ରାଉରକେଲା, ୨୭।୬ : ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଜାରାଟୋଲି ଗାଁରେ ଦୁର୍ବୃତ୍ତଙ୍କ ଅମାନୁଷିକ କାଣ୍ଡ। ଜଣେ ଯୁବତୀ ଶୋଇଥିବା ବେଳେ ନିଆଁ ଲଗାଇ ଦୁର୍ବୁତ୍ତମାନେ ଜାଳି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଯୁବତୀ ଜଣକ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ଦୁର୍ବୁତ୍ତମାନେ ଝରକା ବାଟେ ପାଇପ୍ ସାହାଯ୍ୟରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ । ଏଥିରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ଫଳରେ ଯୁବତୀଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ପୋଡିଯାଇଛି। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଏକତରଫା ପ୍ରେମକୁକୁ ଜଣେ ଯୁବକ ଏପରି ଘଟଣା ଘଟାଇଛି ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।