ନୂଆଦିଲ୍ଲୀ : ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡ କେସରେ ଆସିଛି ବଡ଼ ଅପଡେଟ୍। ଲୋନାୱଲା ଗ୍ରାମୀଣ ପୁଲିସ ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଓ ଚେତନଚୌଧୁରୀଙ୍କୁ ଶୁକ୍ରବାର ଗୁପ୍ତ ଭାବେ ଲୋହଗଡ଼ ଦୁର୍ଗକୁ ନେଇ ଯାଇଥିଲା। ପୁଲିସ ସୂତ୍ରାନୁସାରେ , ଉଭୟ ଅଭିଯୁକ୍ତଙ୍କୁ ସକାଳ ସମୟ ପ୍ରାୟ ୧୧ ଟା ବେଳେ ଦୁର୍ଗ ନିକଟକୁ ଅଣାଯାଇ ଥିଲା। ଏହି ସମୟରେ ତଦନ୍ତ ଅଧିକାରୀମାନେ ଉଭୟଙ୍କୁ ପଚାରି ଥିଲେ ଯେ, ଦୁର୍ଗ ପର୍ଯ୍ୟନ୍ତ ଯିବାକୁ କେଉଁ ରାସ୍ତାରେ ସେମାନେ ଯାଇଥିଲେ।
ପୁଲିସର କହିବା ହେଲା ଯେ, ଦୁର୍ଗ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦୁଇଟି ଅଲଗା ଅଲଗା ରାସ୍ତା ଅଛି। ସିୟା ଓ ଚେତନଙ୍କୁ ଏହା ଚିହ୍ନଟ କରିବାକୁ କୁହାଯାଇ ଥିଲା ଯେ, ସେ କେଉଁ ରାସ୍ତା ଆପଣାଇ ଥିଲେ। ଘଟଣାସ୍ଥଳର ରାସ୍ତାର ତଦନ୍ତ ପରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ପୁଣି ପୁଲିସ ଥାନାକୁ ନେଇ ଯାଇଥିଲା। ସୂତ୍ର ମୁତାବିକ, ପୁଲିସ ଆଗାମୀ ଦିନରେ ସିୟା ଗୋୟଲର ମାତା ପିତାଙ୍କ ବୟାନ ରେକର୍ଡ କରି ପାରେ।
ଉଲ୍ଲେଖନୀୟ ଯେ, ସିୟା ଓ ଚେତନଙ୍କୁ ପଚରାପଚରି କରୁଥିବା ପୁଲିସର ଦାବି ଯେ, ସିୟା ଓ ଚେତନ ପରସ୍ପରକୁ ଦୋଷାରୋପ କରି ତଦନ୍ତକୁ ବିଭ୍ରାନ୍ତ ଏବଂ ବିଳମ୍ବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିରେ ତଦନ୍ତ ପ୍ରଭାବିତ ହେଉଛି।
ଏହି ମଧ୍ୟରେ ସିୟା ଗୋୟଲକୁ ନେଇ ନୂଆ ଦାବି ସାମ୍ନାକୁ ଆସିଛି। କେତନଙ୍କ ପିତା ବିଶାଳ ଅଗ୍ରୱାଲ ଅଭିଯୋଗ କରିଛନ୍ତି ଯେ, ବିବାହ ସ୍ଥିର ହେବା ପୂର୍ବରୁ ତାଙ୍କ ପରିବାରକୁ ସିୟାର ଶିକ୍ଷା ଓ ତାର ବ୍ୟକ୍ତିତ୍ୱକୁ ନେଇ ଭୁଲ ସୂଚନା ଦିଆଯାଇ ଥିଲା। ବିଶାଳ ଅଗ୍ରୱାଲ ମିଡିଆ ସହ କଥାବାର୍ତ୍ତାରେ କହିଥିଲେ ଯେ, ଯେବେ ଦୁଇ ପରିବାର ମଧ୍ୟରେ ସଂପର୍କ ସ୍ଥିର ହୋଇ ଥିଲା, ସେତେବେଳେ ତାଙ୍କୁ କୁହାଯାଇ ଥିଲା ଯେ, ସିୟା ବି.କମ୍ ପଢି ସାରିଛି ଏବଂ ଖୁବ୍ ଶୀଘ୍ର ତାର ବେକରୀ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛି ।
କେତନର ପିତାଙ୍କ ମୁତାବିକ, ପୁଲିସ ତଦନ୍ତ ବେଳେ ସାମ୍ନାକୁ ଆସିଥିବା ତଥ୍ୟକୁ ନେଇ ତାଙ୍କୁ ବଡ଼ ଝଟକା ଲାଗିଥିଲା। ସେ ଦାବି କରିଥିଲେ ଯେ, ତଦନ୍ତରେ ଜଣାପଡ଼ିଥିଲା ଯେ, ସିୟା କେବଳ ୧୦ମ ପାସ୍ କରିଛି ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ପାସ୍ କରି ନାହିଁ। ବିଶାଳ ଅଗ୍ରୱାଲଙ୍କ ମୁତାବିକ, ଏହି ସୂଚନା ପ୍ରଥମେ ତାଙ୍କୁ ଲୁଚା ଯାଇ ଥିଲା।
କେତନଙ୍କ ପିତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସିୟାର ମଦ ପିଇବା ସହ ଖରାପ ଅଭ୍ୟାସ ମଧ୍ୟ ଥିଲା ଏବଂ ତାର ପରିବାର ମଧ୍ୟ ତାର ବ୍ୟବହାରରେ ଚିନ୍ତିତ ଥିଲା। ତାଙ୍କର ଦାବି ଯେ, ଏହି କାରଣରୁ, ପରିବାର ତା ଜୀବନକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ଏକ ଭଲ ଏବଂ ସଚ୍ଚୋଟ ପରିବାରରେ ବିବାହ କରିବାକୁ ନିଷ୍ପତ୍ତି ନେଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ :ସିୟା ଯଦି କହି ଦେଇଥାନ୍ତେ ତ … ଭାଇଙ୍କ ଦାବିକୁ ନେଇ କେତନ ଅଗ୍ରଓ୍ବାଲ ମର୍ଡ଼ର କେସରେ ନୂଆ ଟୁଇଷ୍ଟ
ବିଶାଲ ଅଗ୍ରୱାଲଙ୍କ ମତରେ, ଏହି ଚିନ୍ତାଧାରା ଉପରେ ଆଧାରିତ ଯେ ସିୟାର ପରିବାର ତାଙ୍କୁ କେତନ ସହ ବିବାହ କରିବା ପାଇଁ ଚାପ ପକାଇ ଥିଲେ। ତଥାପି, ଏହି ଦାବିଗୁଡ଼ିକୁ ସ୍ୱତନ୍ତ୍ର ରୂପେ ଅଫିସିଆଲି ସ୍ପଷ୍ଟ ହୋଇ ନାହିଁ ଏବଂ ପୁଲିସ ମଧ୍ୟ ଏହି ବିଷୟରେ କୌଣସି ଅଫସିଆଲି ବିବୃତ୍ତି ଜାରି କରି ନାହିଁ।