ ଦୁଇଟି ଘର ଅଛି। ଗୋବିନ୍ଦାଙ୍କୁ ଭେଟିବାକୁ ବହୁତ ଲୋକ ଘରକୁ ଆସୁଛନ୍ତି। ଆମକୁ ପ୍ରାଇଭେସୀ ଦରକାର। ତେବେ ସୁନୀତା ବହୁଥର ଧୋକା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବୈବାହିକ ଜୀବନରେ ଯାହା ହେଲେବି ତାକୁ ଚୁପଚାପ୍ ସହିବାକୁ ପଡ଼ିବ ବୋଲି ପିଲାଦିନରୁ ତାଙ୍କୁ ଶିଖାଯାଇଛି। ହିରୋଙ୍କୁ କଣ୍ଟ୍ରୋଲ କରି ହେବନି। ସେମାନଙ୍କର ଅଫେୟାର ରହିବାର ଚାନ୍ସ ଅଧିକ।
୧୯୮୭ରେ ଗୋବିନ୍ଦା ଏବଂ ସୁନୀତାଙ୍କ ବିବାହ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛି। ଉଭୟ ସ୍ଵାମୀ-ସ୍ତ୍ରୀ ଏବେ ଅଲଗା ରହୁଥିବା ଚର୍ଚ୍ଚା ହେଉଛି। ଏପରିକି ଗୋବିନ୍ଦାଙ୍କର ବାହାରେ ଚକ୍କର ଚାଲୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ପତ୍ନୀ ସୁନୀତା ଏହାକୁ ମଧ୍ୟ ସ୍ଵୀକାର କରିଛନ୍ତି।
ଆହୁରି ପଢନ୍ତୁ- ସୁଟିଂ ପରେ କାହିଁକି ‘ୱେଲକମ୍ ୩’ ଛାଡିଲେ ସଞ୍ଜୁ ବାବା, କାରଣ କହିଲେ ନିର୍ଦ୍ଦେଶକ